ଓଡିଶା

odisha

By ETV Bharat Odisha Team

Published : May 17, 2024, 5:33 PM IST

ETV Bharat / politics

ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମେଗା ରୋଡ ସୋ' - BJD BJP Roadshow

BJD And BJP MLA Candidates Roadshow: ନିର୍ବାଚନକୁ ନେଇ ସରଗରମ ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଠାରେ ଆଜି ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ବିଶାଳ ରୋଡ ସୋ' କରିଛନ୍ତି । ଅଧିକ ପଢ଼ନ୍ତୁ

ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମେଗା ରୋଡ ସୋ'
ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମେଗା ରୋଡ ସୋ' (ETV Bharat Odisha)

ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମେଗା ରୋଡ ସୋ' (ETV Bharat Odisha)

କେନ୍ଦୁଝର: ରାଜ୍ୟର 3ୟ ପର୍ଯ୍ୟାୟ ଅର୍ଥାତ ମେ' 25 ତାରିଖରେ କେନ୍ଦୁଝରରେ ହେବ ମତଦାନ । ହାତରେ ମାତ୍ର ଦିନ କେଇଟା ବାକିଥିବା ବେଳେ ନିର୍ବାଚନ ପ୍ରଚାରକୁ ଜୋରଦାର କରୁଛନ୍ତି ନେତା । କିଏ ସାଧାରଣ ସଭା ଆୟୋଜନ କରୁଛି ତ କିଏ ବାଇକ୍ ରାଲି ଓ ପଦଯାତ୍ରା କରୁଛି । ଏହି ପରିପ୍ରେକ୍ଷୀରେ ପାଟଣା ନିର୍ବାଚନ ମଣ୍ଡଳୀକୁ ସରଗରମ କରିଛି ଉଭୟ ବିଜେଡି ଓ ବିଜେପି ଦଳର ବାଇକ୍ ରାଲି ଓ ପଦଯାତ୍ରା ।

ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ମେଗା ରୋଡ ସୋ’ ବାଇକ ରାଲି କରି ପ୍ରାଚାରକୁ ଜୋରଦାର କରିଛନ୍ତି । ରୋଡ ସୋ’ ଚମ୍ପୁଆ ବ୍ଲକ ଜଜପଶି ଠାରୁ ବାହାରି ଝୁମ୍ପୁରା ବ୍ଲକ ଉଖୁଣ୍ଡା ବାଉଁଶୁଳି, ତୁରୁମୁଙ୍ଗା, କେନ୍ଦେଇପଶି, ସାହାରପଡା ବ୍ଲକର ଉଦୟପୁର, ସିଲିପଦା, ଖଜୁରଡିହା ଦେଇ ପାଟଣା ବଜାର ପରିକ୍ରମା କରି ଡୁମୁରିଆ ପଞ୍ଚାୟତ ଭୀମକୁଣ୍ଡ ଠାରେ ଶେଷ ହୋଇଥିଲା । ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଏବଂ ସାଂସଦ ପ୍ରାର୍ଥୀଙ୍କ ସହ ଶହଶହ କର୍ମୀ ସାମିଲ ହୋଇଥିଲେ । ଅନେକ ସ୍ଥାନରେ ଶହ ଶହ ଏସଏଚଜି ମହିଳା ମଧ୍ୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହାତରେ ବିଜେଡି ପତାକା ଧରି ମେଗା ସୋ’ରେ ସାମିଲ ହୋଇଥିଲେ ଚମ୍ପୁଆ, ଝୁମ୍ପୁରା ସାହାରପଡା ଏବଂ ପାଟଣା ଅଞ୍ଚଳବାସୀ । ରୋଡ ସୋ’ରେ ପାଟଣା ନିର୍ବାଚନ ମଣ୍ଡଳୀର ସଂଯୋଜକ କାନନ ବିହାରୀ ପୋହୀ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଡ.ହରିଶ ଚୌଧୁରୀ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ସହ ବିଜେଡିର ବରିଷ୍ଠ ନେତା ସାମିଲ ହୋଇଥିଲେ ।

ସେହିପରି ବିଜେପିର ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପାଇଁ ମଧ୍ୟ ସମର୍ଥକମାନେ ପ୍ରଚାରକୁ ଜୋରଦାର କରିଛନ୍ତି । କିଛି ଦିନ ତଳେ ପାଟଣାରେ ବିରାଟ ବାଇକ୍ ରାଲି କରି ବିଜେପି ପକ୍ଷରୁ ମହାମିଶ୍ରଣ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମଧ୍ୟ ତୁରୁମୁଙ୍ଗା ଠାରେ ମଧ୍ୟ ବିରାଟ ବାଇକ୍ ରାଲି କରି ଶକ୍ତି ପଦର୍ଶନ କରିଛି ବିଜେପି । ବାଇକ୍ ରାଲି ପରେ ଅଖିଳ ନାଏକଙ୍କ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଅଖିଳ ନାଏକଙ୍କ କେନ୍ଦୁଝର ଜିଲ୍ଲାର ମହାରାଣୀ ସୁନନ୍ଦିନି ଭଞ୍ଜ ଦେଓ ମଧ୍ୟ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିକାଶ ବାର୍ତ୍ତା ଭୋଟରଙ୍କ ମଧ୍ୟ ବାଣ୍ଟିଥିଲେ । ଏହି ପଦଯାତ୍ରାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଦସ୍ୟା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକଙ୍କ ସହ ବହୁ ତୁଙ୍ଗନେତା ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସନାତନଙ୍କୁ ଜୋତାମାଳ ପିନ୍ଧାଇଲେ ଯୁବକ, ଭିଡିଓ ଭାଇରାଲ - Sanatan Mahakud Faces Opposition

ପ୍ରକାଶ ଯେ, ଆସନ୍ତା ୧୯ ତାରିଖରେ ପାଟଣା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ୨୧ ତାରିଖରେ ବିଜେଡି ନେତା ଭିକେ ପାଣ୍ଡିୟାନଙ୍କ ଜନସଭା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details