ଓଡିଶା

odisha

ETV Bharat / politics

ମହିଳାଙ୍କୁ ଶାଢୀ ବାଣ୍ଟିଲେ ବିଜେଡି ବିଧାୟକ, ମାମଲା ରୁଜୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଅଧିକାରୀ - Poll conduct violation - POLL CONDUCT VIOLATION

Poll conduct violation in Dhenkanal: ମହିଳାଙ୍କୁ ଶାଢୀ ବାଣ୍ଟି ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କଲେ ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ସାହୁ । ଅଭିଯୋଗ ପରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ଢେଙ୍କାନାଳ ଜିଲ୍ଲାପାଳ ତଥା ଡିଇଓ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 4, 2024, 8:57 AM IST

ଢେଙ୍କାନାଳ:ଭୋଟରଙ୍କୁ ପ୍ରଭାବିତ କରିବାକୁ ଶାଢୀ ବାଣ୍ଟିଲେ ବିଜେଡି ବିଧାୟକ ପ୍ରାର୍ଥୀ । ଢେଙ୍କାନାଳ ପରଜଙ୍ଗ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁ ଏକ ସାଧାରଣ ସଭାରେ ମହିଳାଙ୍କୁ ଶାଢୀ ବାଣ୍ଟି ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରିଛନ୍ତି । ଏନେଇ ଅଭିଯୋଗ ମିଳିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ । ଯାଞ୍ଚ ରିପୋର୍ଟକୁ ଆଧାର କରି ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାରୁ ସେ ଏସପିଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳାଙ୍କୁ ଶାଢୀ ବାଣ୍ଟିଲେ ବିଜେଡି ବିଧାୟକ, ମାମଲା ରୁଜୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଅଧିକାରୀ

ସୂଚନା ମୁତାବକ, ଗତ ୩୧ ତାରିଖରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ପିତଳଧୁଆ ଗ୍ରାମ ବେଲ୍ଲାବଣିଆ ସାହିରେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ୧୦ରୁ ୨୦ ଜଣ ଲୋକଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ କରୁଣାକର ହେମ୍ବ୍ରମ ମଧ୍ୟ ଉପସ୍ଥିତ ରହିଥିଲେ l ଏହି ସଭାରେ ବିଧାୟକ ଲୋକମାନଙ୍କୁ ବାଦ୍ୟଯନ୍ତ୍ର ଓ ମହିଳାମାନଙ୍କୁ ଶାଢୀ ବଣ୍ଟନ କରିଥିଲେ l ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ l ଆଚରଣ ବିଧି ଅନୁଯାୟୀ ଏହା ବଳବତ୍ତର ଥିବାବେଳେ କେହି ବି ନେତା ଭୋଟରକୁ ପ୍ରଭାବିତ କଲାଭଳି କୌଣସି ଦ୍ରବ୍ୟ କିମ୍ବା ଉପହାର ଦେଇପାରିବେ ନାହିଁ l ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଅଧିକାରୀ ।

ମହିଳାଙ୍କୁ ଶାଢୀ ବାଣ୍ଟିଲେ ବିଜେଡି ବିଧାୟକ, ମାମଲା ରୁଜୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଅଧିକାରୀ

ଏହା ମଧ୍ୟ ପଢନ୍ତୁ: ଆଚରଣବିଧି ଉଲ୍ଲଙ୍ଘନ କରୁଛି ବିଜେଡ଼ି, ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି - Bjp Meet Ceo

ଏହା ମଧ୍ୟ ପଢନ୍ତୁ: ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା

ଏ ସମ୍ପର୍କରେ କଙ୍କଡ଼ାହାଡ଼ ବ୍ଲକ ଉନ୍ନୟନ ଅଧିକାରୀ, ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ପରଜଙ୍ଗ ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମାମଲା ଦାୟର ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି, ଆଚରଣ ବିଧି ଅନୁଯାୟୀ ଏହା ଲାଗୁ ହେବା ପରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ଦେଉଥିବା କୌଣସି କାର୍ଯ୍ୟରେ ସାଧାରଣ ବା ସରକାରୀ ଟଙ୍କା ଖର୍ଚ୍ଚ ହୋଇପାରିବ ନାହିଁ । କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ସ୍ବାର୍ଥ ପାଇଁ ସରକାରୀ ଯାନ ବ୍ୟବହାର କରାଯିବ ନାହିଁ । କୌଣସି ପ୍ରକାର ସରକାରୀ ଘୋଷଣା, ଉଦଘାଟନ, ଭିତ୍ତିପ୍ରସ୍ଥର ସ୍ଥାପନ ଆଦି କାର୍ଯ୍ୟ କରାଯାଇପାରିବ ନାହିଁ । ଏହି ସମୟରେ ସରକାର ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ମାଗଣା ଅଥବା ଲୋଭନୀୟ ଘୋଷଣା କରିପାରିବେ ନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details