ETV Bharat / state

ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଘଟଣା, ଫେରାର ଅଭିଯୁକ୍ତ ଗିରଫ - PUT FECES ON WOMAN FACE CASE

ଫେରାର ଅଭିଯୁକ୍ତ ଅଭୟ ବାଗକୁ ଗିରଫ କଲା ପୋଲିସ । ଗିରଫ ଭୟରେ ମୋବାଇଲ ବ୍ୟବହାର ଛାଡିଦେଇଥିଲା ଫେରାର ଅଭିଯୁକ୍ତ । କୋର୍ଟ ଚାଲାଣ କଲା ପୋଲିସ ।

PUT FECES ON WOMAN FACE CASE
PUT FECES ON WOMAN FACE CASE (ETV Bharat Odisha)
author img

By ETV Bharat Odisha Team

Published : Nov 24, 2024, 1:08 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇ ନିର୍ଯାତନା ଦେବା ମାମଲାରେ ଫେରାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିଲା । ପୀଡିତାଙ୍କ ଅଭିଯୋଗ କ୍ରମେ, ପୋଲିସ 3ଟି ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ନବରଙ୍ଗପୁରରୁ ମୁଖ୍ୟ ଅଭିଯୁକ୍ତ ଅଭୟ ବାଗକୁ ପୋଲିସ ଗତକାଲି ଗିରଫ କରିବାରେ ସଫଳ ହୋଇଛି ।

  • ୧୬ ତାରିଖରେ ଘଟିଥିଲା ଘଟଣା:

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ଜୁରାବନ୍ଦ ଗାଁର ଜଣେ ଆଦିବାସୀ ଯୁବତୀଙ୍କୁ ଏହି ନିର୍ଯାତନା ଦିଆଯାଇଥିଲା । ଚାଷ ଜମିରେ ସେହି ଗାଁର ଅଭିଯୁକ୍ତ ଅଭୟ ବାଗ ଟ୍ରାକ୍ଟର ମଡ଼େଇ ଦେଇବାରୁ ପୀଡିତା ଏହାକୁ ବିରୋଧ କରିଥିଲେ । ପରେ ଅଭିଯୁକ୍ତ ପରେ ଯୁବତୀଙ୍କୁ ଅସଦାଚରଣ ସହ ବିଷ୍ଠା ଖୁଆଇଥିବା ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା ।

PUT FECES ON WOMAN FACE CASE (ETV Bharat Odisha)
  • ଗିରଫ ଭୟରେ ମୋବାଇଲ ବ୍ୟବହାର କରୁନଥିବା ଫେରାର ଅଭିଯୁକ୍ତ

ଏନେଇ ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ କହିଛନ୍ତି," ଉକ୍ତ ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଅଭୟକୁ ଧରିବା ପାଇଁ ପୋଲିସ 3ଟି ସ୍ବତନ୍ତ୍ର ଟିମ ଗଠନ କରିଥିଲା । ଗୋଟିଏ ଟିମ୍ କଳାହାଣ୍ଡି, ଦ୍ବିତୀୟ ଟିମ ତେଲେଙ୍ଗାନା ଓ ତୃତୀୟ ଟିମ୍ ଛତିଶଗଡ ରାଜ୍ୟକୁ ଯାଇଥିଲେ ଛାନଭିନ କରିଥିଲେ । ହେଲେ ଅଭିଯୁକ୍ତକୁ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଅଭୟ ଗିରଫ ଭୟରେ ମୋବାଇଲ ବ୍ୟବହାର କରୁନଥିବା ଯୋଗୁଁ ତାକୁ ଗିରଫ କରିବାରେ ପୋଲିସକୁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । "

ଏହା ମଧ୍ୟ ପଢନ୍ତୁ ...ବାରଣ କଲେ ବୋଲି ମୁହଁରେ ବୋଳିଲେ ବିଷ୍ଠା...

ଏହା ମଧ୍ୟ ପଢନ୍ତୁ ...ବଲାଙ୍ଗୀର ଶିଶୁ ବିକ୍ରି ଘଟଣା, ANMଙ୍କ ସମେତ ୩ ଗିରଫ

ଏହା ମଧ୍ୟ ପଢନ୍ତୁ ...କାହିଁକି ନବଜାତକୁ ଦେଇଦେଲା ମା' ? ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ ଜୋରଦାର

ଉମରକୋଟରୁ ଅଭିଯୁକ୍ତ ଗିରଫ :

ସେ ଆହୁରି ମଧ୍ୟ କହିଛନ୍ତି "ଅଭିଯୁକ୍ତ ଅଭୟ ବାଗ ନବରଙ୍ଗପୁର ଉମରକୋଟରୁ ଗିରଫ ହୋଇଛି । ତାକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣକ ସମ୍ପୃକ୍ତ ପୀଡିତାଙ୍କ କ୍ଷେତରେ ଟ୍ରାକ୍ଟର ମଡାଇ ଦେଇଥିଲା । ଯାହାକୁ ବିରୋଧ କରିବାରୁ ସେ ଉକ୍ତ ଯୁବତୀଙ୍କୁ ସହ ଏଭଳି କାଣ୍ଡ ଭିଆଇ ଥିଲା । ତେବେ ପୋଲିସ ପକ୍ଷରୁ ପୀଡ଼ିତାଙ୍କୁ ସବୁ ପ୍ରକାର ସହାୟତା ସହ କ୍ଷତୀ ପୂରଣ ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆ ଯାଇଛି । "
ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.