ଓଡିଶା

odisha

'ରାଜଭବନ ନା ରାଜନୈତିକ ଆଡ୍ଡାସ୍ଥଳୀ' ପ୍ରଶ୍ନ କଲା ବିଜେଡି - BJD Targets Raj Bhawan

ବିଜେଡି ଟାର୍ଗେଟରେ ଓଡ଼ିଶା ରାଜ୍ୟପାଳଙ୍କ ସରକାରୀ ବାସଭବନ ରାଜଭବନ । ରାଜଭବନକୁ ରାଜନୈତିକ ଆଡ୍ଡାସ୍ଥଳୀ କହି ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ସୁଲତା ଦେଓ ଏବଂ ସସ୍ମିତ ପାତ୍ର ।

By ETV Bharat Odisha Team

Published : 4 hours ago

Published : 4 hours ago

BJD Targets Odisha Governor
BJD Targets Odisha Governor (ETV Bharat Odisha)

ଭୁବନେଶ୍ବର: ରାଜଭବନ ବିଜୁ ଜନତା ଦଳ-ବିଜେଡିର ନିଶାନା । ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦ ଏନେଇ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି । ରାଜଭବନକୁ ରାଜନୀତିର ଆଡ୍ଡାସ୍ଥଳୀରେ ପରିଣତ କରାନଯାଉ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ।

ASOଙ୍କୁ ନ୍ୟାୟ ପ୍ରସଙ୍ଗ:

ଓଡି଼ଶା ରାଜ୍ୟପାଳଙ୍କ ସରକାରୀ ବାସଭବନ ରାଜଭବନ ଓ ରାଜ୍ୟପାଳଙ୍କୁ ନେଇ ଅଭିଯୋଗ ଆଣିଛନ୍ତି ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ କହିବା କଥା, "ଓଡ଼ିଶା ରାଜଭବନରେ ଦେଖିବାକୁ ମିଳିଛି ରାଜନୈତିକ ଗତିବିଧି । ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଓଡି଼ଶା ରାଜଭବନ ପାଲଟିଛି କି ବିଜେପିର ୱାର୍ ରୁମ ? ଓଡି଼ଶା ରାଜଭବନ ଓ ରାଜ୍ୟପାଳ ପଦ ଗାରିମା କ୍ଷୁର୍ଣ୍ଣ ହେଉନାହିଁ କି ? ରାଜନୈତିକ ସ୍ୱାର୍ଥ ହାସଲ ଲାଗି ରାଜଭବନର ଗାରିମାକୁ କଳୁଷିତ କରାଯାଉଛି ।" ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ରାଜଭବନ ହେଉଛି ଗାରିମାମୟ ସ୍ଥାନ । ରାଜନୀତିରୁ ଊର୍ଦ୍ଧ୍ଵରେ ଏହା ରହେ । କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ରାଜଭବନକୁ ଆଗମନ ନିଶ୍ଚିତ ଭାବେ ପ୍ରଶ୍ନ ସୃଷ୍ଟି କରିଛି ।"

BJD Targets Odisha Governor (ETV Bharat Odisha)
ରାଜଭବନକୁ ନେଇ ବିଜେଡିର ପ୍ରଶ୍ନ:

ସୁଲତା ଦେଓ ଆହୁରି ମଧ୍ୟ କହିଛନ୍ତି, "ଆସାମ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ କାରଣରୁ ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟିବାକୁ ଆସିଥିଲେ ବୋଲି କହିଥିଲେ । ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଯାଇ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ । ସେତେବେଳେ ହିମନ୍ତ ଓ ଭେଙ୍କୟା ନାଇଡୁଙ୍କ ଗସ୍ତ ରାଜନୈତିକ କାରଣରୁ ଥିଲା ବୋଲି ସ୍ପଷ୍ଟ ହୋଇଥିଲା । ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ କି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେ ନିର୍ବାଚନ ଲଢିବେ କି ନାହିଁ, ସେଥିରେ ବିଜେଡିର କିଛି ଯାଏ ଆସେ ନାହିଁ । କିନ୍ତୁ ଓଡ଼ିଶାର ରାଜଭବନକୁ ରାଜନୀତିର ଆଡ୍ଡାସ୍ଥଳୀରେ ପରିଣତ କରାନଯାଉ । ଏହାର ଗାରିମା ନଷ୍ଟ ନହେଉ ।"

BJD Targets Odisha Governor (Odisha Gov.in)

ଏହା ବି ପଢନ୍ତୁ...‘ଖାଲି ହୋଇଯିବ ବିଜେଡି ଶିବିର, ତାଙ୍କ ଦଳରେ କେହି ରହିବେ ନାହିଁ’ - Manmohan samal reaction on bjd

ଏହା ବି ପଢନ୍ତୁ...ହିମନ୍ତ, ରଘୁବର ଏବଂ ମୋହନଙ୍କ ଭେଟଘାଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ? - Assam CM Meets Odisha Governor

ASOଙ୍କୁ ମାଡ଼ ପ୍ରସଙ୍ଗ:

ସାଂସଦ ସୁଲତା ଦେଓ ଆହୁରି କହିଛନ୍ତି, "ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମରିଥିଲେ । ଏହି ଘଟଣାରେ ଏ ପର୍ଯ୍ୟନ୍ତ ନ୍ୟାୟ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପନ୍ଦର ଦିନରେ ଏହି କେସରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ କୁହାଯାଇଥିଲା, ୩ ମାସରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ରିପୋର୍ଟ ଆସି ପାରିନାହିଁ ।"

BJD Targets Odisha Governor (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ....ଜିଲ୍ଲାପାଳଙ୍କ ହାତରେ ଓଡ଼ିଶାର ବିକାଶ, ଦୁର୍ନୀତିକୁ ସାଲିସ୍‌ କରାଯିବ ନାହିଁ: ମୋହନ ମାଝୀ - state level Collectors Conference

ଏହା ମଧ୍ୟ ପଢନ୍ତୁ .... ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର, ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବେ ଜିଲ୍ଲାପାଳ - Collectors Conference

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details