ETV Bharat / state

ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା, ୨୧ ଟିମ୍‌ ନିୟୋଜିତ - BIRD COUNTING

ପ୍ରତି ବର୍ଷ ଭଳି ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାରେ ପକ୍ଷୀ ଗଣନା କରାଯାଇଥାଏ । ଚିଲିକା, ଭିତରକନିକା ଓ ହୀରାକୁଦ ଡିଭିଜନରେ ଆଜିଠୁ ପକ୍ଷୀ ଗଣନା।

BIRD COUNTING
BIRD COUNTING (ETV Bharat Odisha)
author img

By ETV Bharat Odisha Team

Published : Jan 17, 2025, 6:46 PM IST

Updated : Jan 18, 2025, 6:32 AM IST

ଭୁବନେଶ୍ବର: ଚିଲିକାରେ ଏବେ ବିଦେଶୀ ପକ୍ଷୀଙ୍କ ଭିଡ । ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଜମୁଛି ପର୍ଯ୍ୟଟଙ୍କ ଗହଳି । ସେପଟେ ପକ୍ଷୀ ଗଣନା ପାଇଁ ସଜବାଜ ହେଲେଣି ସରକାର । ଶୀତ ଦିନ ଆସିଲେ ଚିଲିକାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥାଏ। ପ୍ରତି ବର୍ଷ ଭଳି ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାରେ ପକ୍ଷୀ ଗଣନା କରାଯାଇଥାଏ । ଚିଲିକା, ଭିତରକନିକା ଓ ହୀରାକୁଦ ଡିଭିଜନରେ ସର୍ବାଧିକ ପକ୍ଷୀ ଦେଖାଯାଇଥାନ୍ତି।

  • କେଉଁଠି କେତେ ଟିମ୍‌ ନିୟୋଜିତ ?

ପକ୍ଷୀ ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍‌ ନିୟୋଜିତ ହୋଇଛନ୍ତି । ୧୯ଟି ଟିମ୍‌ ଜଳ ଭାଗରେ, ୨ଟି ଟିମ୍‌ ସ୍ଥଳଭାଗରେ ପକ୍ଷୀ ଗଣନା ପାଇଁ ମକଡ୍ରିଲ କରିଛନ୍ତି । ଟାଙ୍ଗୀ ରେଞ୍ଜରେ ୮ଟି ଟିମ୍‌, ବାଲୁଗାଁରେ ୫ଟି ଟିମ୍‌, ସାତପଡ଼ାରେ ୩ଟି ଟିମ୍‌ ଓ ରମ୍ଭା ଅଞ୍ଚଳରେ ୫ ଟିମ୍‌ ପକ୍ଷୀ ଗଣନା ପାଇଁ ନିୟୋଜିତ ଅଛନ୍ତି । ତେବେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ନିମନ୍ତେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, ଓୟୁଏଟି ଭୁବନେଶ୍ୱର ବିଶେଷଜ୍ଞ ଛାତ୍ରଛାତ୍ରୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଓଡିଶାର ତିନୋଟି ସ୍ଥାନରେ ବିଶେଷ ଭାବରେ ପକ୍ଷୀ ଗଣନାକୁ ଅଧିକ ମାତ୍ରାରେ ଗୁରୁତ୍ଵ ଦିଆଯିବ। ଯାହା ଚିଲିକା ସମେତ ହୀରାକୁଦ ଓ ଭିତରକନିକା।

ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)

ଆଜି ରାଜ୍ୟର ସମସ୍ତ ୫୨ ଟି ଯାକ ବନ୍ୟପ୍ରାଣୀ ଡିଭିଜନରେ ଏକକାଳୀନ କରାଯିବ ପକ୍ଷୀ ଗଣନା । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ପାଇଁ ସର୍ବାଧିକ ୨୧ ଟି ଲେଖାଏଁ ଗ୍ରୁପ୍ ନିୟୋଜିତ ହୋଇଥିବା ବେଳେ ଭିତରକନିକାରେ ୧୮ ଟି ଗ୍ରୁପ ନିୟୋଜିତ ହେବେ । ପ୍ରତି ଗ୍ରୁପରେ ରହିବେ ପକ୍ଷୀ ବିଶେଷଜ୍ଞ, ବନ କର୍ମଚାରୀଙ୍କ ସମେତ ୫ ରୁ ୬ ଜଣ ଲେଖାଏଁ ସଦସ୍ୟ।

  • ଆଜି ରାଜ୍ୟରେ ପକ୍ଷୀ ଗଣନା:-
ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)

ଆଜି (ଜାନୁଆରୀ ୧୮)ରେ ରାଜ୍ୟରେ ହେବ ଏକକାଳୀନ ପକ୍ଷୀ ଗଣନା । ସେଥିପାଇଁ ରାଜ୍ୟବ୍ୟାପୀ ଦୁଇ ଦିନ ଧରି ଚାଲିଥିଲା ମକ୍ ଡ୍ରିଲ। ପକ୍ଷୀ ଗଣନାରେ ସାମିଲ ହେବାକୁ ଥିବା ପକ୍ଷୀ ବିଶେଷଜ୍ଞ, ପିଏଚଡି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ପକ୍ଷୀ ଗଣନା ମକ୍ ଡ୍ରିଲ। ଚିଲିକା ଅଞ୍ଚଳରେ ଥିବା ଟାଙ୍ଗୀ ରେଞ୍ଜ, ବାଲୁଗାଁ, ସାତପଡ଼ା ଓ ରମ୍ଭା ଅଞ୍ଚଳରେ ପକ୍ଷୀ ଗଣନା କରାଯିବ। ସେହିପରି ଭାବରେ ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହିରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍‌ରେ ପକ୍ଷୀ ଗଣନା କରାଯିବ। ହୀରାକୁଦ ଭଳି ଅନେକ ସ୍ଥାନରେ ଏକକାଳୀନ ଭାବରେ ପକ୍ଷୀ ଗଣନା କରାଯିବାର କାର୍ଯ୍ୟକ୍ରମ ରହିଛି।

ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)
  • ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ନିଷେଧ:

ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଓ ସାତପଡ଼ା ମୁହାଣରେ ବଟଲ ରୋଜ ପ୍ରଜାତିର ଡଲଫିନ ଗଣନା ୨୦ ତାରିଖରୁ ଆରମ୍ଭ ହେବ। ୧୯ ରେ ଡଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜ କରାଯାଇଛି। ସାତପଡ଼ାରେ ୮ ଟି ଓ ବାଲୁଗାଁରେ ୧୦ ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତି ଟିମରେ ୫ ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ। ଏନେଇ ପିସିସିଏଫ କହିଛନ୍ତି ଯେ, " ଚିଲିକାରେ ୨୧ ଟି ଗ୍ରୁପ କରାଯାଇଛି, ହୀରାକୁଦରେ ମଧ୍ୟ ୨୧ ଟି ଗ୍ରୁପ କରାଯାଇଛି, ଭିତରକନିକାରେ ୧୮ ଟି ଗ୍ରୁପ କରାଯାଇଛି। ତେବେ ପ୍ରତି ଗ୍ରୁପରେ ୫ ରୁ ୬ ଜଣ ସଦସ୍ୟ ରହିଥାନ୍ତି। ତେବେ ଗୋଟିଏ ଗ୍ରୁପ ରେ ବନ କର୍ମଚାରୀ ସମେତ ଜେନ ଏକ୍ସପର୍ଟ ଓ କଲେଜ ପିଲା ରହିବେ" ବୋଲି କହିଛନ୍ତି।

ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)
  • ରାଜଧାନୀ ଉପକଣ୍ଠରେ ପକ୍ଷୀଗଣନା:-

ରାଜ୍ୟବ୍ୟାପୀ ଦୁଇ ଦିନ ଧରି ଚାଲିଥିଲା ମକ୍ ଡ୍ରିଲ। ପକ୍ଷୀ ଗଣନାରେ ସାମିଲ ହେବାକୁ ଥିବା ପକ୍ଷୀ ବିଶେଷଜ୍ଞ, ପିଏଚଡି ଛାତ୍ରଛାତ୍ରୀଙ୍କୁ ନେଇ ହୋଇଛି ମକ୍ ଏକ୍ସରସାଇଜ। ଗତବର୍ଷ ୬ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଦେଖାଯାଇଥିବା ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ RPRC,ଭରତପୁର, ଦାରୁଠେଙ୍ଗ, ଡେରାସ, ଝୁମୁକା ସମେତ ୨୨ ଟି ଜଳାଶୟରେ ହେବ ପକ୍ଷୀ ଗଣନା। ୧୮ ତାରିଖରେ କିଭଳି ପକ୍ଷୀଙ୍କ ତଥ୍ଯ ସଂଗ୍ରହ କରିବେ, ସେନେଇ ଆସନ୍ତାକାଲି ପକ୍ଷୀ ଗଣନା ପାଇଁ ବିଶେଷଜ୍ଞଙ୍କୁ ଦିଆଯିବ ତାଲିମ। ଏଥିରେ ଉପସ୍ଥିତ ରହିବେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)

ଏମିତିକି ଏଥର ପ୍ରଥମ ଥର ପାଇଁ ନିକଟରେ ଚିଲିକାରେ ଫ୍ଲେମିଙ୍ଗୋଙ୍କ ଗତିବିଧି ଜାଣିବା ପାଇଁ 2ଟି ଫ୍ଲେମିଙ୍ଗୋ ଗୋଡ଼ରେ ସେଟଲାଇଟ ରିଙ୍ଗ ପିନ୍ଧା ଯାଇଛି। ଏବେ ଉଭୟ ଫ୍ଲେମିଙ୍ଗୋ ପକ୍ଷୀ ଚିଲିକାରେ ହିଁ ଥିବା ସେମାନଙ୍କ ସାଟେଲାଇଟ୍ ତଥ୍ୟରୁ ଜଣାପଡିଛି।

ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)
  • ହୀରାକୁଦରେ 40ଟି ଟିମ୍‌ ନିୟୋଜିତ

ଆଜି ହେବ ହୀରାକୁଦ ଜଲଭଣ୍ଡାରରେ ପକ୍ଷୀ ଗଣନା । ଭୋର 5 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ଗଣନା କରାଯିବ । ଏହି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ । ଡ଼ିଏଫଓ କହିଛନ୍ତି ଯେ ‘‘ଚଳିତ ବର୍ଷ ହୀରାକୁଦ ଜଲଭଣ୍ଡାରର 550 ବର୍ଗ କିଲୋମିଟର ଅଞ୍ଚଳରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ହୀରାକୁଦ ଜଲଭଣ୍ଡାରକୁ 21 ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଏହି ପକ୍ଷୀ ଗଣନାରେ ମୋଟ 40 ଟି ଟିମ ନିୟୋଜିତ ହେବେ । ଭୋର 5 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଗଣନା ଚାଲିବ । ଜିପିଏସ ସିଷ୍ଟମ ବ୍ୟବହାର କରାଯାଇ ଗଣନା କରାଯିବ । ଏହି ଗଣନାରେ ମୋଟ 60 ଜଣ ଭାଗ ନେବେ । ବନ ବିଭାଗର କର୍ମଚାରୀ ସହ କେତେକ ପକ୍ଷୀ ବିଶେଷଜ୍ଞ ମଧ୍ୟ ଏହି ଗଣନାରେ ସାମିଲ ହେବେ । ଏଥର ଟିମ ଗୁଡିକରେ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡା, ସୁବର୍ଣ୍ଣପୁର, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ପକ୍ଷୀ ପ୍ରେମୀ ସାମିଲ ହୋଇଛନ୍ତି । ଏହି ଗଣନା ରେ 32 ଟି ବୋଟ ବ୍ୟବହାର ହେବାକୁ ଯାଉଛି । ପକ୍ଷୀ ଗଣନା ପାଇଁ 21 ଟି ପଏଣ୍ଟ ଚିହ୍ନଟ କରାଯାଇଛି । ଏଥର ପକ୍ଷୀ ଗଣନାରେ 30 ଜଣ ବିଶେଷଜ୍ଞ ସାମିଲ ହେବେ ’’।

ଚିଲିକାରେ ବିଦେଶୀ ପକ୍ଷୀ
ଚିଲିକାରେ ବିଦେଶୀ ପକ୍ଷୀ (ETV Bharat)

ଗତ ବର୍ଷ ହୀରାକୁଦରେ 113 ପ୍ରକାର ର ମୋଟ 3,42,343 ଟି ପକ୍ଷୀ ହୀରାକୁଦ ଆସିଥିବାର ରେକର୍ଡ ରହିଛି । ଏହା ସହ ଗତ 5 ବର୍ଷରେ ହୀରାକୁଦକୁ ଅଧିକ ପ୍ରକାରର ପକ୍ଷୀ ଆସୁଥିବାର ତଥ୍ୟରୁ ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ:

ଗ୍ରେଟର ଫ୍ଲାମିଂଗୋ ଗୋଡରେ ଲାଗିଲା ଟ୍ୟାଗ୍, ପ୍ରତି ୧୦ ମିନିଟରେ କରାଯାଇପାରିବ ଟ୍ରାକିଂ

ଚିଲିକା ଜଗିବ ଡ୍ରୋନ, ପକ୍ଷୀ ସୁରକ୍ଷା ସହ ଶିକାରୀଙ୍କ ଉପରେ କଡ଼ା ନଜର

ଚିଲିକାରୁ ଭିତରକନିକା, ବିହଙ୍ଗ ଭୂସ୍ବର୍ଗକୁ ଏବେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ

  • କେଉଁ ବର୍ଷ ଚିଲିକାକୁ ଆସିଛନ୍ତି କେତେ ବିଦେଶୀ ପକ୍ଷୀ
  • ୨୦୨୪ - ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ
  • ୨୦୨୩ - ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ
  • ୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
  • ୨୦୨୦-୨୧ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ
  • ୨୦୧୯-୨୦- ୧୦୯ ପ୍ରଜାତିର ୧୦.୭୧ ଲକ୍ଷ
  • ୨୦୧୮-୧୯- ୧୦୫ ପ୍ରଜାତିର ୧୦.୨୧ ଲକ୍ଷ
  • ୨୦୧୭-୧୮- ୯୫ ପ୍ରଜାତିର ୮.୬୮ ଲକ୍ଷ
  • ୨୦୧୬-୧୭ -୧୦୦ ପ୍ରଜାତିର ୯.୨୪ ଲକ୍ଷ
  • ଭିତରକନିକାକୁ କେତେ ଆସିଛନ୍ତି ପକ୍ଷୀ
  • ୨୦୨୩ -୨୪ ରେ ୧୩୦୧୨୩ ଟି
  • ୨୦୨୨ -୨୩ ରେ ୧୨୩୮୬୭ଟି
  • ୨୦୨୧-୨୨-୧୪୪ ପ୍ରଜାତିର ୧.୩୮ ଲକ୍ଷ
  • ୨୦୨୦-୨୧- ୧୨୧ ପ୍ରଜାତିର ୧.୩୬ ଲକ୍ଷ
  • ୨୦୧୯-୨୦-୧୦୫ ପ୍ରଜାତିର ୧.୧୮ ଲକ୍ଷ
  • ହୀରାକୁଦକୁ କେତେ ଆସିଥାନ୍ତି ବିଦେଶୀ ପକ୍ଷୀ
  • ୨୦୨୪ ମସିହାରେ ଆସିଥିବା ପକ୍ଷୀଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ
  • ୨୦୨୧-୨୨- ୧୦୪ ପ୍ରଜାତିର ୨.୦୮ ଲକ୍ଷ ବିଦେଶୀ ପକ୍ଷୀ।
  • ୨୦୨୦-୨୧- ୪୧ ପ୍ରଜାତିର ୧.୦୩ ଲକ୍ଷ
  • ୨୦୧୯-୨୦- ୯୩ ପ୍ରଜାତିର ୯୮ ହଜାର

Last Updated : Jan 18, 2025, 6:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.