ଓଡିଶା

odisha

ETV Bharat / politics

BJPରେ ମିଶିଲେ AAP ର ଏକମାତ୍ର ଲୋକସଭା ସାଂସଦ ଓ ଜଣେ ବିଧାୟକ - AAP MP Sushil Rinku Joins BJP - AAP MP SUSHIL RINKU JOINS BJP

AAP's Lone Lok Sabha MP Sushil Rinku Joins BJP:ବିଜେପିରେ ମିଶିଲେ AAP ର ଏକମାତ୍ର ସାଂସଦ ସୁଶିଲ କୁମାର ରିଙ୍କୁ ଓ ବିଧାୟକ ଶିତଲ ଅଙ୍ଗୁରାଲ । ବିଜେପି ଟିକେଟରେ ସାଧାରଣ ନିର୍ବାଚନ ଲଢିବା ଚର୍ଚ୍ଚା । ଅଧିକ ପଢନ୍ତୁ

BJP ରେ ମିଶିଲେ AAP ର ଏକମାତ୍ର ଲୋକସଭା ସାଂସଦ ଓ ଜଣେ ବିଧାୟକ
BJP ରେ ମିଶିଲେ AAP ର ଏକମାତ୍ର ଲୋକସଭା ସାଂସଦ ଓ ଜଣେ ବିଧାୟକ

By ETV Bharat Odisha Team

Published : Mar 27, 2024, 10:29 PM IST

ନୂଆଦିଲ୍ଲୀ:ପଞ୍ଜାବରେ କ୍ଷମତାରେ ଥିବା ‘ଆମ ଆଦମୀ ପାର୍ଟି’କୁ ବଡ ଝଟକା ଲାଗିଛି । ଦଳର ଏକମାତ୍ର ଲୋକସଭା ସାଂସଦ ସୁଶୀଲ କୁମାର ରିଙ୍କୁ ଆଜି ବିଜେପିରେ ସାମିଲ ହେଇଛନ୍ତି । ରିଙ୍କୁ ଏବେ ଜଳନ୍ଧର ସଂସଦୀୟ ଆସନରୁ ସାଂସଦ ରହିଛନ୍ତି । ତାଙ୍କ ସହ ଜଳନ୍ଧର-ପଶ୍ଚିମ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟିର ବିଧାୟକ ଶିତଲ ଅଙ୍ଗୁରାଲ ମଧ୍ୟ ଆଜି ପଦ୍ମ ଧରିଛନ୍ତି । ଆଜି ଉଭୟ ସାଂସଦ ଓ ବିଧାୟକ ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ଓ ପଞ୍ଜାବ ପ୍ରଦେଶ ବିଜେପି ମୁଖ୍ୟ ସୁନୀଲ ଜାଖଡ ଉଭୟ ନେତାଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ତେବେ ଉଭୟ ନେତା ବିଜେପି ଟିକେଟରେ ସାଧାରଣ ନିର୍ବାଚନ ଲଢିବା ଚର୍ଚ୍ଚା ହେଉଛି ।

2023ରେ ଜଳନ୍ଧର ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ଆମ ଆଦମୀ ପାର୍ଟି ଟିକେଟରେ ଜିତିଥିଲେ ସୁଶିଲ ରିଙ୍କୁ । ଭାଗବନ୍ତ ମାନଙ୍କ ଇସ୍ତଫା ପରେ ବର୍ତ୍ତମାନର ସେ ଦଳର ଏକମାତ୍ର ଲୋକସଭା ସାଂସଦ ଥିଲେ । 2022 ପୂର୍ବରୁ ସେ କଂଗ୍ରେସରେ ଥିଲେ ଓ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଟିକେଟରେ ଜଳନ୍ଧର-ପଶ୍ଚିମ ଲୋକସଭା ଆସନରେ ଆପ ପ୍ରାର୍ଥୀ ଅଙ୍ଗୁରାଲଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ । ପରେ 2023ରେ ସେ କଂଗ୍ରେସରୁ ଇସ୍ତଫା ଦେଇ ‘ଆମ ଆଦମୀ ପାର୍ଟି’ରେ ସାମିଲ ହୋଇଥିଲେ । ପରେ ଜଳନ୍ଧର ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ । ଆଜି ସେ ସାଧାରଣ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ସେ ଏଥର ମଧ୍ୟ ନିଜ ପୂର୍ବ ଆସନ ଜଳନ୍ଧର ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ :- ଅନ୍ତରୀଣ ଜାମିନ ଦେଲେନି ହାଇକୋର୍ଟ, EDକୁ ମାଗିଲେ ଜବାବ, ଏପ୍ରିଲ 3ରେ ଚୂଡାନ୍ତ ଶୁଣାଣି - Delhi HC Denies Interim Relief

ଏବେ ଆମ ଆଦମୀ ପାର୍ଟି ପଞ୍ଜାବରେ ଶାସନରେ ଥିବା ସତ୍ତ୍ବେ ମଧ୍ଯ ଏକମାତ୍ର ଲୋକସଭା ସାଂସଦକୁ ଦଳ ପରିବର୍ତ୍ତନ କରିବାରେ ରୋକିପାରିନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ଦିଲ୍ଲୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଧାରଣ ଓ ପ୍ରତିବାଦ ମଧ୍ୟ ଜାରି ରହିଛି । ଏପରି ସମୟରେ ଦଳର ଏକମାତ୍ର ଲୋକସଭା ସାଂସଦ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details