ଓଡିଶା

odisha

ETV Bharat / politics

ଲୋକସଭା ଆସନରେ ବିଜେପିକୁ ଜିତାଇବା ପାଇଁ ବିଜେଡି ଡିଲ୍ କରିଛି: ପ୍ରଶାନ୍ତ ଜଗଦେବ - Prasant Jagdev - PRASANT JAGDEV

Prasant Jagdev Statement on BJD Deal: ଏଥର ଲୋକସଭା ଆସନରେ ବିଜେପିକୁ ଜିତାଇବା ପାଇଁ ବିଜେଡି ଡିଲ୍‌ କରିଛି। ଏଣୁ ଅନେକ ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦେଇଛି ବୋଲି କହିଛନ୍ତି ବିଜେପି ନେତା ପ୍ରଶାନ୍ତ ଜଗଦେବ । ଅଧିକ ପଢନ୍ତୁ

Prasant Jagdev
Prasant Jagdev

By ETV Bharat Odisha Team

Published : Mar 28, 2024, 5:58 PM IST

ଲୋକସଭା ଆସନରେ ବିଜେପିକୁ ଜିତାଇବା ପାଇଁ ବିଜେଡି ଡିଲ୍ କରିଛି: ପ୍ରଶାନ୍ତ ଜଗଦେବ

ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ନେତା ପ୍ରଶାନ୍ତ ଜଗଦେଗ । ତେବେ ଜଗନ୍ନାଥ ଦର୍ଶନ ପରେ ସେ ବିସ୍ଫୋରକ ବୟାନ ଦେଇଛନ୍ତି । ପ୍ରଶାନ୍ତ କହିଛନ୍ତି ଯେ ବିଜେପିକୁ ଲୋକସଭା ଆସନରେ ଜିତାଇବା ପାଇଁ ବିଜେଡି ଡିଲ୍‌ କରିଛି । ଅନେକ ସ୍ଥାନରେ ବିଜେଡି ବିଜେପି ବିପକ୍ଷରେ ଦୁର୍ବଳ ପ୍ରାର୍ଥୀ ଦେଇଛି । ଯାହାର ଉଦାହରଣ ସମ୍ବଲପୁର ଲୋକସଭା ଆସନ। ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ପ୍ରାର୍ଥୀ କରି ବଳି ପକାଇଛି ବୋଲି କହିଛନ୍ତି ଜଗଦେବ ।

ପ୍ରଶାନ୍ତ ଜଗଦେବ କହିଛନ୍ତି, "ସମ୍ବଲପୁରରେ ଉପକୂଳ ଜିଲ୍ଲାବାସୀଙ୍କ ପ୍ରତି ନକାରାତ୍ମକ ଭାବନା ଥିବା ବେଳେ ଏହାର ଶିକାର ହେବେ ପ୍ରଣବ ପ୍ରକାଶ ଦାସ । ସେଠାରେ ସେ ଶୋଚନୀୟ ପରାଜୟ ବରଣ କରିବେ ।" ସେହିପରି ଅନ୍ୟ ଏକ ଉଦାହରଣ ଦେଇ ପ୍ରଶାନ୍ତ କହିଛନ୍ତି ଯେ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଏବେଠୁ ଜିତି ସାରିଲେଣି । କାରଣ ଅରୁପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ସେ କହିଛନ୍ତି ତାଙ୍କୁ ଦଳ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କଲେ ମଧ୍ୟ ସେ ଲଢେଇ କରିବେ । ସେ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ଲଢେଇ କରିଛନ୍ତି । ଆଉ ଏବେ ନବୀନ ପଟ୍ଟନାୟକ ଦୁର୍ବଳ ହୋଇ ଗଲେଣି ।

ଏହା ବି ପଢନ୍ତୁ- ଲୋକସଭା ମୈଦାନରେ ଅଭିଜ୍ଞ ବନାମ ଅନଭିଜ୍ଞ ନେତା, କେମିତି ହେବ ଫାଇଟ

ଜଗଦେବ ଆହୁରି କହିଛନ୍ତି, "ଦୀର୍ଘ 24 ବର୍ଷର ଶାସକ ଦୁର୍ବଳ ହୋଇଗଲାଣି । ଏହା ପ୍ରାକୃତିକ ପ୍ରକ୍ରିୟା । ଶିଶୁଟିଏ ଯୁବକ ହୁଏ, ପରେ ବୃଦ୍ଧ ହୁଏ । ଏଣୁ ବିଜେଡି ଶାସନ ଏବେ ବୃଦ୍ଧ ଅବସ୍ଥାକୁ ଚାଲି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଆଉ ଭଲ ନାହିଁ । ସେ ଲୋକଙ୍କ ନିକଟରେ ଆଉ ପହଞ୍ଚିବା ସ୍ଥିତିରେ ନାହାନ୍ତି । ଏଣୁ ଲୋକ ବୁଝି ସାରିଲେଣି । ଏଥର ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ । ବିଜେଡି ଦୁର୍ବଳ ହୋଇ ଯାଇଥିବାରୁ ବିଜେପି ସହ ମେଣ୍ଟ ପାଇଁ ଚାହୁଁଥିଲେ । ହେଲେ ବିଜେପି ଏହା ଗ୍ରହଣ କଲା ନାହିଁ । ବିଜେପିର ମାନସ ସନ୍ତାନ ହେଉଛି ବିଜେଡି । ବିଜେଡିରେ ଗଣତନ୍ତ୍ର ଆଉ ନଥିବା ବେଳେ ଦଳ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି । ଆଜି ନହେଲେ କାଲି ବିଜେଡି ବିଜେପିରେ ବିଲୟ ହେବା ନିଶ୍ଚିତ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details