ଓଡିଶା

odisha

ETV Bharat / politics

ସାରସକଣାରୁ ଦେବାଶିଷ ଓ କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ ବିଜେଡି ପ୍ରାର୍ଥୀ - BJD Candidates - BJD CANDIDATES

Saraskana And Karanjia Constituencies: ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ବିଜେଡି ପ୍ରାର୍ଥୀ ହୋଇଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ବାସନ୍ତୀ ହେମ୍ବ୍ରମ । ଅଧିକ ପଢନ୍ତୁ

ବିଜେଡି ପ୍ରାର୍ଥୀ
ବିଜେଡି ପ୍ରାର୍ଥୀ

By ETV Bharat Odisha Team

Published : Apr 20, 2024, 10:24 PM IST

ବିଜେଡି ପ୍ରାର୍ଥୀ

ରାଇରଙ୍ଗପୁର: ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ଟି ବିଧାନସଭା ଆସନ ମଧ୍ୟରୁ ପୂର୍ବରୁ ୬ ଗୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା । ଆଜି ଆଉ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡିଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମଙ୍କୁ ମିଳିଛି ଟିକେଟ୍ । ଆଜି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ମୟୂରଭଞ୍ଜ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ଦେବାଶିଷ ଓ ବାସନ୍ତୀ ମଧ୍ୟ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ନେଇ କାମ କରିବା ବୋଲି କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭଉୟ ପ୍ରାର୍ଥୀ ।

ପୁଣି ଥରେ ଦେବାଶିଷ ମାର୍ଣ୍ଡିଙ୍କୁ ବିଶ୍ବାସ କରି ଟିକଟ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦେବାଶିଷ ବର୍ତ୍ତମାନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି। ୨୦୧୪ ମସିହାରେ ଦେବାଶିଷ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ମୟୂରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ । ପରେ ବିଜେଡିରେ ଯୋଗଦାନ କରି ଦଳର ବିଶ୍ବାସ ଭାଜନ ହୋଇପାରିଥିଲେ ଦେବାଶିଷ । ୨୦୧୯ ମସିହାରେ ମୟୂରଭଞ୍ଜ ସଂରକ୍ଷିତ ଲୋକସଭା ଆସନରେ ବିଜେଡି ତରଫରୁ ଦେବାଶିଷ ମାର୍ଣ୍ଡିଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରାଯାଇଥିଲା । ହେଲେ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ବିଶ୍ଵେଶ୍ଵର ଟୁଡୁଙ୍କଠାରୁ ୨୫ ହଜାର ୨୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ଦେବାଶିଷ ମାର୍ଣ୍ଡି ।

ଏହା ବି ପଢନ୍ତୁ...କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ବଡ଼ଚଣା ଅଭିଯାନ ଆରମ୍ଭ କଲେ ବର୍ଷା - VARSHA PRIYADARSHINI

ସେହିପରି ବାସନ୍ତୀ ହେମ୍ବ୍ରମ ପୂର୍ବରୁ ଦୁଇ ଦୁଇ ଥର ଶୁକୃଳି ବ୍ଲକରେ ଚେୟାରମେନ ରହିଥିଲେ। ତାଙ୍କ ଶଶୁର ରଘୁନାଥ ହେମ୍ବ୍ରମ ମଧ୍ୟ ପୂର୍ବରୁ ମନ୍ତ୍ରୀ ଥିଲେ । ବାସନ୍ତୀଙ୍କୁ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ବିଜେଡି ପକ୍ଷରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବ କରାଯାଇଥିଲା । ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପିର ପଦ୍ମଚରଣ ହାଇବୁରୁଙ୍କଠାରୁ ୮ହଜାର ୭୬୩ ଖଣ୍ଡ ଭୋଟରେ ଆଗୁଆ ରହି ବାସନ୍ତୀ ହେମ୍ବ୍ରମ ବିଜୟୀ ହୋଇଥିଲେ। ପରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ବାସନ୍ତୀ । ସେ ଏବେ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି । ଆଉ ପୁଣି ଥରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ରଖି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ପ୍ରଦାନ କରିଛନ୍ତି।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details