ଓଡିଶା

odisha

ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଣବଙ୍କ ପ୍ରଚାର, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର - Pranab Das Election Campaign

By ETV Bharat Odisha Team

Published : May 13, 2024, 10:29 PM IST

Pranab Prakash Das Election Campaign: ଛେଣ୍ଡିପଦା ଓ ଆଠମଲ୍ଲିକରେ ସମ୍ବଲପୁର ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମାରାଥନ ପ୍ରଚାର । ଅଧିକ ପଢ଼ନ୍ତୁ

ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଣବଙ୍କ ପ୍ରଚାର
ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଣବଙ୍କ ପ୍ରଚାର (ETV Bharat Odisha)

ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଣବଙ୍କ ପ୍ରଚାର (ETV Bharat Odisha)

ଅନୁଗୋଳ: ନିର୍ବାଚନରେ ଜିତିବା ପାଇଁ କଳ ବଳ କୌଶଳ ଲଗାଇ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ନେତା । ଭୋଟରମାନଙ୍କୁ ଆକୃଷ୍ଠ କରି ନିଜ ଭୋଟ ବ୍ୟାଙ୍କ ବୃଦ୍ଧି କରିବା ଲକ୍ଷ୍ୟରେ ନେତାଙ୍କ ଡୋର ଟୁ ଡୋର କ୍ୟାମ୍ପେନ । ଏହି ପରିପ୍ରେକ୍ଷୀରେ ଆଜି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମ୍ବଲପୁର ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମାରାଥନ ପ୍ରଚାର କରିଛନ୍ତି ।

ଆଜି (ସୋମବାର) ସକାଳ ପ୍ରାୟ ୧୧ଟା ବେଳେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବଇଣ୍ଡା ଠାରେ ବିଜେଡିର ଏକ ଏକ ନିର୍ବାଚନ ସଭାରେ ଯୋଗ ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ଏହାପରେ ଆଠମଲ୍ଲିକ ଠାରେ ଅନ୍ୟ ଏକ ନିର୍ବାଚନୀ ସଭାରେ ଉପସ୍ଥିତ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ସେଠାରୁ ଫେରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁବେ ଓ କୋଶଳା ଠାରେ ମଧ୍ୟ ନିର୍ବାଚନୀ ସଭା କରିଥିଲେ । ପ୍ରଣବ ସବୁ ସଭାରେ ସିଧାସଳଖ ଭାବେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଏବଂ ସମ୍ବଲପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଥିଲେ ।

ଏହି ଅବସରରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀ ପ୍ରଧାନ କହିଛନ୍ତି, "ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଅଛି । ଯେକୌଣସି କାମ କହିଲେ ଆମେ କରିପାରୁଛୁ । ପ୍ରଣବ ପ୍ରକାଶ ଦାଶ ଶପଥ କରି ଯାଇଛନ୍ତି ଯେ, ଆଗାମୀ ଦିନରେ ମୋ ସହ ମିଶି କାମ କରିବେ ।" ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା କହିଛନ୍ତି,"ନିର୍ବାଚନକୁ ନେଇ କର୍ମୀମାନଙ୍କୁ ଆହ୍ବାନ ସହ ସଜାଗ କରାଗଲା ଯେ, ନିଜ ନିଜ ବୁଥରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଜୟୀ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ପତ୍ର ଦାଖଲ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା - Tusharkanti File Nomination

ସେପଟେ ଅନୁଗୋଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ କହିଛନ୍ତି, "ଲୋକମାନେ ସ୍ଥିର କରିସାରିଲେଣି ଯେ, ଆଠମଲ୍ଲିକରେ ବିଜେଡିକୁ ବିଜୟୀ କରାଇବେ । ଗତଥର ଆମେ ଯେଉଁ ରେକର୍ଡ କରିଥିଲୁ ଏଥର ତାର ଦୁଇ ଗୁଣ ଭୋଟ ପାଇବୁ । ଆଠମଲ୍ଲିକରେ ଏକତରଫା ନିର୍ବାଚନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଯେଉଁ ଇସ୍ତାହାର ଦେଇଛନ୍ତି ତାହା ସମସ୍ତଙ୍କୁ ଛୁଇଁଚି । ସମସ୍ତେ ଜଣନ୍ତି ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ତେଣୁ ଏଥର ବିଜେଡି ଭଭୟ ନିର୍ବାଚନ ମଣ୍ଡଳୀରେ ନିଶ୍ଚୟ ବିଜୟୀ ହେବ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details