ଓଡିଶା

odisha

ପାଖେଇ ଆସୁଛି ବଡ଼ଦିଅଁଙ୍କ ରଥଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ, ଦେଖନ୍ତୁ ଫଟୋ - Ratha Yatra 2024

By ETV Bharat Odisha Team

Published : Jun 28, 2024, 3:48 PM IST

ପୁରୀ: ଆଜି ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ସହଯୋଗୀ ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକଙ୍କ ସହଯୋଗରେ ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଂ ସମ୍ପୂର୍ଣ୍ଣ ହୋଇଛି । ଏଥିସହ 3 ରଥର 2ଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଛି । (ETV Bharat Odisha)
3 ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଂ ସମ୍ପୂର୍ଣ୍ଣ ହୋଇଛି (ETV Bharat Odisha)
ଚିତ୍ରକାର ସେବକମାନେ 3 ରଥର କୋଣ ଗୁଜ, ପଟା ଗୁଜରେ ରଙ୍ଗ ସହ ନାଟ ଗୋଡ଼ରେ ପ୍ରାଇମର ଦେବା ପରେ ରୂପ ଗୁଡ଼ିକର ରଙ୍ଗ କାର୍ଯ୍ୟ କରୁଛନ୍ତି (ETV Bharat Odisha)
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ କଳସ କଣ୍ଟା, ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ଜାରି ରଖିଛନ୍ତି (ETV Bharat Odisha)
3 ରଥ ୫ଟି ଲେଖାଏଁ ଗୁଣ୍ଠି ନିର୍ମାଣ ଶେଷ ହୋଇଛି (ETV Bharat Odisha)
3 ରଥର 2ଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଅଛି (ETV Bharat Odisha)
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ 3 ରଥର ୧୦ଟି ଲେଖାଏଁ ଗଣ୍ଠି କଣ୍ଟା ନିର୍ମାଣ ଜାରି ରଖିଛନ୍ତି (ETV Bharat Odisha)
ଦରଜୀ ସେବକମାନେ 3 ରଥର ବତା କନାରେ ଲେସ ଫିଟିଂ ସହ ଦ୍ଵାର ବେଢ଼ା ଏବଂ ଚନ୍ଦ୍ରଶାଳୀ ପାଇଁ କନା କଟିଂ ଶେଷ କରି ସିଲଭର ଲେସ ଷ୍ଟିଚିଂ କାର୍ଯ୍ୟ ଜାରି ରଖିଛନ୍ତି (ETV Bharat Odisha)
ରଥର ବେଦୀ ପଛ ଭାଗ ତାଗରେ ପାରୁସ ପଟା ବଢିଆ ଶେଷ ହୋଇ ରଥ ପାର୍ଶ୍ଵଭାଗରେ ପଟା ପଡ଼ିବା ଜାରି ରହିଛି (ETV Bharat Odisha)

ABOUT THE AUTHOR

...view details