ଓଡିଶା

odisha

ETV Bharat / politics

ଚିଲିକା ବିଧାନସଭା ଆସନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପାଣ୍ଡିଆନ - Pandian Election Campaign

VK Pandian Election Campaign In Chilika: ଚିଲିକାରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ତାରକା ପ୍ରଚାରକ ଭିକେ ପାଣ୍ଡିଆନ । ଚିଲିକା ବାଣପୁର ଆୟୋଜିତ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ଚିଲିକା ବିଧାନସଭା ଆସନ
ଚିଲିକା ବିଧାନସଭା ଆସନ (ETV Bharat Odisha)

By ETV Bharat Odisha Team

Published : May 18, 2024, 11:04 PM IST

ଚିଲିକା ବିଧାନସଭା ଆସନ (ETV Bharat Odisha)

ଖୋର୍ଦ୍ଧା:ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ତିନି ପ୍ରମୁଖ ଦଳର ହେଭିୱେଟ ନେତାଙ୍କ ପ୍ରଚାର ସେତିକି ଜୋରଦାର ହେଉଛି । ବିଶେଷକରି ବିଜେପି କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡିଶା ଗସ୍ତ ସହ ଜୋରଦାର ନିର୍ବାଚନୀ ପ୍ରଚାରକୁ କାଉଣ୍ଟର କରୁଛି ବିଜେଡି । ଉଭୟ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ବିଭିନ୍ନ ଅଞ୍ଚଳ ଗସ୍ତ କରି ବଡ଼ ବଡ଼ ସଭା ଓ ରୋଡ଼ ସୋ କରି ଦମ ଦେଖାଉଛନ୍ତି । ସେହିଭଳି ଆସନ୍ତା 25 ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ତାରକା ପ୍ରଚାରକ ଭିକେ ପାଣ୍ଡିଆନ ।

ଆଜି ଅପରାହ୍ନରେ ଭିକେ ପାଣ୍ଡିଆନ ଚିଲିକା ବାଣପୁର ପଲଟନ ପଡିଆ ଠାରେ ପହଞ୍ଚି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରି ଓଡିଶା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର କହିଥିଲେ ପାଣ୍ଡିଆନ । ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି । ବାଣପୁରରେ ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଜନସଭାକୁ ସମ୍ବୋଧନ କରି କହିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ...କାହାର ହେବ ଚିଲିକା ? ଜୋରଦାର ଲଢେଇ ହେବ କହିଲେ ପ୍ରାର୍ଥୀ, କାହାକୁ ଭରସା କରିବେ ଜନତା - Chilika Assembly Constituency

ସେହିଭଳି ମା’ ଭଗବତୀ ମନ୍ଦିର ରୂପାନ୍ତରି କରଣ ଜାରି ରହିଛି । ଆସନ୍ତା ଜୁଲାଇ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବା ପରେ ରାଜ୍ୟରେ ବିଜୁଳି ବିଲ ଛାଡ କରିବେ ବୋଲି ପାଣ୍ଡିଆନ କହିଥିଲେ । ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ । ମାତ୍ର ସ୍ୱଳ୍ପ ସମୟ ବାଣପୁରରେ ଉପସ୍ଥିତ ରହି ପରେ ସେ ହେଲିକପ୍ଟର ଯୋଗେ ରଣପୁରରେ ଆୟୋଜନ ହୋଇଥିବା ଅନ୍ୟ ଏକ କାର୍ଯ୍ୟକ୍ରମ ପାଇଁ ଚାଲି ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ସହ ମଞ୍ଚରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ, ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହ ଶହଶହ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details