ଓଡିଶା

odisha

ETV Bharat / politics

କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବିଳମ୍ବ ଅଭିଯୋଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେଡି - BJD MEETS ELECTION COMMISSION

କୁକୁଡ଼ାଖଣ୍ଡି ଏନଏସି ଲାଗି ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଦାବି । ରାଜ୍ୟ ନିର୍ବାଚନ କମିଶନକୁ ଭେଟିଲା ବିଜେଡି ।

BJD Meets Election Commission
BJD Meets Election Commission (ETV Bharat Odisha)

By ETV Bharat Odisha Team

Published : Nov 13, 2024, 8:39 PM IST

Updated : Nov 13, 2024, 10:14 PM IST

ଭୁବନେଶ୍ବର:ରାଜ୍ୟ ନିର୍ବାଚନ କମିଶନକୁ ଭେଟିଲା ବିଜେଡି । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଳମ୍ବ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେଡି । କୁକୁଡ଼ାଖଣ୍ଡି ଏନଏସି ଲାଗି ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଦଳ ।

BJD Meets Election Commission (ETV Bharat Odisha)

ନିର୍ବାଚନ କମିଶନକୁ ଫେରାଦ ବିଜେଡି:

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ ହୋଇଛି । ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ନୂତନ ବ୍ଲକ ଅଧ୍ୟକ୍ଷ ଲାଗି ବିଜ୍ଞପ୍ତି ବା କାର୍ଯ୍ୟକ୍ରମ ଆରମ୍ଭ ହେବ । କିନ୍ତୁ ବିଜେପି ସରକାର ଏହା କରୁନାହିଁ । ବିଜେପିର କିଛି ବ୍ୟକ୍ତି ଏନେଇ ହାଇକୋର୍ଟକୁ ଯାଇଥିଲେ । ପ୍ରଥମେ ସମିତି ସଭ୍ୟ ନିର୍ବାଚନ କରିବାକୁ ବିଜେପିର କିଛି ଲୋକ ହାଇକୋର୍ଟ ଗଲେ । ଅର୍ଥାତ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବ କରିବା ଲକ୍ଷ୍ୟ ଥିଲା । ସେହିପରି ବିଜେଡି ଲୋକ ବି ହାଇକୋର୍ଟ ଗଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ହେଉ । ଏହା ସହିତ ସମିତି ସଭ୍ୟ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିର୍ବାଚନ ହେଉନାହିଁ ।"

କୁକୁଡ଼ାଖଣ୍ଡି ବ୍ଲକର ସମସ୍ୟା:


ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁଠି ବିଜେପି ଜିତିବାର ସମ୍ଭାବନା ଅଛି, ସେଠାରେ ନିର୍ବାଚନର ଦୁଇ ଦିନ ପୂର୍ବରୁ ଅଫିସର ପ୍ରିଜାଇଡିଂ ଅଧିକାରୀ ହୋଇ ଡେରା ପକାଉଛନ୍ତି । ହେଲେ ଯେଉଁଠି ବିଜେପି ହାରିବା ଓ ବିଜେଡି ଜିତିବାର ସମ୍ଭାବନା ଅଛି, ସେଠାରେ ନିର୍ବାଚନ ଅଧିକାରୀଙ୍କ ଦେହ ଖରାପ ହୋଇଯାଉଛି । ଅଫିସରଙ୍କୁ ଜ୍ଵର, ବାନ୍ତି ଓ ଝାଡା ହେଉଛି । ସେମାନେ ସରକାରଙ୍କ ଚାପରେ ଚେପା ହୋଇଯାଉଛନ୍ତି । ବିଜେପି ଚାପରେ ଅଧିକାରୀ ଗଣତାନ୍ତ୍ରିକ କାର୍ଯ୍ୟ କାରିବାକୁ ଯାଉନାହାନ୍ତି । ଫଳରେ କୁକୁଡ଼ାଖଣ୍ଡି ବ୍ଲକର ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ଆମେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛୁ ।"

ତୁରନ୍ତ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଦାବି:
ଅରୁଣ ଦାବି କରିଛନ୍ତି, "ତୁରନ୍ତ ବ୍ଲକ ଅଧ୍ୟକ୍ଷ ନିର୍ବାଚନ କରିବାକୁ ଦାବି କରିଛୁ । ସରକାରଙ୍କ ଚାପରେ କୌଣସି ଅଧିକାରୀଙ୍କୁ ଚେପା ହେବାକୁ ଦିଆନଯାଉ । ଯଦି ନିର୍ବାଚିତ ପ୍ରତିନିଧିମାନେ ସୁଯୋଗପ୍ରାପ୍ତ ନହେବେ ବା ବ୍ଲକ କିମ୍ବା ପଞ୍ଚାୟତ କାର୍ଯ୍ୟ ନକରିବ, ତାହାଲେ ସରକାରଙ୍କୁ କଡା ଜବାବ ଦିଆଯିବ । ଏଭଳି ବିଳମ୍ବିତ ପ୍ରକ୍ରିୟା ନକରିବାକୁ ଆମେ ସରକାରଙ୍କୁ ଚେତାବନୀ ଦେଉଛୁ । କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ତୁରନ୍ତ ନକରାଇଲେ, ନହେଲେ ଏହାର ଭୟଙ୍କର ପରିଣତି ଦେଖିବାକୁ ସରକାର ରହିବେ ।" ବିଜେଡି ବିଧାୟକ ଅରୁଣ ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମୁଖପାତ୍ର ଲେନିନ ମହାନ୍ତି ପ୍ରମୁଖ ବିଜେଡି ନେତା ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 13, 2024, 10:14 PM IST

ABOUT THE AUTHOR

...view details