କୋଲକାତା: ରାଜନୀତି ଭାଙ୍ଗି ଦେଇଥିଲା ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । ଟିଏମ୍ସିରେ ଯୋଗ ଦେବାରୁ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ବିଜେପି ନେତା ସୌମିତ୍ର ଖାନ । ଆଉ ଏବେ ଗୋଟିଏ ଲୋକସଭା ଆସନ ପାଇଁ ପରସ୍ପରର ହୋଇଛନ୍ତି ପ୍ରତିଦ୍ବନ୍ଦ୍ବୀ । ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ନିର୍ବାଚନମଣ୍ଡଳୀରେ ବିଜେପି ଓ ଟିଏମ୍ସି ମଧ୍ୟରେ ହେବ ଜୋରଦାର ଫାଇଟ । ଏଠାରେ ଦୁଇ ଦଳ ତରଫରୁ ପ୍ରାର୍ଥୀ ହୋଇଛନ୍ତି ସ୍ବାମୀ-ସ୍ତ୍ରୀ । ଟିଏମ୍ସିରୁ ସୁଜାତା ମଣ୍ଡଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୌମିତ୍ର ଖାନ । ଟିଏମ୍ସି ରବିବାର ଦିନ ବିଷ୍ଣୁପୁରରୁ ପ୍ରାର୍ଥୀ ଭାବେ ସୁଜାତାଙ୍କୁ ଘୋଷଣା କରିଛି । ଅନ୍ୟପଟେ ବିଜେପି ଚଳିତ ମାସ ଆରମ୍ଭରେ ସୌମିତ୍ର ଖାନଙ୍କୁ ଏଠାରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସୌମିତ୍ର ଖାନଙ୍କ ପୂର୍ବ ପତ୍ନୀ ହେଉଛନ୍ତି ସୁଜାତା । ଉଭୟଙ୍କ ମଧ୍ୟରେ 2021ରେ ଛାଡପତ୍ର ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲେ ଦିଦି: ୟୁସୁଫ ଓ ରଚନାଙ୍କୁ ଟିକେଟ, ନୁସରତ ଆଉଟ୍
ଟିଏମସିରେ ସାମିଲ ହେବାରୁ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ସ୍ବାମୀ: 2021ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ 2020ରେ ଟିଏମ୍ସିରେ ସାମିଲ ହୋଇଥିଲେ ସୁଜାତା ମଣ୍ଡଲ । ଏହି ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୌମିତ୍ର ଖାନ । ଏହାପରେ 10 ବର୍ଷର ସମ୍ପର୍କରେ ପଡିଥିଲା ପୂର୍ଣ୍ଣଚ୍ଛେଦ । ଟିଏମସିରେ ଯୋଗ ଦେବାର ଗୋଟିଏ ଦିନ ପରେ ସୁଜାତା ମଣ୍ଡଲଙ୍କୁ ଛାଡପତ୍ର ପଠାଇଥିଲେ ସୌମିତ୍ର ।