ଓଡିଶା

odisha

ETV Bharat / politics

ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ: ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ, ଆଶା ଆଶଙ୍କାରେ ଆଶାୟୀ - Tirtol Assembly Constituency - TIRTOL ASSEMBLY CONSTITUENCY

Tirtol Assembly Constituency: ବିଜେଡି କଂଗ୍ରେସ ବା ବିଜେପି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଯାହାକୁ ନେଇ ଆଶା ଆଶଙ୍କାରେ ଆଶାୟୀ । ଅଧିକ ପଢନ୍ତୁ

Tirtol Assembly Constituency
Tirtol Assembly Constituency

By ETV Bharat Odisha Team

Published : Mar 28, 2024, 8:37 PM IST

Updated : Mar 28, 2024, 10:54 PM IST

Tirtol Assembly Constituency

ଜଗତସିଂହପୁର:ଜିଲ୍ଲାର 4ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ସରିଲାଣି । କିନ୍ତୁ କୌଣସି ପ୍ରମୁଖ ରାଜନୈତିକ ଦଳ ବିଜେଡି କଂଗ୍ରେସ ବା ବିଜେପି ଆଜି ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଫଳରେ ଏକାଧିକ ଆଶାୟୀଙ୍କ ହୃଦସ୍ପନ୍ଦନ ବଢିଛି। ଜଗତସିଂହପୁର ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଆସନ ହେଉଛି ତିର୍ତ୍ତୋଲ ବିଧାନସଭା ଆସନ। ଏହି ଆସନରୁ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ ନିର୍ବାଚିତ ହୋଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଏହି ଆସନରୁ ବିଜୟୀ ହୋଇ ଯୁଧିଷ୍ଠୀର ସାମନ୍ତରାୟ ବିଧାନସଭା ବାଚସ୍ପତି ଭାବରେ କାର୍ଯ୍ୟ ତୁଲାଇଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ, ମା' ଶାରଳାଙ୍କ ମନ୍ଦିରରୁ ଆରମ୍ଭ କରି ଗୋରେଖନାଥ ଓ ଧ୍ୟାନକୁଦ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି । କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଏହି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 50 ହଜାରରୁ ଅଧିକ ରହିଛି ।

2009 ସାଧାରଣ ନିର୍ବାଚନରେ ଏହି ଆସନଟି ସଂରକ୍ଷିତ ଆସନ ଭାବେ ଘୋଷଣା କରାଯାଇଥିଲା। ଏହି ଆସନ ସଂରକ୍ଷିତ ହେବାପରେ ବିଜେଡି କବଜାରେ ରହିଆସିଛି। 2009 ମସିହାରେ ବିଜୁ ଜନତା ଦଳର ରବୀନ୍ଦ୍ର ନାଥ ଭୋଇ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 2014 ସାଧାରଣ ନିର୍ବାଚନରେ ବିଜେଡି ରବୀନ୍ଦ୍ର ନାଥ ଭୋଇଙ୍କୁ ଏଠାରୁ ପ୍ରାର୍ଥୀ ନକରି ଡାକ୍ତର ପେସାରେ ଥିବା ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ।ଡାକ୍ତର ରାଜଶ୍ରୀ ମଲ୍ଲିକ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରି 88 ହଜାର 553 ଖଣ୍ଡ ଭୋଟ୍ ପାଇଥିବାବେଳେ ସେ ସମୟର କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା 53 ହଜାର 505 ଖଣ୍ଡ ଭୋଟ୍ ପାଇଥିଲେ ।

ବିଜେପି ସେ ସମୟରେ ତୃତୀୟ ସ୍ଥାନରେ ରହିଥିଲା । ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ମାତ୍ର 14 ହଜାର516 ଖଣ୍ଡ ଭୋଟ୍ ପାଇଥିଲେ। 2019 ସାଧାରଣ ନିର୍ବାଚନରେ ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହି ଆସନରୁ ସ୍ବର୍ଗତ ବିଷ୍ଣୁ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। 2019 ରେ ବିଷ୍ଣୁ ଦାସ ଏହି ଆସନରୁ 93 ହଜାର967 ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ 53 ହଜାର ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। 2019 ରେ କଂଗ୍ରେସ ଏହି ଆସନରୁ ମାତ୍ର 23 ହଜାର ଭୋଟ୍ ପାଇଥିଲା ।

2022ରେ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ବିଜେଡି ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି 2014ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା କଂଗ୍ରେସ ତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ । ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଦଳ ତ୍ୟାଗ କରି ବିଜେଡିରେ ଯୋଗ ଦେବା ପରେ ରାଜନୈତିକ ସମୀକରଣ ବଦଳିଥିଲା ।

ଏହା ବି ପଢନ୍ତୁ...ବରଗଡ଼ ଲୋକସଭା ଆସନରେ ଏଥର କଡ଼ା ଟକ୍କର, ୩ ଦଳ ଥରେ ଲେଖାଏଁ ହାତେଇଛନ୍ତି ଓ ହାର ବି ଦେଖିଛନ୍ତି - Bargarh Loksabha Constituency

2022 ଉପନିର୍ବାଚନରେ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ। ଆସନ୍ତା ନିର୍ବାଚନ ପାଇଁ ତିର୍ତ୍ତୋଲ ରାଜନୀତି ସରଗରମ ହୋଇଛି। ଏହି ଆସନ ପାଇଁ କଂଗ୍ରେସ ଆଶାୟୀ ହିମାଂଶୁ ମଲ୍ଲିକ ଘରକୁ ଘର ବୁଲି ଭୋଟରଙ୍କ ନିକଟତର ହେଉଛନ୍ତି। ସେହିପରି ବିଜେପିରୁ ଏକାଧିକ ଆଶାୟୀ ଥିବାବେଳେ ଟିକେଟ ଦୌଡ଼ରେ ଅଛନ୍ତି ରାଜକିଶୋର ବେହେରା ଓ ଡକ୍ଟର ପ୍ରକାଶ ଦଳାଇ। ଅନ୍ୟପଟେ ବିଜେଡିରୁ ମଧ୍ୟ ଅନେକ ଟିକେଟ ଆଶାୟୀ ରହିଛନ୍ତି ।

ବିଜେଡି ଟିକେଟ ପାଇଁ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ତିର୍ତ୍ତେଲ ବ୍ଲକ ସଭାପତି ମନୋଜ ବେହେରା, ବର୍ତ୍ତମାନର ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଦାବିଦାର ରହିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲା ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ବିଭୁ ପ୍ରସାଦ ତରାଇଙ୍କୁ ପ୍ରାର୍ଥୀ କରିଛି ।



ଇଟିଭି ଭାରତ, ଜଗତସିଂହପୁର

Last Updated : Mar 28, 2024, 10:54 PM IST

ABOUT THE AUTHOR

...view details