ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ 2024 ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ । ବିଜେପିର ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେଡିର ପ୍ରତିନିଧି ଦଳ ।
ବିଜେଡିର ଏକ 9 ଜଣିଆ ପ୍ରତିନିଧି ଆଜି ସଂନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଭେଟିଛନ୍ତି । ପ୍ରତିନିଧି ଦଳରେ ଥିଲେ ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ସାଂସଦ ସୁଲୋତା ଦେଓ, ମୁଖପାତ୍ର ଲେନିନ ମହାନ୍ତି, ମୁଖପାତ୍ର ପ୍ରିୟବ୍ରତ ମାଝୀ, ସ୍ବୟଂ ପ୍ରକାଶ ମହାପାତ୍ର, ତୁମ୍ଭନାଥ ପଣ୍ଡା, ମିହିର ରାୟ, ମଧୁସ୍ମିତା ନାୟକ ଓ ଇସ୍ପାତା ସାହୁ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ସୁଲୋତା ଦେଓ କହିଛନ୍ତି ଯେ, ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ଆମେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ମାର୍ଚ୍ଚ 30 ତାରିଖ ଦିନ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଧିନସ୍ଥ ନାଚିନ୍ଦ ଓ ଅରୁହୁଆବତୀ ଗ୍ରାମପଞ୍ଚାୟତରେ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ହୋଇଛି ।
ଏହା ବି ପଢନ୍ତୁ- ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD Meets CEO