ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ ଟି ପର୍ଯ୍ୟାୟରେ ଯିବେ ୮ ହଜାର ବରିଷ୍ଠ ନାଗରିକ । ୮୦୦ ନାଗରିକ ଗଲେ ସିରିଡ଼ି ଓ ନାସିକ ।
ସ୍ପେଶାଲ ଟ୍ରେନର ଶୁଭାରମ୍ଭ:
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ୱର-ଶିରିଡ଼ି-ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ଯାଉଛନ୍ତି । ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସର୍ବମୋଟ୍ ୧୦ ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ପ୍ରତି ଟ୍ରିପରେ ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କୋଲକାତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଭଳି ୧୦ ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ। ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା, ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯାତ୍ରାବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ।
ଏହି ଡକ୍ୟୁମେଣ୍ଟ ବାଧ୍ୟତାମୂଳକ:
୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଉଛନ୍ତି । ଅନ୍ତୋଦୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରା ସୁବିଧା ପାଇପାରିବେ । ପରବର୍ତ୍ତୀ ସମୟରେ ସିରିଡ଼ି ଓ ନାସିକ ସମେତ କୋଲକାତାର ଦକ୍ଷିଣକାଳୀ ମନ୍ଦିର, ଅଯୋଧ୍ୟାର ରାମ ମନ୍ଦିର, ବାରଣାସୀ, କାମାକ୍ଷା ମନ୍ଦିର ଆଦି ଭ୍ରମଣ କରିବେ ବରିଷ୍ଠ ନାଗରିକ । ଏହି ତୀର୍ଥଯାତ୍ରା ସମସ୍ତଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ ସହ ମାନସିକ ସ୍ତରରେ ଶାନ୍ତି ଯୋଗାଇବ ।
ଏହା ବି ପଢନ୍ତୁ...ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN ଏହା ବି ପଢନ୍ତୁ...ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ବରିଷ୍ଠ ନାଗରିକ |
୬୦ ରୁ ୭୫ ବର୍ଷର ନାଗରିକ ହେବେ ଉପକୃତ:
ବିଶେଷ ଭାବରେ ପୂର୍ବ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଣୟନ କରିଆସୁଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଦେଶର ସମସ୍ତ ତୀର୍ଥଯାତ୍ରା ଭ୍ରମଣ କରିବା ସହ ବିନା ମୂଲ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭ୍ରମଣ କରାଇବା । ଏହି ଯୋଜନାରେ ସାଧାରଣ ଭାବରେ ୬୦ ରୁ ୭୫ ବର୍ଷର ସମସ୍ତ ନାଗରିକମାନଙ୍କୁ ଚୟନ କରାଯାଉଛି । ସାଧାରଣ ଭାବରେ ଯେଉଁମାନଙ୍କର ଆଧାର କାର୍ଡ ରାସନ କାର୍ଡ ରହିଥିବ ସେମାନଙ୍କୁ ଚୟନ କରାଯିବ । ଯଦି ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକମାନେ ଆବେଦନ କରିଥିବେ, ସେମାନଙ୍କୁ ନେଇ ମଧ୍ୟ ଲଟେରୀ ମାଧ୍ୟମରେ ଚୟନ କରାଯିବାର ଯୋଜନା ରହିଛି । ଏହାକୁ ଜିଲ୍ଲାପାଳମାନେ ଚୟନ କରିବେ।