ଓଡିଶା

odisha

ETV Bharat / politics

ଭୁବନେଶ୍ବର ବିକାଶ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ବାନ କଲେ ଅପରାଜିତା - Aparajita calls CM for open debate - APARAJITA CALLS CM FOR OPEN DEBATE

Aparajita calls CM for an open debate: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଉନ୍ନତି ହୋଇନଥିବା ନେଇ ଅପରାଜିତାଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିବା ପ୍ରସଙ୍ଗ । ତୁରନ୍ତ ପ୍ରତିକ୍ରିୟା ରଖିଲେ ଅପରାଜିତା । ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଆହ୍ବାନ । ଅଧିକ ପଢ଼ନ୍ତୁ

Aparajita calls CM for open debate
Aparajita calls CM for open debate (ETV Bharat Odisha)

By ETV Bharat Odisha Team

Published : May 21, 2024, 8:52 PM IST

Aparajita calls CM for open debate (ETV Bharat Odisha)

ଭୁବନେଶ୍ବର: ଭିଡିଓ ବାର୍ତ୍ତା ଜାରି କରି ଆଜି ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଉନ୍ନତି ହୋଇନଥିବା କହିବା ସହ ଗତ ୫ ବର୍ଷରେ ସାଂସଦ କିଛି କରିନାହାନ୍ତି ବୋଲି କହିଥିଲେ ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଅପରାଜିତା ।

ଅପରାଜିତା କହିଛନ୍ତି, "ବିତର୍କ ପାଇଁ ସମୟ ଓ ସ୍ଥାନ ନିର୍ଧାରଣ କରି କୁହନ୍ତୁ ମୁଖ୍ୟମନ୍ତ୍ରୀ, ମୁଁ ଆସିବି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କଣ କାର୍ଯ୍ୟ ହେଇଛି ତାର ବିବରଣୀ ରଖିବି । ତର୍କହୀନ, ଆଧାରହୀନ ଓ ଭିତ୍ତିହୀନ କଥାକୁ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ରଖୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାରେ ମୁଁ ରାଗୁନାହିଁ, ବରଂ ମୋତେ ଏହା ମର୍ମାହତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମୋ ମନରେ ବହୁତ ଶ୍ରଦ୍ଧା ଓ ସମ୍ମାନ ରହିଛି । ତେଣୁ ମୁଁ ବିନମ୍ରତାର ସହ ତଥ୍ୟ ଓ ତର୍କ ସହ କହୁଛି ଏହି ଭିଡିଓକୁ ନେଇ ମୁଁ ହତବାକ, ଆଶ୍ଚର୍ଯ୍ୟଚକିତ, ଯେ ୨୪ ବର୍ଷର ଜଣେ ମୁଖ୍ୟମନ୍ତ୍ରୀ ଜଣେ ପ୍ରଥମ କରି ହୋଇଥିବା ସାଂସଦଙ୍କ ଉପରେ ଆକ୍ରମଣ କରୁଛନ୍ତି, ଆଙ୍ଗୁଠି ଉଠାଉଛନ୍ତି । ଏହା ମୋତେ କଷ୍ଟ ଦେଇଛି । ମୁଁ ପ୍ରତିବର୍ଷ ମୋ ସଂସଦୀୟ କ୍ଷେତ୍ରର କାର୍ଯ୍ୟର ରିପୋର୍ଟ କାର୍ଡ ଦେଇଛି । ମୁଖ୍ୟମନ୍ତ୍ରୀ ବୋଧହୁଏ ଏହା ଜାଣିନାହାନ୍ତି ବୋଲି ମୋର ସନ୍ଦେହ ହେଉଛି । ଏହାପରେ ବି ମୁଖ୍ୟମନ୍ତ୍ରୀଙ୍କସ୍ତରରୁ ବାର୍ତ୍ତା ଦେବା ବିଜେଡିର ହତାଶ, ଭୟ ଓ ନିରାଶ ଭାବକୁ ଦର୍ଶାଉଛି । ବାଉଳାଚାଉଳା ହେଉଛି ବିଜେଡି, ଭୟ ମଧ୍ୟ କରୁଛି । ତେଣୁ ମୋର ଅନୁରୋଧ ଥରୁଟିଏ ମୋ ରିପୋର୍ଟ କାର୍ଡ ପଢନ୍ତୁ, ଉତ୍ତର ପାଇଯିବେ । ଯେଉଁମାନେ ତାଙ୍କ ପାଖରେ ରହି କାଗଜ ମାଧ୍ୟମରେ ବାର୍ତ୍ତା ଦେଉଛନ୍ତି, ସେମାନେ ବି ଜାଣିଦେବେ ।"

ଭୁବନେଶ୍ବର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଅପରାଜିତା । ସେ କହିଛନ୍ତି, "ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ଭୁବନେଶ୍ବର ପାଇଁ କମ୍ପ୍ରିହେନ୍‌ସିବ୍‌ ଡ୍ରେନେଜ ଡେଭଲପ୍‌ ପାଇଁ ଯୋଜନା ହୋଇଥିଲା । ଏଥିପାଇଁ ୪ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି, ହେଲେ ଉତ୍ତର ଆସିଲାନି । ସେହିପରି ବସ୍ତି ଲୋକଙ୍କ ପାଇଁ ବଡ଼ ଘର ଆଉ ୬୦୦ ସ୍କୋୟାରଫୁଟ୍‌ର ଜମି ପଟ୍ଟାର ବ୍ୟବସ୍ଥା ପାଇଁ ଚିଠି ଲେଖିଛି । ହେଲେ ଏହାର ବି କୌଣସି ଉତ୍ତର ମିଳିନି । ଅଧିକ ଭେଣ୍ଡିଂ ଜୋନ ପାଇଁ ଚିଠି ଲେଖିଛି । ସେହିପରି ପଦ୍ମକେଶରୀପୁରରେ ମନି ଲଣ୍ଡ୍ରିଂ ବା ସୁଦ୍ଧ କାରବାର ଚାଲିଛି । ଯାହା ଆଇନ ବିରୋଧୀ । ଏହାକୁ ନେଇ ଅପରାଧିକ ଘଟଣା ଘଟୁଛି, ସେଠାରେ ଅଶାନ୍ତି ଦେଖାଯାଉଛି । ଏନେଇ ଚିଠି ଲେଖିଥିଲେ ହେଁ ଏହାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିନାହନ୍ତି । ହୁଏତ ତାଙ୍କ ପାଖକୁ ଏହି ସବୁ ଚିଠି ପହଞ୍ଚାଯାଇନାହିଁ । ଭୁବନେଶ୍ବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଅଧିକାରୀଙ୍କ ଦ୍ଵାରା ମୋତେ କୌଣସି ପ୍ରସ୍ତାବ ମିଳିନି । ମୁଁ ସବୁବେଳେ ଆଶା ରଖେ, ମୋତେ ଭୁବନେଶ୍ବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କିଛି କାମ ଦେଲେ ମୁଁ କରିବି । କାରଣ ବିକାଶର କୌଣସି ଦଳ ନଥାଏ । ତେଣୁ ମୋତେ ଯଦି ଭୁବନେଶ୍ବରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କିଛି ଦାୟିତ୍ବ ଦିଅନ୍ତେ, ମୁଁ ବି କରନ୍ତି ।" ଏପରିକି ସେ ନିଜେ ମୋ ସହ ଭେଟ ହେବା ସମୟରେ ମୋର କାର୍ଯ୍ୟକୁ ପ୍ରଶଂସା କରିଥିଲେ ବୋଲି ଅପରାଜିତା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ; ମନ୍ମଥ ଓ ଅରୂପଙ୍କ ଲାଗି ଭୋଟ ମାଗିଲେ ନବୀନ - Naveen Patnaik Targets Aparajita

ଖାଲି ସେତିକି ନୁହେଁ, ଐତିହ୍ୟର ବିକାଶ ପାଇଁ ବି ସେ ୪ଟି ଚିଠି ଲେଖିଥିବା କହିଛନ୍ତି । ହେଲେ ତାର ବି ଉତ୍ତର ଆସିନି । ଏକଥା ସନାବାବୁ ବା ପାଣ୍ଡିଆନ ତାଙ୍କୁ ଜଣାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେ କହିଛନ୍ତି, "ଐତିହ୍ୟର ବିକାଶ ପାଇଁ ମୁଁ କେବେ ବାଧକ ହୋଇନି । ମୁଁ ଲିଙ୍ଗରାଜ ACT ବା 'ବାଇ-ଲ'ର ବିରୋଧ କଲି । କିନ୍ତୁ ଲିଙ୍ଗରାଜ ବିକାଶ କ୍ଷେତ୍ରରେ ମୁଁ ମଧ୍ୟ ସମର୍ଥନ ଜଣାଇଛି । ମୁଁ ଲିଙ୍ଗରାଜଙ୍କ ବିକାଶର ବିରୋଧୀ ନଥିଲି କି ପ୍ରତ୍ୟକ୍ଷ ଭାବରେ ସଂସଦ ଭାବରେ କରିନାହିଁ । ମୁଁ ଲିଙ୍ଗରାଜ ମନ୍ଦିର ଆଇନର ବିରୋଧ କରିବା କଥାରେ ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ଅଛି କି ? ତାର ପ୍ରମାଣ ଦିଅନ୍ତୁ । ଯଦି ପ୍ରମାଣ ଅଛି, ତେବେ ୭୨ ଘଣ୍ଟା ଭିତରେ ତଥ୍ୟ ଖୋଜି ମତେ ଦିଅନ୍ତୁ । ମହାପ୍ରଭୁ ଜଗନ୍ନାଥ ଆମର ପ୍ରାଣକେନ୍ଦ୍ର, ଜୀବନର ମେରୁଦଣ୍ଡ । ତେଣୁ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାର ଅଛି । ତେଣୁ ଜଗନ୍ନାଥ ମନ୍ଦିରର କାର୍ଯ୍ୟ କ୍ଷେତ୍ରରେ ଆମେ ASIର ମତାମତ ନେଇ କାର୍ଯ୍ୟ କରିବାକୁ କହିଥିଲୁ । ମୁଁ ମନ୍ଦିରର ଉନ୍ନତିକୁ ବିରୋଧ କରିନଥିଲି, ଉନ୍ନତି ପ୍ରକ୍ରିୟାର ବିରୋଧ କରିଥିଲି । ଏହାର ତଫାତ ବୁଝନ୍ତୁ ମୁଖ୍ୟମନ୍ତ୍ରୀ । ଜଗନ୍ନାଥ ମନ୍ଦିର କାର୍ଯ୍ୟରେ ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟକୁ ପରିବର୍ତ୍ତନ କରାଯାଇଛି ।" ଏଥିପାଇଁ ବିକାଶରେ ବିଳମ୍ବ ହେଲା, ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details