ଓଡିଶା

odisha

ETV Bharat / politics

କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ; ସମ୍ବିଧାନ ହେଉଛି ଭାରତବର୍ଷର ଆତ୍ମା

Republic Day 2024: ଭୁବନେଶ୍ବର କଂଗ୍ରେସ ଭବନରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ । ଜାତୀୟ ପତାକା ଉତ୍ତୋଳନ କଲେ ପିସିସି ସଭାପତି । ଅଧିକ ପଢନ୍ତୁ

କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ
କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ

By ETV Bharat Odisha Team

Published : Jan 26, 2024, 10:54 AM IST

କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ଆଜି ଭାରତ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ସାରା ଦେଶରେ ଉଡୁଛି ତ୍ରିରଙ୍ଗା । ସବୁଠୁ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରାଯାଉଛି । ଏହି କ୍ରମରେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଆଜି ସକାଳ ସାଢେ ୮ଟା ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହ କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ଏହି ଅବସରରେ ସମ୍ବିଧାନ ହେଉଛି ଭାରତବର୍ଷର ଆତ୍ମା ବୋଲି କହିଥିଲେ ଶରତ ପଟ୍ଟନାୟକ । ଏଥିସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ସେ ଭୁଲି ନଥିଲେ । ପିସିସି ସଭାପତି ଅଭିଯୋଗ କରିଛନ୍ତି, ''ବିଜେଡ଼ି ସରକାର ଓଡ଼ିଶାକୁ ଗରୀବ ରାଜ୍ୟ ଭାବରେ ପରିଣତ କରିଛି । ଦୀର୍ଘ ୨୫ ବର୍ଷର ଶାସନ ପରେ ମଧ୍ୟ ଆଜି କଳାହାଣ୍ଡି, ସୁବର୍ଣ୍ଣପୁର, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କେନ୍ଦୁଝର ଭଳି ଜିଲ୍ଲା ଗରୀବ ସୀମାରେଖା ତଳେ ରହିଛି । ଓଡ଼ିଶାର ଗୌରବ, ପରମ୍ପରା ଓ ଐତିହ୍ୟକୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରାଯାଉଛି । ଏହାକୁ କଂଗ୍ରେସ କେବେ ବି ବରଦାସ୍ତ କରିବ ନାହିଁ ।''

ଏହା ମଧ୍ୟ ପଢନ୍ତୁ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ:ଆଜି ଦେଶ ପାଳୁଛି 75ତମ ସାଧାରଣତନ୍ତ୍ର ଦିବସ

ସେହିପରି 5T ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଯେ, ଓଡ଼ିଶା କେବଳ ଓଡ଼ିଆଙ୍କର । ଏଠି କୌଣସି ଅଣ ଓଡ଼ିଆକୁ ଶାସନ କରିବାକୁ ଦିଆଯିବନି । ଏଥିପାଇଁ ସମସ୍ତଙ୍କୁ ଜାଗ୍ରତ ରହିବାକୁ ପଡ଼ିବ । ଓଡ଼ିଶାକୁ ସମୃଦ୍ଧଶାଳୀ ରାଜ୍ୟ ଭାବେ ଗଢି ତୋଳିବାକୁ କଂଗ୍ରେସ ବଦ୍ଧପରିକର । ଓଡ଼ିଆ ଜାତିର ନାଁ ରଖିବାକୁ ଆମକୁ କାମ କରିବାକୁ ପଡିବ । ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଥରେ କଂଗ୍ରେସକୁ ସୁଯୋଗ ଦେବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି ।

ପ୍ରକାଶ ଥାଉକି, ସେପଟେ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details