ଓଡିଶା

odisha

ରାସନ କାର୍ଡ ରାଜନୀତି: ଭୂତ ହିତାଧୀକାରୀଙ୍କ ତଥ୍ୟ ମାଗିଲା ବିଜେଡି, ପ୍ରତିକ୍ରିୟା ରଖିଲା ବିଜେପି - Ration Card Politics

By ETV Bharat Odisha Team

Published : Jul 13, 2024, 11:07 PM IST

Ration Card Politics: ରାସନ କାର୍ଡରେ ଭୂତ ହିତାଧିକାରୀ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବୟାନ ନେଇ ତେଜିଲା ରାଜନୀତି । ପ୍ରତିକ୍ରିୟା ରଖିଲା ବିଜେଡି । ଅଧିକ ପଢ଼ନ୍ତୁ

Ration Card Politics
Ration Card Politics (ETV Bharat Odisha)

ଭୁବନେଶ୍ବର: ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଥିଲେ ରାଜ୍ୟରେ ରାସନ କାର୍ଡରେ ବହୁ ଭୂତ ହିତାଧିକାରୀ ଅଛନ୍ତି । ପୂର୍ବ ସରକାରରେ ଏହା ସମ୍ଭବ ଥିଲା, ହେଲେ ବିଜେପି ସରକାରରେ ହୋଇପାରିବ ନାହିଁ । ରାସନ କାର୍ଡରେ ଭୂତ ହିତାଧିକାରୀ ରହିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟାରେ ତେଜିଛି ରାଜ୍ୟ ରାଜନୀତି । ମନ୍ତ୍ରୀଙ୍କ ପ୍ରତିକ୍ରିୟାର ଜବାବ ରଖିଛି ବିଜେଡି । ସେପଟେ ବିଜେଡିକୁ ମଧ୍ୟ ବିଜେପି ପକ୍ଷରୁ ତୁରନ୍ତ କାଉଣ୍ଟର ମିଳିଛି ।

Ration Card Politics (ETV Bharat Odisha)

ଭୂତ ରାସନ କାର୍ଡ ହିତାଧିକାରୀ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟାର ଜବାବ ରଖି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଯଦି ରାଜ୍ୟର ମନ୍ତ୍ରୀ ଏହା କହୁଛନ୍ତି, ତାଙ୍କ ପାଖରେ ତଥ୍ୟ ଥିବ । ସେଥିପାଇଁ ସେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଛନ୍ତି । ମନ୍ତ୍ରୀ ନିର୍ଦ୍ଦିଷ୍ଟ ତଥ୍ୟ ସହ ଯଦି ଘୋଷଣା କରିଛନ୍ତି, ତେବେ ତାହାକୁ ପ୍ରକାଶିତ ବି କରନ୍ତୁ । ଯିଏ ଦୋଷୀ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଅସୁବିଧା କ'ଣ ଅଛି । ସରକାରଙ୍କର ଅନେକ ଇସ୍ତାହାର ମଧ୍ୟ ପୂରଣ କରିବାକୁ ବାକି ଅଛି । ସରକାରକୁ ଆସିବାର ମାତ୍ର ମାସେ ହୋଇଛି । ବହୁ ଦିନ ବାକି ଅଛି । ଅନେକ କାମ ହେବ ବୋଲି ଆଶା ଅଛି ।"

ସେପଟେ ବିଜେଡି ପ୍ରତିକ୍ରିୟାଶୀଳ ହେବାକୁ ନେଇ କାଉଣ୍ଟର କରିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ସେ କହିଛନ୍ତି, "ବିଭାଗୀୟ ମନ୍ତ୍ରୀ ପ୍ରାଥମିକ ତଦନ୍ତରୁ ଆକଳନ କରିଛନ୍ତି ଯେ ଭୂତ ହିତାଧିକାରୀ ଅଛନ୍ତି । ଏହା ଉପରେ ଆହୁରି ତଦନ୍ତ ହେବ । ଯେଉଁମାନେ ପୂର୍ବ ସରକାରରେ ଲୁଟ ଚଳାଇଥିଲେ, ରାସନ କାର୍ଡ ନାଁରେ ହେଉ ବା ମନରେଗାରେ ହେଉ, ସବୁଥିରେ ଲୁଟପାଟ ଚାଲିଥିଲା । ଏ ସବୁ ବନ୍ଦ କରାଯିବ । ପ୍ରକୃତ ହିତାଧିକାରୀମାନଙ୍କୁ ରାସନ କାର୍ଡରେ ଯୋଡ଼ାଯିବ ଏବଂ ଭୂତ ହିତାଧିକାରୀ ମାନଙ୍କ ନାଁ କଟାଯିବ । ବିଜେଡି ଭୁଲ କରିଥିବାରୁ ପ୍ରତିକ୍ରିୟାଶୀଳ ହେଉଛି । ସେମାନେ ଯେଉଁ ଲୁଟ କରିଥିଲେ, ଆଜି ସେ ଲୁଟ ଧରା ପଡ଼ୁଛି । ନିଜର ଅପରାଧ ଓ ଦୁର୍ନୀତିକୁ ଲୁଚାଇବା ପାଇଁ ବିଜେଡି ବିରୋଧ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା, ଯୋଡ଼ି ହେବେ କାଳିଆରେ ସାମିଲ ଯୋଗ୍ୟ ହିତାଧିକାରୀ - KALIA beneficiaries to get PM Kisan

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details