ଓଡିଶା

odisha

ETV Bharat / politics

ଆଜି ଇସ୍ତଫା ଦେଇପାରନ୍ତି ନୀତିଶ; କାଲି ସନ୍ଧ୍ୟାରେ ଶପଥ ଗ୍ରହଣ ! ପାଟନାରେ ବିଜେପି ଓ ଆରଜେଡିର ମାନସମନ୍ଥନ - Nitish Kumar

Bihar Crisis: ବିହାର ରାଜନୀତିରେ ବଡ଼ ହଲଚଲ। ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କାଲି ସନ୍ଧ୍ୟାରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକ ଦଳ ବୈଠକ । ଅଧିକ ପଢନ୍ତୁ,

Bihar Crisis
ଇସ୍ତଫା ଦେଇପାରନ୍ତି ନୀତିଶ

By ETV Bharat Odisha Team

Published : Jan 27, 2024, 1:26 PM IST

ପାଟନା:ବିହାର ରାଜନୀତିରେ ଘଟିବାକୁ ଯାଉଛି ବଡ଼ ପରିବର୍ତ୍ତନ । କିଛି ଦିନ ତଳେ ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ କରୁଥିବା ନୀତିଶ କୁମାର ଏବେ ୟୁ-ଟର୍ଣ୍ଣ ମାରିପାରନ୍ତି । କିଛି ଘଣ୍ଟା ଭିତରେ ରାଜ୍ୟରେ ଭୁଶୁଡ଼ିପାରେ ମହାଗଠନବନ୍ଧନ ସରକାର । କାରଣ ଆରଜେଡି ଓ ଜେଡିୟୁ ମେଣ୍ଟରେ ଫାଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କୁହାଯାଉଛି, ଜେଡିୟୁ ସୁପ୍ରିମୋ ନୀତିଶ ଆଜି କିମ୍ବା ଆସନ୍ତାକାଲି (ରବିବାର) ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଏହାପରେ ଆସନ୍ତାକାଲି ସନ୍ଧ୍ୟାରେ ନଚେତ୍ ସୋମବାର ଦିନ ସେ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେବେ । ତେବେ ଏହି ତମାମ୍ ଚର୍ଚ୍ଚା ଭିତରେ ଆଜି ପାଟନା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ସେପଟେ ନୀତିଶଙ୍କୁ ଝଟକା ଦେବାକୁ ଆରଜେଡି ମଧ୍ୟ ଗେମ୍ ପ୍ଲାନ କରୁଥିବା ଚର୍ଚ୍ଚା ହେଉଛି । ଆଜି ପାଟନାରେ ବିଜେପି ଓ ଆରଜେଡିର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାର ଅଛି ।

ପାଟନାରେ ଆରଜେଡି ବିଧାୟକ ଦଳ ବୈଠକ:ବିହାରରେ ରାଜନୈତିକ କମ୍ପନ ଭିତରେ ଲାଲୁ ଯାଦବଙ୍କ ଆରଜେଡିର ଆଜି ବିଧାୟକ ଦଳ ବୈଠକ ବସୁଛି । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବିଧାୟକ ଦଳ ବୈଠକ ପରେ ଆରଜେଡି ନୀତିଶ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିପାରେ । କେବଳ ଏତିକି ନୁହେଁ, ପରବର୍ତ୍ତୀ ସମୟରେ ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ବୀ ଯାଦବ ନିଜର ସରକାର ଗଠନ ପାଇଁ ଦାବି କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ: ବିହାରରେ ଘଡିକେ ଛୁଟୁଛି ଘୋଡା: ରାତାରାତି ବଦଳିଲେ ୭୯ IPS, ୨୨ IAS

ଏହା ମଧ୍ୟ ପଢନ୍ତୁ: ନୀତିଶ NDAରେ ସାମିଲ ନେଇ କୌଣସି ସଙ୍କେତ ଦିଶୁ ନାହିଁ: ଅଖିଳେଶ

ବିଜେପି ଓ କଂଗ୍ରେସର ବୈଠକ:ଆରଜେଡି ବ୍ୟତୀତ ବିଜେପି ମଧ୍ୟ ଆଜି ପାଟନାର ସମସ୍ତ ସାଂସଦ ଓ ବିଧାୟକମାନଙ୍କ ବୈଠକ ଡକାଇଛି । ଅପରାହ୍ନ ୪ଟାରୁ ବୈଠକ ଆରମ୍ଭ ହେବ ଏବଂ ଏଥିରେ ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯିବ । ସେପଟେ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । କିନ୍ତୁ ପାଟନାରେ ନୁହେଁ, ପୁର୍ନିଆରେ କଂଗ୍ରେସ ବିଧାୟକମାନଙ୍କୁ ଡକାଇଛି । ବୈଠକରେ ଉପସ୍ଥିତ ରହିବାକୁ ରାଜ୍ୟ ସଭାପତି ବିଧାୟକମାନଙ୍କୁ ଫୋନ କରି ଜଣାଇଥିବା କୁହାଯାଉଛି । ଏଥିପାଇଁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି।

ଶାହ ଓ ନଡାଙ୍କୁ ଭେଟିଲେ ଚିରାଗ:ବିହାର ରାଜନୀତିରେ ହଟଚମଟ । ପାଟନାରେ ରାଜନୈତିକ ଦଳଗୁଡ଼ିକର ମାନସ ମନ୍ଥନ। ସେପଟେ ଦିଲ୍ଲୀରେ ରାଜନୀତି ଚଳଚଞ୍ଚଳ। ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଲୋକ ଜନଶକ୍ତି ପାର୍ଟି(ରାମବିଳାସ)ର ଅଧ୍ୟକ୍ଷ ଚିରାଗ ପାଶୱାନ। ଶାହଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ମୁଲାକାତ ପର୍ବ। ଏହାକୁ ନେଇ ବିହାର ରାଜନୀତି ଅଧିକ ଟଳଚଞ୍ଚଳ ହୋଇଛି।

ସେହିପରି ଆଜି ପାଟନାଠାରେ ଜେଡିୟୁର ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଏହି ବୈଠକ ବସିବ । ଏଥିରେ ଉପସ୍ଥିତ ରହିବାକୁ ଶୁକ୍ରବାର ଦିନ ପାଟନା ପହଞ୍ଚିବାକୁ ସମସ୍ତ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ ନେଇଥିବା ନିଷ୍ପତ୍ତି ଉପରେ ସମ୍ମତି ନିଆଯିବ । ତେବେ ଏହା କେବଳ ଏକ ଆନୁଷ୍ଠାନିକ ବୈଠକ ହେବ । କାରଣ ନୀତିଶ ଯାହା ନିଷ୍ପତ୍ତି ନେଉଛନ୍ତି, ସବୁ ନେତାମାନେ ତାହା ଗ୍ରହଣ କରୁଛନ୍ତି । ତେବେ କିଛି ନେତା ବୈଠକରେ ବିରୋଧ କରିପାରନ୍ତି, ଯାହାମଧ୍ୟରେ ବିଜେନ୍ଦ୍ର ଯାଦବ ଅନ୍ୟତମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details