ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀ ଦ୍ୱିତୀୟ ବିବାହ କରିଛନ୍ତି ।. ମାର୍ଚ୍ଚ ୩ରେ ଆଦିଲ ଖାନ 'ବିଗ ବସ ୧୨' ପ୍ରତିଯୋଗୀ ତଥା ଅଭିନେତ୍ରୀ ସୋମି ଖାନଙ୍କୁ ବିବାହ କରିଛନ୍ତି ।. ଆଦିଲ ଖାନ ଏବଂ ସୋମି ଖାନ ଜୟପୁରରେ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ହାତକୁ ଦି' ହାତ ହୋଇଛନ୍ତି ।. ମାର୍ଚ୍ଚ ୩ରେ ଆଦିଲ ଓ ସୋମି ବିବାହ କରିଥିବା ବେଳେ ଉଭୟ ବିବାହକୁ ପ୍ରାଇଭେଟ ରଖିଥିଲେ । ଗତକାଲି ଉଭୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ବିବାହ ଖୁସି ଖବର ଦେଇଛନ୍ତି ।. ବିବାହରେ ଲାଲ ଯୋଡାରେ ଆଦିଲଙ୍କ ନାଁର ଓଢଣୀ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୋମି ।. ସେପଟେ ଆଦିଲ ହ୍ବାଇଟ ସେରୱାନି ସହ ମୁଣ୍ଡରେ ଲାଲ ରଙ୍ଗର ପଗଡ଼ିରେ ଖୁବ ସୁନ୍ଦର ଦେଖାଯାଉଥିଲେ ।. ଆଦିଲ ଖାନ ଜଣେ ବ୍ୟବସାୟୀ ହୋଇଥିବା ବେଳେ ସୋମି ଜଣେ ଟିଭି ଅଭିନେତ୍ରୀ । ସେ ଅନେକ ଶୋ'ରେ କାମ କରିବା ସହ 'ବିଗ ବସ ସିଜନ ୧୨' ର ପ୍ରତିଯୋଗୀ ଥିଲେ ।. ଆଦିଲ ଏବଂ ସୋମି ଏକ ପୁରସ୍କାର ଶୋ'ରେ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।. ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା । ଡେଟିଂ କରିବା ପରେ ଉଭୟ ବିବାହ କରିବାକୁ ମନସ୍ଥ କଲେ ।. ଆଦିଲଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ବଲିଉଡ ବିବାଦୀୟ କୁଇନ ରାକ୍ଷୀ ସାୱନ୍ତଙ୍କୁ ବିବାହ କରିଥିଲେ ।. ରାକ୍ଷୀ ଆଦିଲ ଖାନ ଦୁରାନୀଙ୍କୁ ଇସଲାମ ରୀତିନୀତି ଅନୁଯାୟୀ ବିବାହ କରି ଇସଲାମ ଧର୍ମ ବି ଗ୍ରହଣ କରିଥିଲେ ।. ହେଲେ ବିବାହରେ ମତଭେଦ ଦେଖାଦେଇଥିଲା । ଯାହା ପରେ ରାକ୍ଷୀ ଆଦିଲଙ୍କ ବିରୁଦ୍ଧରେ ଅଭିଯୋଗ କରି ତାଙ୍କୁ ଜେଲ ପଠାଇଥିଲେ ।