ଓଡିଶା

odisha

ETV Bharat / politics

ହିଂସାତ୍ମକ ରାଜନୀତି ନେଇ BJDର ପ୍ରତିବାଦ, ରଥଖଳାରେ BJP ଉପରେ ଗର୍ଜିଲା ଦଳ - BJD Workers Protest In Bhubaneswar - BJD WORKERS PROTEST IN BHUBANESWAR

BJD Bring allegation on BJP: ବିଜେପି ହିଂସାତ୍ମକ ରାଜନୀତି ଆପଣାଇଥିବା ଅଭିଯୋଗ ଆଣି ଆଜି ଲିଙ୍ଗରାଜଙ୍କ ରଥ ଖଳା ନିକଟରେ ବିଜେଡିର କର୍ମୀ ନାରାବାଜି କରିଛନ୍ତି। ଅଧିକ ପଢ଼ନ୍ତୁ,

BJD Bring allegation on BJP
BJD Bring allegation on BJP (ETV Bharat Odisha)

By ETV Bharat Odisha Team

Published : Jun 1, 2024, 6:35 PM IST

ଭୁବନେଶ୍ବର: ନିର୍ବାଚନ ଫଳାଫଳ ନଆସୁଣୁ ଆରମ୍ଭ ହୋଇଗଲାଣି ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ରାଜ୍ୟରେ ବିଭିନ୍ନ ଜାଗାରେ ହିଂସାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ହିଂସାତ୍ମକ ରାଜନୀତି ନେଇ ଉଭୟ ଉଭୟଙ୍କୁ ଦୋଷ ଲଦାଲଦି ହେଉଥିବା ବେଳେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ରଥଖଳାରେ ବିଜେଡ଼ିର ପ୍ରତିବାଦ ଦେଖିବାକୁ ମିଳିଛି। ବିଜେପି ହିଂସାତ୍ମକ ରାଜନୀତି ଆପଣାଇଛି ବୋଲି ଦଳ ସାଙ୍ଘାତିକ ଅଭିଯୋଗ ଆଣିଛି । ଠକ ଅପରାଧୀ ବଦମାସ ଗୁଣ୍ଡାଙ୍କୁ ବିଜେପି ପ୍ରଶୟ ଦେଉଛି ବୋଲି ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ଅଭିଯୋଗ ଆଣିଛନ୍ତି।

BJD Bring allegation on BJP (ETV Bharat Odisha)

ଆଜି ଲିଙ୍ଗରାଜଙ୍କ ରଥଖଳା ନିକଟରେ ବିଜେଡିର କର୍ମୀ ଓ ତୁଙ୍ଗ ନେତା ଏକାଠି ହୋଇ ବିଜେପି ବିରୋଧୀ ନାରାବାଜି ଦେଇଥିଲେ‌। ଏପରିକି ପ୍ଲାକାର୍ଡ ଧରି ବିଜେପି ହିଂସାତ୍ମକ ରାଜନୀତି କରୁଥିବା ନେଇ ବିଜେଡି କର୍ମୀ ନାରାବାଜି କରିଥିଲେ। ଆନ୍ଦୋଳନ ପରେ ଦଳର ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ଗଣମାଧ୍ୟମକୁ କହିଥିଲେ ଯେ, ବିଜେପି ଚଳିତ ନିର୍ବାଚନରେ ଲଜ୍ଜାଜନକ ପରାଜୟ ବରଣ କରିବାକୁ ଯାଉଛି । ବିଜେପିର ଶୋଚନୀୟ ପରାଜୟ ହେବାକୁ ଯାଉଛି। ଯେହେତୁ ଜୁନ୍ ୪ତାରିଖ ପାଖେଇ ଆସୁଛି, ଆଉ ସେମାନେ କାହା ଆଖି ଆଗରେ ଠିଆ ହୋଇପାରିବେନି, ସେମାନଙ୍କୁ ଲଜ୍ଜା ଲାଗିବ ସେଥିପାଇଁ ପ୍ରତ୍ୟକ ଦିନ ନୂଆ ନୂଆ ଡ୍ରାମା ଚଳାଇଛନ୍ତି । ଏ ଡ୍ରାମାକୁ ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି। ଜୁନ୍ ୪ ତାରିଖରେ ଯେତେବେଳେ ଗଣତି ହେବ ତିନି ଚତୁର୍ଥାଶ ଆସନ 115ରୁ ଅଧିକ ବିଧାୟକଙ୍କ ସହିତ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିବାକୁ ଯାଉଛି। ଆସନ୍ତା ଜୁନ 9 ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ ସ୍ବୟଂପ୍ରକାଶ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... ମତଦାନ ବେଳେ ହିଂସା, କେନ୍ଦ୍ରାପଡା ବିଜେପି ସଭାପତିଙ୍କୁ ଛୁରା ମାଡ଼ - Poll Violence In Kendrapara

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜନୀତି ଇତିହାସରେ ଏକ ବିରଳ ରେକର୍ଡ ରଚିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ଅତ୍ୟନ୍ତ ହତାଶା ନିରାଶା ଓ ବିବ୍ରତରେ ଅଛନ୍ତି ବିଜେପିର ଓଡ଼ିଶା ନେତାମାନେ। ୨୪ର ଏହି ନିର୍ବାଚନ ଠକ ଅପରାଧି ବଦମାସ ଗୁଣ୍ଡାଙ୍କୁ ପ୍ରଶୟ ଦେଇ ରାଜନୀତିର ଆଗକୁ ବଢାଇବାର ଠିକା ନେଇଛନ୍ତି ବିଜେପିର ଓଡ଼ିଶା ଶାଖାର ନେତୃବୃନ୍ଦ ବୋଲି ସ୍ବୟଂପ୍ରକାଶ କହିଛନ୍ତି। ଯାହାର ଉଦାହରଣ ଦେଇ ସ୍ବୟଂପ୍ରକାଶ କହିଛନ୍ତି ଯେ, ପ୍ରଶାନ୍ତ ଜଗଦ୍ଦେବ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି କର୍ମୀଙ୍କୁ ଗାଡି ଚଢେଇ ମାରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବିଜେପି ତାଙ୍କୁ ଫୁଲମାଳ ପକେଇ ଦଳରେ ସାମିଲ କରିଥିଲା । ଏପରିକି ଦିର୍ଘଦିନଧରୀ ବିଜେପି ପାଇଁ କାମ କରୁଥିବା ନେତାଙ୍କୁ ପ୍ରତ୍ୟାଖାନ କରିଥିଲା ବିଜେପି ବୋଲି କହିଛନ୍ତି ସ୍ବୟଂପ୍ରକାଶ । ଏହା ଭାରତୀୟ ରାଜନୀତିରେ ଏକ ବିରଳ ଘଟଣା।

ଅନ୍ୟପଟେ ଅପରାଜିତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ସେପଟେ ଯେଉଁ ଅପରାଜିତା ଷଡ଼ଙ୍ଗୀ କହୁଥିଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ଥାନ ହେଉଛି ଜେଲରେ ଏବେ କିନ୍ତୁ ସେହି ସାଂସଦ ଇଭିଏମ ଭାଙ୍ଗିବା ଘଟଣା ପରେ ଜଣେ ଆଭ୍ୟାସଗତ ଅପରାଧୀଙ୍କୁ ତାଙ୍କ ଗାଡିରେ ବସାଇ ନେଇଯାଉଥିବାର ଚିତ୍ର ସମସ୍ତେ ଦେଖିଛନ୍ତି। ସେହିପରି ଯେଉଁ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟଫଣ୍ଡ ଚୋର ଓ ଦୁର୍ନିତି ଖୋର ବୋଲି ଅପରାଜିତା କହୁଥିଲେ । ଆହୁରୀ ମଧ୍ୟ ଲୋକଙ୍କ ଅର୍ଥକୁ ଚଳୁ କରିଥିବା ଅପରାଧୀ ବୋଲି କହୁଥିଲେ ତାଙ୍କୁ ମଧ୍ୟ ବିଜେପି ଦଳ ଟିକେଟ ଦେଇ ନିର୍ବାଚନ ଲଢାଇଛି ବୋଲି ସ୍ବୟଂପ୍ରକାଶ କହିଛନ୍ତି। ଏନେଇ ଜୁନ ୪ତାରିଖରେ ଏହାର କଡ଼ା ଜବାବ ମିଳିବ ଏବଂ ଲୋକେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ସ୍ବୟଂପ୍ରକାଶ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details