ETV Bharat / politics

ବିଜେପିର ସାଙ୍ଗଠନିକ କର୍ମଶାଳା, ଦଳର ସଙ୍ଗଠନ ମଜବୁତ ଦିଗରେ ଆଲୋଚନା - BJP ORGANISATIONAL WORKSHOP

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ କର୍ମଶାଳା । ପ୍ରଶିକ୍ଷଣ ନେଲେ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ସଭାପତି । ଏସବୁ ବିଷୟରେ ଆଲୋଚନା ।

BJP ORGANISATIONAL WORKSHOP
BJP ORGANISATIONAL WORKSHOP (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 10:43 PM IST

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶେଷ ହୋଇଛି ସଙ୍ଗଠନ କର୍ମଶାଳା । ଦଳର ସଙ୍ଗଠନ ମଜବୁତ ଦିଗରେ ଦିନ ତମାମ କର୍ମଶାଳାରେ ଆଲୋଚନା ହୋଇଛି । ସଙ୍ଗଠନ କର୍ମଶାଳାରେ ଦଳର ସଦସ୍ୟତା ଅଭିଯାନର ସ୍ଥିତି ଏବଂ ସାଙ୍ଗଠନିକ ନର୍ବାଚନ ନେଇ ଆଲୋଚନା ହେବା ସହ ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏଁ ସାଙ୍ଗଠନିକ ନିର୍ବାଚନ କରି ସଭାପତି ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ରୋଡ଼ ମ୍ୟାପ ତିଆରି କରାଯାଇଛି ।

ବିଜେପିର ସାଙ୍ଗଠନିକ କର୍ମଶାଳାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଯତୀନ ମହାନ୍ତି କହିଛନ୍ତି, "ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଛି । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ କଲା ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି । ପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ । ସେଥିପାଇଁ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କର ପ୍ରଶିକ୍ଷଣ ହୋଇଛି । ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ ଗଠନ କରିବେ ସେ ନେଇ ଆଲୋଚନା କରାଯାଇ ପ୍ରଶିକ୍ଷଣ ଦିଆଯାଇଛି । ୩ ବର୍ଷରେ ଥରେ ସଂଗଠକ ନିର୍ବାଚନରେ ହୁଏ । ବୁଥ ସ୍ତରରୁ ନେଇ ଦେଶ ପର୍ଯ୍ୟନ୍ତ ସଙ୍ଗଠନ ପୁନର୍ଗଠନ ହୋଇଥାଏ ।"

BJP ORGANISATIONAL WORKSHOP (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସମାବେଶ, ମୋଦିଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼

ସଂଗଠନ ମହାପର୍ବ ଏସବୁ ଆଲୋଚନା:

ଏନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, "ପ୍ରତି ୩ ବର୍ଷରେ ବିଜେପିର ସମସ୍ତେ ନୂଆ ଭାବରେ ସଦସ୍ୟ ହୁଅନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି । ସଦସ୍ୟତା ହୋଇ ସାରିବା ପରେ ଆକ୍ଟିଭ ମେମ୍ବର ପର୍ଯ୍ୟାୟ ରହଛି । ଜଣେ ଯଦି ୫୦ରୁ ୧୦୦ ଜଣ ମେମ୍ବର କରିବ ତେବେ ସେ ଆକ୍ଟିଭ ମେମ୍ବର ହେବ ଓ ୧୦୦ ଟଙ୍କା ଜମା କରିବ । ପରେ ସେମାନେ ମଣ୍ଡଳ କମିଟି ଠାରୁ ନେଇ ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର କମିଟି ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ସ୍ଥାନ ପାଇବେ । ବିଭିନ୍ନ ପଦବୀରେ ରହିବେ । ବର୍ତ୍ତମାନ ପ୍ରଥମିକ ସଦସ୍ୟତା ଓ ଆକ୍ଟିଭ ମେମ୍ବରସିପ ସରିଛି । ଏବେ ପ୍ରତି ବୁଥରେ ନିର୍ବାଚନ ଚାଲିଛି । ବୁଥ କମିଟି ସଭାପତି ଚୟନ ନିର୍ବାଚନ ଚାଲିଛି । ଏହାପରେ ଶକ୍ତିକେନ୍ଦ୍ରର ସଭାପତି ନିର୍ବାଚନ ହେବ । ପରେ ମଣ୍ଡଳ ସଭାପତି ନିର୍ବାଚନ, ଏହାପରେ ଜିଲ୍ଲା, ରାଜ୍ୟ ସଭାପତି ଓ କେନ୍ଦ୍ର ପର୍ଯ୍ୟନ୍ତ ଯିବ । ଯେଉଁ କମିଟିର ସଭାପତି ଚୟନ ପ୍ରକିୟା ଚାଲିଛି କେଉଁ ଜିଲ୍ଲାରେ କିଏ ଦାୟିତ୍ବରେ ରହିବେ, ପଦାଧିକାରୀ କିଏ ରହିବେ, କିଏ ନିର୍ବାଚନ କରିବେ ଏସବୁ କାର୍ଯ୍ୟ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ମହାପର୍ବରେ ସେ ବିଷୟରେ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.