ETV Bharat / politics

ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ - PM MODI MEETING AT PARTY OFFICE

ଓଡ଼ିଶାରେ ଡବଲଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସି ନେତାମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

Modi meeting at party Office
Modi meeting at party Office (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 12:52 PM IST

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ 3 ଦିନିଆ DG-IG ସମ୍ମିଳନୀରେ ଯୋଗ ଦେବାକୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭାକୁ ସମ୍ବୋଧିତ କରିଥିଲେ । ମୋଦିଙ୍କ ପାଇଁ ଜନସମୁଦ୍ର ପାଲଟିଥିଲା ସଭାରଣ ସଭା । ଏହି ଜନସଭାରେ ମୋଦି ଓଡିଶା ବିକାଶର ନକ୍ସା ଦେଖାଇବା ସହିତ ବିରୋଧୀ ବିଜେଡି ଏବଂ କଂଗ୍ରେସକୁ ନିଶାନା କରିଥିଲେ । ଏହା ପରେ ମୋଦି ରାଜଭବନ ଯାଇ ପୁଣି ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟକୁ ଆସି ନେତା ଏବଂ ମନ୍ତ୍ରୀଙ୍କୁ ଦୁଇ ଘଣ୍ଟା ଧରି ବୈଠକ କରି ଗୁରୁମନ୍ତ୍ର ଦେଇଥିଲେ । ସନ୍ଧ୍ୟାରେ ମୋଦି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ମନ୍ତ୍ରୀ, ସାଂସଦ,ବିଧାୟକ ଓ ପଦାଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ ରାତ୍ର ଭୋଜନ କରି ରାଜଭବନକୁ ଫେରିଯାଇଥିଲେ ।

ନେତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ:
ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଦେଇଛନ୍ତି ଗୁରୁ ମନ୍ତ୍ର । ପ୍ରାୟ ଦୁଇଘଣ୍ଟା ଧରି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରହିଥିଲେ । ବିଭିନ୍ନ ପ୍ରସଙ୍ଗରେ ବିଜେପି ଅଫିସରେ ନେତାଙ୍କ ସହ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, "ନେତା ଲୋକଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କ ସହ ମିଶନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ । ଲୋକଙ୍କ ଜୀବନ ଧାରଣ ମାନ କିଭଳି ବଦଳିବ ସେ ଦିଗରେ ଧ୍ୟାନ ଦିଅନ୍ତୁ ।"

ଏହା ବି ପଢନ୍ତୁ- DG-IG ସମ୍ମିଳନୀର ଦ୍ବିତୀୟ ଦିନ, ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ- ଓଡ଼ିଶା ବିକାଶ ନକ୍ସା ଦେଖାଇଲେ ମୋଦି, ବିରୋଧୀଙ୍କୁ କଲେ ନିଶାନା
ନୋଙ୍କୁ ଅନୁଭୂତି ବାଣ୍ଟିଲେ ମୋଦି:

ବିଜେପି ରାଜ୍ଯ କାର୍ଯ୍ଯାଳୟରେ ହଲରେ ଚାଲି ଚାଲି ନିଜେ ତାଙ୍କ ଜୀବନରେ ସେ କେମିତି ପ୍ରଧାନମନ୍ତ୍ରୀ ହେଲେ ତାହା ମନ୍ତ୍ରୀ ବିଧାୟକ ଏବଂ ସାଂସଦ ମାନଙ୍କ ଆଗରେ କହିଲେ। ସବୁଠୁ ବଡ କଥା ହେଲା ସେ କହିଛନ୍ତି, ମୁଁ କେବଳ ଦସ୍ତଖତ କଲା ବେଳେ ପ୍ରଧାନମନ୍ତ୍ରୀ ନିଜକୁ ଭାବେ। ଅଲଗା ସମୟରେ ଆପଣଙ୍କ ଭଳି ନେତା। ନିଜର ଜୀବନ କାହାଣୀ ସମସ୍ତଙ୍କ ଆଗରେ ରଖିଲେ। ଲୋକମାନଙ୍କ କଥା କୁ ଗୁରୁତ୍ଵ ଦେଇ ଶୁଣନ୍ତୁ। ଲୋକମାନେ ବହୁ କଥା କହିବେ ତାକୁ ଧୌର୍ଯ୍ୟର ସହିତ ଶୁଣନ୍ତୁ। ଲୋକମାନଙ୍କ ପାଇଁ କାମ କର। ଏହାଛଡ଼ା ଆଗାମୀ ଦିନରେ ବିଜେପି ଭୋଟ ଯେଭଳି ଅକ୍ଷୂର୍ଣ୍ଣ ରହିବ ସେ ଦିଗରେ ଦୃଷ୍ଟି ଦେବାକୁ ମୋଦି କହିଛନ୍ତି ।

କଡା ସୁରକ୍ଷାବଳୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପାର୍ଟି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମୋଦୀ ପ୍ରଥମଥର ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ଏପଟେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, "ମୁଁ ରାଜ୍ୟ ବିଜେପି ମୁଖ୍ୟାଳୟକୁ ଯାଇଥିଲି ଏବଂ ଦଳର ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଥିଲି । ରାଜ୍ୟପ୍ୟାପୀ ଦଳକୁ କିପରି ସୁଦୃଢ଼ କରାଯିବ ଏବଂ ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ ଜାରି ରଖାଯାଇପାରିବ, ସେ ସମ୍ପର୍କରେ ଆମେ ଆଲୋଚନା କଲୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.