ଓଡିଶା

odisha

ଫଟୋରେ ୱାୟନାଡ ମୃତ୍ୟୁ ବିଭୀଷିକା; ମାଟି ତଳେ ପୋତି ହୋଇଛି ଶତାଧିକ ଜୀବନ, ଚାଲିଛି ଉଦ୍ଧାର - Wayanad Landslides

By ETV Bharat Odisha Team

Published : Jul 31, 2024, 4:27 PM IST

କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନରେ ସ୍ତବ୍ଧ ହୋଇଯାଇଛି ଦେଶ । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୪୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଶତାଧିକ ନିଖୋଜ ଅଛନ୍ତି । ଏନଡିଆରଏଫ, ସେନା ଯବାନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । (ଫଟୋରେ ୱାୟନାଡ ମୃତ୍ୟ ବିଭୀଷିକା)
ୱାୟନାଡରେ ପ୍ରକୃତିର କୋପ । ଭୟଙ୍କର ଭୂସ୍ଖଳନରେ ସ୍ତବ୍ଧ ସାରା ଦେଶ (@IaSouthern)
ଭୂସ୍ଖଳନରେ ଏବେ ସୁଦ୍ଧା ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ନିଖୋଜ ଅଛନ୍ତି (@IaSouthern@IaSouthern)
ମାଟି ତଳେ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ (@IaSouthern)
ଏନଡିଆରଏଫ, ସେନା ଯବାନ ରେସ୍କ୍ୟୁ ଅପରେସନରେ ସାମିଲ୍ ହୋଇଛନ୍ତି (@IaSouthern)
ଭୟଙ୍କର ଭୂସ୍ଖଳନରେ ଶତାଧିକ ଜୀବନ ଯିବା ପରେ ରାଜ୍ୟରେ ଦୁଇ ଦିନିଆ ଶୋକ ପାଳନ ହୋଇଛି (@IaSouthern)
ଭୀଷଣ ବର୍ଷା ଯୋଗୁଁ ୱାୟନାଡ ଜିଲ୍ଲାର ମେପଡ୍ଡି ନିକଟସ୍ଥ ପାହାଡି ଅଞ୍ଚଳରେ ହୋଇଥିଲା ଏହି ଭୂସ୍ଖଳନ (@IaSouthern)
ମାତ୍ର ୪ ଘଣ୍ଟାରେ ଘଟିଥିବା ୪ଟି ଭୂସ୍ଖଳନ ଗାଁ ଗଣ୍ଡା ଛାରଖାର୍ କରିଦେଇଥିଲା । ନିଶ୍ଚିହ୍ନ ହୋଇଯାଇଥିଲା ୪ ଖଣ୍ଡ ଗାଁ (@IaSouthern)
ସୋମବାର ରାତି ୨ଟାରୁ ମଙ୍ଗଳବାର ସକାଳ ମଧ୍ୟରେ ୪ ଥର ଭୂସ୍ଖଳନ ହୋଇଥିଲା (@PRODefNgp)
ୱାୟନାଡ ବିଭୀଷିକାର ଆକାଶ ମାର୍ଗର ଦୃଶ୍ୟ ଅତ୍ୟନ୍ତ ବିଦାରକ । (ETV Bharat Odisha)
ମାଟି ତଳୁ ମୃତଦେହ ଗୁଡିକ ଉଦ୍ଧାର କରୁଛନ୍ତି ରେସ୍କ୍ୟୁ ଟିମ୍ (ETV Bharat Odisha)

ABOUT THE AUTHOR

...view details