ଓଡିଶା

odisha

ETV Bharat / photos

ରାଷ୍ଟ୍ରପତି ମୁର୍ମୁଙ୍କୁ ଟିମୋର-ଲେଷ୍ଟର ସର୍ବୋଚ୍ଚ ନାଗରିକ ସମ୍ମାନ - Droupadi Murmu Timor Leste visit - DROUPADI MURMU TIMOR LESTE VISIT

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଟିମୋର ଲେଷ୍ଟ ଗସ୍ତରେ ଅଛନ୍ତି । ସେଠାରେ ତାଙ୍କୁ ଟିମୋର-ଲେଷ୍ଟର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ-କୋଲାର ଅଫ ଦ ଅର୍ଡର ପ୍ରଦାନ କରିଛନ୍ତି । (@rashtrapatibhvn)

By ETV Bharat Odisha Team

Published : Aug 10, 2024, 1:06 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଟିମୋର ଲେଷ୍ଟ ଗସ୍ତ କରିଛନ୍ତି । (@rashtrapatibhvn)
ରାଷ୍ଟ୍ରପତି ମୁର୍ମୁ ରାଜଧାନୀ ଡିଲିରେ ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଟିମୋର-ଲେଷ୍ଟ ରାଷ୍ଟ୍ରପତି ଜୋସେ ରାମୋସ-ହୋର୍ଟା (@rashtrapatibhvn)
ଡିଲି ବିମାନ ବନ୍ଦରରେ କୁନି କୁନି ପିଲାମାନେ ହାତରେ ତ୍ରିରଙ୍ଗା ପତାକା ଧରି ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଥିଲେ (@rashtrapatibhvn)
ଦ୍ରୌପଦୀ ମୁର୍ମୁ ମଧ୍ୟ କୁନି କୁନି ପିଲାମାନଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ (@rashtrapatibhvn)
ଏହାପରେ ରାଷ୍ଟ୍ରପତି ମୁର୍ମୁ ଟିମୋର-ଲେଷ୍ଟର ରାଷ୍ଟ୍ରପତି ଭବନକୁ ଯାଇଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ସହିତ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । (@rashtrapatibhvn)
ରାଷ୍ଟ୍ରପତି ମୁର୍ମୁଙ୍କୁ ଟିମୋର-ଲେଷ୍ଟର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ-କୋଲାର ଅଫ ଦ ଅର୍ଡରରେ ସମ୍ମାନିତ କରାଯାଇଛି । (@rashtrapatibhvn)
ଜନସେବା, ଶିକ୍ଷା, ସାମାଜିକ କଲ୍ୟାଣ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଏ । (@rashtrapatibhvn)
ଡିଲିରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଦ୍ରୌପଦୀ ମୁର୍ମୁ । (@rashtrapatibhvn)

ABOUT THE AUTHOR

...view details