ଓଡିଶା

odisha

ETV Bharat / politics

ବଳଦେବଜୀଉ ମନ୍ଦିରରେ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀ, ନିର୍ବାଚନ ପୂର୍ବରୁ ନେଲେ ଆଶୀର୍ବାଦ - BJD Candidates At Baladevjiu Temple

BJD Candidates At Baladevjiu Temple: ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଥିଲେ ବିଜେଡିର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସମେତ ସାଂସଦ ପ୍ରାର୍ଥୀ । ଦଳର ବିଜୟ ପାଇଁ ସେମାନେ ପ୍ରଭୁ ବଳଦେବଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Baladevjiu Temple
Baladevjiu Temple

By ETV Bharat Odisha Team

Published : Mar 31, 2024, 11:02 PM IST

ବଳଦେବଜୀଉ ମନ୍ଦିରରେ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀ, ନିର୍ବାଚନ ପୂର୍ବରୁ ନେଲେ ଆଶୀର୍ବାଦ

କେନ୍ଦ୍ରାପଡ଼ା:ଜୁନ ପହିଲାରେ କେନ୍ଦ୍ରାପଡାରେ ପଡ଼ିବ ଭୋଟ । ଏଥିପାଇଁ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥୀ ପ୍ରଥମେ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ଆଶୀର୍ବାଦ ନେଇଛନ୍ତି । ଆଜି (ରବିବାର) କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଥିଲେ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମହାକାଳପଡ଼ା ବିଧାୟକ ପ୍ରାର୍ଥ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବଚରଣ ସାହୁ, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର । ସେମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ନିକଟରେ ବିଜୟ ପାଇଁ ଆଶିଷ ଭିକ୍ଷା କରିଛନ୍ତି। ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ଦଳୀୟ ଟିକେଟ ପାଇଥିବା ଅନ୍ୟ ସମସ୍ତ ବିଧାନସଭା ପ୍ରାର୍ଥୀ ମଧ୍ୟ ଦର୍ଶନ କରିଛନ୍ତି ।

୨୦୧୯ ମସିହାରେ ସମ୍ମାନଜନକ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ତେବେ ଅନୁଭବଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରାପଡାର ବିକାଶ ଧିମେଇ ଯାଇଥିବା ଅଭିଯୋଗ ହୋଇଛି । ଏଥର ଅନୁଭବ ବିଜେଡି ଛାଡିଥିବାବେଳେ କେନ୍ଦ୍ରାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଥିବା ସ୍ବର୍ଗତ ନଳିନୀ ମହାନ୍ତିଙ୍କ ସୁପୁତ୍ର ତଥା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ସାଂସଦ ପ୍ରାର୍ଥୀ ହୋଇଛନ୍ତି । ବିଜେପି ବୈଜୟନ୍ତଙ୍କ ଉପରେ ଭରସା କରି ପୁଣି ଏଠାରୁ ପ୍ରାର୍ଥୀ କରିଥିବାବେଳେ ଏକ ବିରାଟ ଲଢେଇ ହେବାକୁ ଥିବା ଅନୁମାନ କରାଯାଉଛି।

ଏହା ମଧ୍ୟ ପଢନ୍ତୁ...ବ୍ରହ୍ମଗିରିରେ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ - Umakanta Samantray

ଏହା ମଧ୍ୟ ପଢନ୍ତୁ...ପାଲଲହଡାରେ ବିଜେଡିର କର୍ମୀ ସମାବଶ, ଦଳ ପାଇଁ ଭୋଟ ମାଗିଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ - BJD Workers Meeting

ଆଜି ଦଳୀୟ ପ୍ରାର୍ଥୀଙ୍କୁ ପାଖରେ ପାଇ ବିଜେଡି କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦଳୀୟ ପ୍ରାର୍ଥୀଙ୍କୁ ହଜାର ହଜାର କର୍ମୀ ପାଛୋଟି ଆଣିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ପରେ ସମସ୍ତେ ବେଢା ପରିକ୍ରମା ମଧ୍ୟ କରିଥିଲେ । ଦଳୀୟ ନେତାମାନେ ପ୍ରଥମେ ଜଣକ ପରେ ଜଣେ ଇଚ୍ଛାପୁର ସ୍ଥିତ ରଥ ଦାଣ୍ଡରେ ପହଞ୍ଚିଥିଲେ । ସେଠାରୁ ବାହାରି ମନ୍ଦିରରେ ପହଞ୍ଚି ଦିଅଁ ଦର୍ଶନ କରିଥିଲେ । ଆଗାମୀ ନିର୍ବାଚନରେ ଦଳୀୟ ରଣନୀତି କିଭଳି ରହିବ ସେନେଇ ନେତାମାନେ କର୍ମୀଙ୍କ ସହ ଖୁବଶୀଘ୍ର ବିଚାରବିମର୍ଶ କରିବେ ବୋଲି ଦଳୀୟ ନେତା ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details