ଓଡିଶା

odisha

ETV Bharat / politics

ବିଜେଡି ପାଇଁ ଚ୍ୟାଲେଞ୍ଜ ହେଲା ନିମାପଡା: ଇସ୍ତଫାର କିଛି ଘଣ୍ଟାରେ ବିଜେପିରେ ମିଶିଲେ ସମୀର - SAMIR DASH JOINS BJP - SAMIR DASH JOINS BJP

Samir Dash joins BJP: ଇସ୍ତଫା ଦେବାର କେଇ ଘଣ୍ଟା ମଧ୍ୟରେ ବିଜେପିରେ ମିଶିଲେ ସମୀର ଦାଶ । ନିମାପଡାରେ ଏଥର ରୋଚକ ହେବ ଲଢେଇ । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ସମୀର ଦାସ, ସକାଳେ ବିଜେଡିରୁ ଦେଇଥିଲେ ଇସ୍ତଫା
ବିଜେପିରେ ମିଶିଲେ ସମୀର ଦାସ, ସକାଳେ ବିଜେଡିରୁ ଦେଇଥିଲେ ଇସ୍ତଫା (ETV Bharat Odisha)

By ETV Bharat Odisha Team

Published : May 19, 2024, 12:37 PM IST

Updated : May 19, 2024, 3:43 PM IST

Samir Dash joins BJP (ETV Bharat Odisha)

ଭୁବନେଶ୍ବର: ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା, ତାହା ହିଁ ହେଲା । ସକାଳେ ଦଳରୁ ଇସ୍ତଫା ଦେଲେ । ମାତ୍ର କେଇ ଘଣ୍ଟା ମଧ୍ୟରେ ବିଜେପିରେ ସାମିଲ ହେଲେ । ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତର ଠିକ ଦିନକ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦଳୀୟ ଟିକଟରୁ ବାଦ ପଡିଥିବା ପୁରୀ ଜିଲ୍ଲାର ଟାଣୁଆ ବିଜେଡି ନେତା ସମୀର ଦାଶ । ଚଳିତଥର ଟିକଟ ନପାଇ ଅସନ୍ତୁଷ୍ଟ ଥିବା ପୂର୍ବତନ ମନ୍ତ୍ରୀ ସମୀର ଆଜି ସକାଳେ ବିଜେଡିରୁ ଇସ୍ତଫା ଦେବା ପରେ କାଳ ବିଳମ୍ବ ନକରି ବିଜେପିରେ ସାମିଲ ହୋଇଛନ୍ତି । ଆଜି ପୂର୍ବାହ୍ନରେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଟିକଟ କଟିବା ପରେ କିଛି ଦିନ ଧରି ଅସନ୍ତୋଷ ବ୍ୟକ୍ତ କରି ପାର୍ଟିକୁ ପରୋକ୍ଷରେ ନାଲି ଆଖି ଦେଖାଉଥିବା ସମୀର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିରେ ମିଶିଛନ୍ତି ।

ଇସ୍ତଫାର କେଇ ଘଣ୍ଟା ମଧ୍ୟରେ ବିଜେପିରେ ମିଶିଲେ ସମୀର (ETV Bharat Odisha)

ଆଜି ପୂର୍ବାହ୍ନରେ ସମୀର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ପର୍ଯ୍ୟବେକ୍ଷକ ବିଜୟପାଲ ସିଂ ତୋମାର ଓ ଅନ୍ୟ ବରିଷ୍ଠ ନେତାଙ୍କ ଗହଣରେ ସାମିଲ ହୋଇଛନ୍ତି । ତାଙ୍କୁ ଦଳୀୟ ଉତ୍ତରୀୟ ସହ ପାର୍ଟିକୁ ସ୍ବାଗତ କରାଯାଇଛି । ଦଳ ତାଙ୍କ ଉପରେ ଆସ୍ଥା ନରଖିବାରୁ ସେ ଇସ୍ତଫା ଦେଲେ ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହେଲେ ବୋଲି ସମୀର କହିଛନ୍ତି ।

ରୋଚକ ହେବ ନିମାପଡା ଲଢେଇ:-

ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇସାରିଥିବାରୁ ସମୀରଙ୍କ ନିର୍ବାଚନ ଲଢିବା ସମ୍ଭାବନା ଆଦୌ ନାହିଁ । ସେ ବିଜେପିରେ ସାଙ୍ଗଠନିକ ଦାୟିତ୍ବ ତୁଲାଇବା ଏକପ୍ରକାର ସ୍ପଷ୍ଟ । କିନ୍ତୁ ତାଙ୍କର ଏହି ଶିବିର ପରିବର୍ତ୍ତନ ଶାସକ ବିଜେଡି ପାଇଁ ଅଡୁଆ ବଢାଇଛି । ନିମାପଡା ଆସନରେ କ୍ରମାଗତ ତିନି ଥର ବିଧାୟକ ହୋଇଥିବା ସମୀରଙ୍କ ଲୋକପ୍ରିୟତା ରହିଛି ଓ ସମର୍ଥକଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ । ଟିକଟ ନପାଇଁ ଦଳ ଛାଡିଥିବା ସମୀର ଏବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହେବା ମଧ୍ୟ ନିଶ୍ଚିତ ।

ଏହା ମଧ୍ୟ ପଢନ୍ତୁ:- ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକଟ ଦେଇନଥିଲା ଦଳ - Samir Dash Resigned

ଆଜି ସକାଳେ ଇସ୍ତଫା ଦେବା ପରେ ଭିଡିଓରେ ସମୀର କହିଥିଲେ, ‘‘2006 ମସିହାରୁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି । ଆଜିର ଦିନରେ ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି । ନିମାପଡା-ଗୋପ ବିଜୁ ଜନତା ଦଳ ସଂଗଠନ ଉପରେ ଆସ୍ଥା ହରାଇଛନ୍ତି । ଯେତେବେଳେ ନେତା ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ହେଉନାହିଁ । ଏଥିପାଇଁ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ଦେଉଛି । ମୋ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠେଇ ଦେଇଛି ।’’

ସମୀରଙ୍କ ରାଜନୈତିକ ଯାତ୍ରା:-

କମ୍ୟୁନିଷ୍ଟ ବିଚାରଧାରାରୁ ରାଜନୀତି ଆରମ୍ଭ କରିଥିବା ସମୀର ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଜେଡି ଟିକଟରେ ବିଜୟୀ ହୋଇଥିଲେ । 2009, 2014 ଓ 2019ରେ କ୍ରମାଗତ ବିଧାୟକ ଭାବେ ବିଜୟୀ ହେବା ପରେ ସେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ । ମାତ୍ର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲା ସମୀରଙ୍କ ଭୂମିକା । ସେତେବେଳେ ଏହାକୁ ନେଇ ରାଜନୀତି ଜୋର ଧରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 19, 2024, 3:43 PM IST

ABOUT THE AUTHOR

...view details