ETV Bharat / politics

ଓଡ଼ିଶାରେ ମୋଦିଙ୍କ ତିନି ଦିନ ରହଣୀ, ରାଜ୍ୟ ବିଜେପିକୁ ଦେବ କି ବୁଷ୍ଟ ? - PM MODI ODISHA VISIT

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ 3 ଦିନ ଓଡ଼ିଶାରେ ରହିବେ ମୋଦି । ବିଜେପି ପାଇଁ ସାଜିବ କି ବୁଷ୍ଟର ଡୋଜ । ସରଗରମ ରାଜନୀତି ।

PM MODI ODISHA VISIT
PM MODI ODISHA VISIT (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 10:05 PM IST

ଭୁବନେଶ୍ବର: ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା DG-IG ସମ୍ମିଳନୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ହୋଇଛି ଡିଜିପି ସମ୍ମିଳନୀ । ଏଥିରେ ଯୋଗ ଦେବାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରରେ ମୋଦିଙ୍କ 3 ଦିନ ରହଣୀ ମୋହନ ମାଝୀ ସରକାରକୁ ଅଧିକ କ୍ରିୟାଶୀଳ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ କେବଳ ଡିଜିପି ସମ୍ମିଳନୀ ନୁହେଁ ଗସ୍ତର ପ୍ରଥମ ଦିନରେ ଜନାସଭା କରି ଓଡ଼ିଶାର ବିକାଶର ନକ୍ସା କଥା କହିଛନ୍ତି ମୋଦି । ଗୋଟେ ପଟେ ଜାତୀୟ ସୁରକ୍ଷାକୁ ନେଇ ମାନସ ମନ୍ଥଥ ହେଉଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତା ସାଂସଦଙ୍କ ରିପୋର୍ଟ କାର୍ଡ ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଯାହା ରାଜ୍ୟ ବିଜେପି ପାଇଁ ବୁଷ୍ଟ ହୋଇପାରେ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି 3 ଦିନିଆ ଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ବି ସରଗରମ ।

ଉତ୍ସାହିତ ବିଜେପି ଶିବିର:

PM MODI ODISHA VISIT (ETV Bharat Odisha)

3 ଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର କେହି ପ୍ରଧାନମନ୍ତ୍ରୀ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଯାହାକୁ ନେଇ ଉତ୍ସାହିତ ବିଜେପି ଶିବିର,କର୍ମୀ ଓ ନେତା । ପ୍ରିୟ ନେତାଙ୍କୁ ପାଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଜି ଆଜି ଚଳଚଞ୍ଚଳ । ଆଗକୁ ପୌର ନିର୍ବାଚନ ଏଥିପାଇଁ ପ୍ରଧାନମନ୍ତ୍ରୀ ନେତା କର୍ମୀଙ୍କୁ ଦେଇପାରନ୍ତି ଗୁରୁମନ୍ତ୍ର । ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିଲା ରୁଦ୍ଧଦ୍ବାର ବୈଠକ ।

ଓଡ଼ିଶା ପାଇଁ ବିକାଶ ପଥ ଖୋଲିବ: ବିଜେପି

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକାମ୍ର ବିଧାୟକ ବାବୁ ସିଂହ କହିଛନ୍ତି, ‘ପୂର୍ବ ଭାରତରେ ଓଡିଶା ବିକାଶର ଶ୍ରେଷ୍ଠ ରାଜ୍ୟ ହେବ । ବିକାଶର ନୂଆ ଫର୍ଦ ଜୋଡା ହେବ । ଓଡିଶା ବିକାଶରେ ନିଜକୁ ସାମିଲ କରିବେ ପ୍ରଧାନମନ୍ତ୍ରୀ । ନୂଆ ଦିଶା ଦେବେ, ନୂଆ ଦିଗନ୍ତ ଦେବେ,ଓଡିଶା ବିକାଶ ପଥରେ ଆଗେଇବ । ଆଗାମୀ ଦିନରେ ଏହା ଏକ ମାଇଲ ଖୁଣ୍ଟ ହେବ । ଆଜି ଉତ୍ସାହିତ ବିଜେପି ଶିବିର,ଓଡିଶା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ବିଶ୍ୱର ସର୍ବଶ୍ରେଷ୍ଠ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସିଛନ୍ତି । ଓଡିଶା ପାଇଁ ବିକାଶ ପଥ ଖୋଲିବ । ଖାଲି ପୋଲିସର କାର୍ଯ୍ୟକ୍ରମ ହେବ ନାହିଁ କର୍ଯ୍ୟକର୍ତ୍ତାଙ୍କ ମଧ୍ୟ ମନୋବଳ ବଢିବା ସଂଗେ ସଂଗେ ଓଡିଶା ପାଇଁ ବିକାଶ ହେବ । ସରକାର କିଭଳି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ । ପ୍ରଧାନମନ୍ତ୍ରୀ କିଭଳି ଭାବେ ଓଡ଼ିଶାର ଉନ୍ନତି ପାଇଁ ସ୍ୱପ୍ନ ଦେଖୁଛନ୍ତି । ମୋ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସମସ୍ତ କର୍ମୀ ବିକାଶ ବାର୍ତ୍ତା ନେଇ ଘରକୁ ଯିବେ । ପ୍ରଥମଥର ପାଇଁ ସାରା ଦେଶର ଆଲୋଚନା ହେବ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ଆଲୋଚନା ହେବ । ନିର୍ବାଚନ ପ୍ରତିଥର ଆସିବ ଯିବ, ବିକାଶ ଆମ ମୂଳ ଲକ୍ଷ୍ୟ ହେବା ଦରକାର । ଓଡିଶା ଆଗେଇବା ଦରକାର ।’

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶା ବିକାଶ ନକ୍ସା ଦେଖାଇଲେ ମୋଦି, ବିରୋଧୀଙ୍କୁ କଲେ ନିଶାନା

DG-IG ସମ୍ମିଳନୀ: ଲୋକସେବା ଭବନରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଦେଖାଇହେବା ବଡ଼ କଥା ନୁହେଁ କାମ କରିବା ବଡ଼କଥା: ବିଜେଡି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ‘ଏବେ ବି ନବୀନ ସର୍ବାଗ୍ରେ ଲୋକପ୍ରିୟ ରହିଛନ୍ତି । 150 ଦିନର ରିପୋର୍ଟ କାର୍ଡରେ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଯାଇଛି । ବିଭିନ୍ନ ପ୍ରସଙ୍ଗରେ ସରକାର ପଛରେ । ସବୁଠି ସରକାର ଫେଲରେ ଚାଲିଛି, ତେଣୁ ଏସବୁକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଆସିଥାଇ ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦେଖେଇ ହେବା କାର୍ଯ୍ୟକ୍ରମ । ତେଣୁ ଦେଖାଇ ହେବା ବଡ଼ କଥା ନୁହେଁ କାମ କରିବାଟା ବଡ଼ କଥା । ମୁଁ ବିଜେପିର ବନ୍ଧୁ ମାନଙ୍କୁ ଅନୁରୋଧ କରିବି, ରାଜ୍ୟର ସ୍ୱାର୍ଥକୁ ଆପଣ ମାନେ ସହିତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉପସ୍ଥାପିତ କରନ୍ତୁ । ସେ ପୋଲାଭରାମ ପ୍ରକଳ୍ପ ହେଉ, ମହାନଦୀ ଜଳ ବିବାଦ ପ୍ରସଙ୍ଗ ହେଉ, ତା ସହିତ ରେଳବାଇ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ହେଉ ଉପସ୍ଥାପନ କରନ୍ତୁ ।’

ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ ଦିଅନ୍ତୁ ପ୍ରଧାନମନ୍ତ୍ରୀ:

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ‘ଓଡିଶାରୁ ବିଜେପି ସଂସଦୀୟ କ୍ଷେତ୍ର ପୋଛି ନେଇଛି । ୨୦ ଜଣ ସାଂସଦ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ସରକାର ଗଢିବାରେ ସକ୍ଷମ ହୋଇଛନ୍ତି । ଓଡ଼ିଶାର ଅବଦାନ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁଗୁରୁତ୍ୱ ବହନ କରେ । ସେଥିପାଇଁ ଓଡିଶା ଉପରେ ମୋଦିଙ୍କ ଫୋକସ ରହିଛି । ସେଥିପାଇଁ ମୋଦି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଓଡିଶାବାସୀ ଅନେକ ବିଶ୍ୱାସ କରି 20 ଜଣ ସାଂସଦ କେନ୍ଦ୍ରକୁ ପଠାଇଲେ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଓଡିଶା ଆସିଛନ୍ତି । ହେଲେ ସେପଟେ କନ୍ଧମାଳରେ ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁବରଣ କରୁଛନ୍ତି । ଓଡ଼ିଶାରେ ଚାଷ ପାଇଁ ପାଣିର ଅଭାବ, ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଲେ ସରକାର ହେଲେ ଏହା ଫଳରେ ମାଲକାନଗିରିରେ ଅଧାରୁ ଅଧିକ ଜାଗା ଜଳମଗ୍ନ ହେବ । କୋଟିଆ ଓଡ଼ିଶାର ଏକ ଅଭିଚ୍ଛେଦ୍ୟ ଅଙ୍ଗ ତାକୁ ମଧ୍ୟ ସମାଧାନ କଲେ ନାହିଁ । ଓଡିଶାବାସୀ ଭଲ ପାଇ ଯେଉଁ ସରକାର ଦେଇଛନ୍ତି ଗାଁ ଗହଳିରେ କୋଉଠି ବି ବିକାଶ ହୋଇପାରିଲା ନାହିଁ । ଆମେ ଦାବି କରୁଛୁ ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ ଦିଅନ୍ତୁ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି: ବରିଷ୍ଠ ସାମ୍ବାଦିକ

ବରିଷ୍ଠ ସାମ୍ବାଦିକ ରବି ଦାଶ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରେ 3 ଦିନ ଭୁବନେଶ୍ୱରରେ ରହଣି ବହୁ ଗୁରୁତ୍ୱ ବହନ କରୁଛି । ମୋହନ ସରକାରଙ୍କୁ ଅଧିକ ଗତିଶୀଳ କରିବା ପାଇଁ ମୋଦି IPS, IAS ମାନଙ୍କୁ ଶାସନ ତନ୍ତ୍ରକୁ ଅଧିକ ଲୋକାଭିମୁଖୀ କରିବାକୁ ବାର୍ତ୍ତା ଦେଇପାରନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଛି, ପୌର ସମବାୟ ନିର୍ବାଚନ ମଧ୍ୟ ହେବ, ସେଥିପାଇଁ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସଶକ୍ତ କରିବାକୁ ମୋଦି,ବିଧାୟକ, ସାଂସଦ,ମନ୍ତ୍ରୀ ଏବଂ ବରିଷ୍ଠ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି । ମୋଦିଙ୍କ ଉପରେ ଭରସା କରି ଓଡ଼ିଶାର ଲୋକମାନେ ବିଜେପିକୁ ଭୋଟ ଦେଇ ସରକାର ଗଢିଛନ୍ତି । ଓଡ଼ିଶାରେ ଯେଉଁ ମୋଦିଙ୍କ ସରକାର ଚାଲିଛି,ତାହା ସେପରି ଗତିଶୀଳ ହୋଇପାରିନି । ସରକାରଙ୍କୁ ଗତିଶୀଳ କରିବା ପାଇଁ ଦଳର ମନ୍ତ୍ରୀ,ବିଧାୟକ ମାନଙ୍କୁ ଗୁରୁମନ୍ତ୍ର ଦେବେ ।’

ଏହା ମଧ୍ୟ ପଢନ୍ତୁ:

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

74 ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି: ସଂଘର୍ଷରୁ ସଫଳ, ବିଭିନ୍ନ କ୍ଷେତ୍ରରେ କରିଛନ୍ତି ରେକର୍ଡ - PM Modi Birthday

ସେ ଆହୁରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ଜାଣିଛନ୍ତି ଆଗକୁ ପଞ୍ଚାୟତ,ପୌର, ସମବାୟ ନିର୍ବାଚନ ଆସୁଛି ସେ ବିଷୟରେ ମଧ୍ୟ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ 3 ଦିନ ରହିବା ଏକ ନୂଆ କଥା । ଡିଜିପି ସମ୍ମିଳନୀ ତ ହେବ । ହେଲେ ତାଙ୍କର ଗସ୍ତର ମୂଳ ଅଭିମୁଖ୍ୟ ହେଉଛି ମେନ ଫୋକସ ରହିଛି ଦଳ । ସରକାରକୁ ଗତିଶୀଳ କରେଇବା ସେହି ଅନୁସାରେ ସରକାରୀ କଳକୁ ଗୋଟିଏ ବାର୍ତ୍ତା ଦେବ ସରକାରକୁ ସହଯୋଗ କର । ଓଡ଼ିଶାରେ ବିଜେପି ସରକାରକୁ ଲୋକେ ସମର୍ଥନ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ‘ବିଜେପି କେବେ ଭାବିନଥିଲା ସେମାନେ ଓଡ଼ିଶାରେ ସରକାର ଗଢିବେ । 24 ବର୍ଷର ନବୀନ ପଟ୍ଟନାୟକ ସରକାରକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ଭୋଟ ଦେଲେ । କେବଳ ବିଧାନସଭା ନୁହେଁ ଲୋକସଭାରେ 20 ଟି ଆସନ ପାଉଛି । ଏମିତି କି 20ଟି ସଂସଦୀୟ କ୍ଷେତ୍ର ଦେଇନଥିଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇପାରି ନଥାନ୍ତେ । ସେଥିପାଇଁ ସେ ଓଡିଶା ପ୍ରତି କୃତଜ୍ଞ । ଓଡିଶା ଇତିହାସରେ ବିଜେପି ଗୋଟିଏ ଦଳ ଯିଏ 20ଟି ସାଂସଦ ପାଇଛି ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.