ଓଡିଶା

odisha

ETV Bharat / opinion

ବ୍ରିଟେନରୁ ଫେରିଲା ସୁନା, ଭାରତ କାହିଁକି ସୁନାକୁ ବିଦେଶୀ ଟ୍ରାଜେରୀରେ ରଖେ ଜାଣନ୍ତୁ - RBI STORE ITS GOLD RESERVES

INDIA STORES ITS GOLD RESERVES: ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ସଂରକ୍ଷିତ 100 ମେଟ୍ରିକ୍ ଟନ୍ ସୁନା ଭଣ୍ଡାର ଫେରାଇ ଆଣିଛି ଭାରତ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଭାରତ କାହିଁକି ବିଦେଶରେ ରଖେ ସୁନା ? ତେବେ ସୁନା ଭଣ୍ଡାର କଣ ? ପଢନ୍ତୁ ଅରୁଣିମ ଭୂୟାଁଙ୍କ ଆଲେଖ୍ୟ

India stores its gold reserves in foreign vaults
India stores its gold reserves in foreign vaults (ETV Bharat Odisha)

By ETV Bharat Odisha Team

Published : Jun 1, 2024, 11:35 AM IST

ହାଇଦ୍ରାବାଦ:ବ୍ରିଟେନରୁ ଫେରିଲା ଭାରତ ସୁନା । ଇଂଲଣ୍ଡରୁ 100ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) । ଇଂଲଣ୍ତରୁ ଏହି ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି । ଆଗାମୀ ଦିନରେ ଆହୁରି ସୁନା ଫେରାଇ ଆଣିବା ପାଇଁ ଯୋଜନା କରିଛି ଆରବିଆଇ । ଗୁରୁବାର ଦିନ ପ୍ରକାଶିତ FY24 ଆରବିଆଇ ବାର୍ଷିକ ରିପୋର୍ଟ ଅନୁସାରେ, 308 ମେଟ୍ରିକ୍ ଟନରୁ ଅଧିକ ସୁନା ରଖାଯାଇଥିବାବେଳେ 100.28 ଟନ୍ ଅଧିକ ବ୍ୟାଙ୍କିଙ୍ଗ ବିଭାଗର ସମ୍ପତ୍ତି ଭାବରେ ସ୍ଥାନୀୟ ଭାବରେ ରଖାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.79 ଟନ୍ ବିଦେଶରେ ଅଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସ୍ଥାନୀୟ ଭାବେ ରଖାଯାଇଥିବା ସୁନା ମୁମ୍ବାଇ ଏବଂ ନାଗପୁରର ଉଚ୍ଚ ସୁରକ୍ଷା ଭାଲ୍ଟ ଏବଂ ସୁବିଧାଗୁଡ଼ିକରେ ଗଚ୍ଛିତ ହୋଇଛି ।

ତେବେ ସୁନା ଭଣ୍ଡାର କଣ? କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏପରି ସଂରକ୍ଷଣ କାହିଁକି ରଖନ୍ତି?

ସୁନା ସଂରକ୍ଷମ ହେଉଛି ଏକ ଜାତୀୟ କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ସୁନା । ୱାର୍ଲ୍ଡ ଗୋଲ୍ଡ କାଉନସିଲ୍(WGC) ଆକଳନ କରି କହିଛି ଯେ, ଖନନ ହୋଇଥିବା ସମସ୍ତ ସୁନା 2019 ରେ ମୋଟ 190,040 ମେଟ୍ରିକ୍ ଟନ୍ ରହିଥିଲା। କିନ୍ତୁ ଆକଳନ ଅନୁସାରେ 20 ପ୍ରତିଶତ ଭିନ୍ନ ରହିଛି । 2017 ମସିହା ଅଗଷ୍ଟ 16ରେ ଟ୍ରାଇ ଆଉନ୍ସ ପିଛା 1,250 ଡଲାର (ଗ୍ରାମ ପିଛା 40 ଡଲାର) ରହିଥିଲା । ଗୋଟିଏ ମେଟ୍ରିକ୍ ଟନ୍ ସୁନାର ମୂଲ୍ୟ ପ୍ରାୟ 40.2 ନିୟୁତ ଡଲାର ଅଟେ । WGC 2017 ଅନୁସାରେ ଖନନ ହୋଇଥିବା ସମସ୍ତ ସୁନାର ମୋଟ ମୂଲ୍ୟ ଏବଂ ହିସାବ ସେହି ମୂଲ୍ୟରେ 7.5 ଟ୍ରିଲିୟନ ଡଲାରରୁ ଅଧିକ ହେବ ।

ଏହା ମଧ୍ୟ ପଢନ୍ତୁ:ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ - RBI dividend to centre

ଡବ୍ଲୁଜିସି ଅନୁଯାୟୀ ସୁନା କିଣୁଥିବା ଶ୍ରେଷ୍ଠ ପାଞ୍ଚଟି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ରହିଛି ଆରବିଆଇ । ସିଙ୍ଗାପୁରର ମୁଦ୍ରା ଅଥରିଟି, ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଏବଂ ତୁର୍କୀର ସେଣ୍ଟ୍ରାଲ ବ୍ୟାଙ୍କ ଭଳି ଅନେକ କେନ୍ଦ୍ରୀୟ ବ୍ୟାଙ୍କ ଡଲାରର ଅବନତି, ନକାରାତ୍ମକ ସୁଧ ହାର ଏବଂ ସେମାନଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରକୁ ବିବିଧ କରିବା ଉଦ୍ଦେଶ୍ୟରେ ସୁନା କିଣୁଛନ୍ତି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ, 2024 ମସିହା ମେ 3 ସୁଦ୍ଧା ସାର୍ବଭୌମ ସୁନା ହୋଲଡିଂ କ୍ଷେତ୍ରରେ ଭାରତ ନବମ ସ୍ଥାନରେ ଥିବାବେଳେ ଆମେରିକା ଏହି ତାଲିକାରେ ଶୀର୍ଷରେ ରହିଛି । ଯୁକ୍ତରାଷ୍ଟ୍ରର ସୁନା ହୋଲଡିଂ ପରିମାଣ ହେଉଛି 8,133.5 ମେଟ୍ରିକ୍ ଟନ୍ ଯାହା ଏହାର ଫରେକ୍ସ ଭଣ୍ଡାରର 71.3 ପ୍ରତିଶତ ଅଟେ । ଅନ୍ୟପକ୍ଷରେ ଭାରତର ସୁନା ହୋଲଡିଂ ପରିମାଣ ହେଉଛି 827.69 ମେଟ୍ରିକ୍ ଟନ୍ ଯାହା ଏହାର ଫରେକ୍ସ ଭଣ୍ଡାରର 8.9 ପ୍ରତିଶତ ଅଟେ । ସୁନା ହୋଲଡିଂ କ୍ଷେତ୍ରରେ ଭାରତଠାରୁ ଆଗରେ ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ଋଷ, ଚୀନ୍, ସ୍ୱିଜରଲ୍ୟାଣ୍ଡ ଏବଂ ଜାପାନ ରହିଛନ୍ତି ।

ଆରବିଆଇ ସୁନା ଭଣ୍ଡାରକୁ କାହିଁକି ବିଦେଶୀ ଟ୍ରେଜେରୀରରେ ରଖୁଛି?

ଅନ୍ୟଦେଶ ଭଳି ଭାରତ ମଧ୍ୟ ନିଜର ସୁନା ଭଣ୍ଡାରକୁ ବିଦେଶୀ ଟ୍ରାଜେରୀରେ ରଖିଛି। ରଣନୈତିକ, ଅର୍ଥନୈତିକ ଏବଂ ସୁରକ୍ଷାକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯାଇଥାଏ । ବିଶ୍ବର ଏକାଧିକ ସ୍ଥାନରେ ସୁନା ଭଣ୍ଡାର ରଖିବା ଦ୍ବାରା ଭାରତ ଭୌଗୋଳିକ ଅସ୍ଥିରତା କିମ୍ବା ଆଞ୍ଚଳିକ ଦ୍ୱନ୍ଦ୍ୱ ସହିତ ଜଡିତ ଥିବା ବିପଦକୁ ହ୍ରାସ ପାଇଥାଏ । ଯାହା ଏହାର ସଂରକ୍ଷଣର ସୁରକ୍ଷା ଏବଂ ଉପଲବ୍ଧତା ଉପରେ ପ୍ରଭାବ ପକାଇପାରେ । ଲଣ୍ଡନ, ନ୍ୟୁୟର୍କ ଏବଂ ଜୁରିଚ ଭଳି ପ୍ରମୁଖ ଆର୍ଥିକ ହବରେ ରଖାଯାଇଥିବା ସୁନାକୁ ଆନ୍ତର୍ଜାତୀୟ କାରବାର ପାଇଁ ସହଜରେ ଉପଲବ୍ଧ କରାଯାଇପାରିବ । ଏହି ସହରଗୁଡିକ ସୁନା କାରବାର ପାଇଁ ପ୍ରମୁଖ କେନ୍ଦ୍ର ଅଟେ ଯାହା ଅନ୍ୟ ଦେଶମାନଙ୍କ ପାଇଁ ସେମାନଙ୍କର ସୁନାକୁ ନଗଦ ଆକାରରେ ପରିଣତ କରିବା କିମ୍ବା ଋଣ ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣ ପାଇଁ ବନ୍ଧକ ଭାବରେ ବ୍ୟବହାର କରିବା ସହଜ କରିଥାଏ । ଭାରତ ଏହାର ସୁନା ଭଣ୍ଡାରର ଏକ ମହତ୍ବପୂର୍ଣ୍ଣ ଅଂଶ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟସ (BIS) ସହିତ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛି ।

ବ୍ରିଟେନ ସହିତ ଭାରତର ଐତିହାସିକ ସମ୍ପର୍କ ରହିଛି, ଯାହା ଔପନିବେଶିକ ଯୁଗରୁ ଆରମ୍ଭ ହୋଇଥିଲା । ସୁନା ଭଣ୍ଡାରର ଜଣେ ବିଶ୍ୱସ୍ତ ରକ୍ଷକ ଭାବରେ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଦୀର୍ଘ ଦିନର ଖ୍ୟାତି ରହିଛି । ଭାରତ ସଂରକ୍ଷଣ କରିବାର ଏହା ଏକ ପ୍ରମୁଖ କାରଣ ହୋଇପାରେ । ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟସ୍ ହେଉଛି ଏକ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ । ଯାହା ସଦସ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ମାଲିକାନାରେ ରହିଛାନ୍ତି । ଏହାର ମୂଳ ଲକ୍ଷ୍ୟ ହେଉଛି କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପାଇଁ ଏକ ବ୍ୟାଙ୍କ ଭାବରେ କାର୍ଯ୍ୟ କରୁଥିବାବେଳେ ଆନ୍ତର୍ଜାତୀୟ ମୁଦ୍ରା ଏବଂ ଆର୍ଥିକ ସହଯୋଗକୁ ବୃଦ୍ଧି କରିବା । 1929 ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । BIS ବାସେଲ ଏବଂ ସ୍ବିଜରଲ୍ୟାଣ୍ଡର ହୋଇଥିବା ବେଳେ ଏହାର ପ୍ରତିନିଧୀ କାର୍ଯ୍ୟାଳୟ ହଂକଂ ଏବଂ ମେକ୍ସିକୋ ସିଟିରେ ରହିଛି ।

ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବିଆଇସ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ଫେଡେରାଲ୍ ସୁନା ଟ୍ରେଜେରୀ କେଉଁଠାରେ ଅଛି ଏବଂ ସେମାନେ କେଉଁ ପ୍ରକାର ସୁରକ୍ଷା ପ୍ରଦାନ କରନ୍ତି?

ଏହି ତାଲିକାର ଶୀର୍ଷରେ ଆମେରିକାର କେଣ୍ଚୁରି ଫୋର୍ଟ ନକ୍ସରେ ଥିବା ଫୋର୍ଟ ନକ୍ସ ବୁଲିଅନ୍ ଡିପୋଜିଟୋରୀ । ଏଥରି ଦୃଢ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଠିନ ଗ୍ରାନାଇଟ୍ ପେରିମିଟର, ଆଲାର୍ମ, ଭିଡିଓ କ୍ୟାମେରା ଏବଂ ଆମେରିକାର ମେଣ୍ଟ ପୋଲିସ୍ ସହିତ ଜଡିତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯୁକ୍ତରାଷ୍ଟ୍ରର ଅନ୍ୟ ଏକ ପ୍ରମୁଖ ସୁନା ଭଣ୍ଡାର ହେଉଛି ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କ । ଯୁକ୍ତରାଷ୍ଟ୍ରର ଅନ୍ୟ ଏକ ପ୍ରମୁଖ ସୁନା ଟ୍ରାଜେରୀ ହେଉଛି ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କ । ରାସ୍ତାର ସ୍ତରରୁ 80 ଫୁଟ ଏବଂ ସମୁଦ୍ର ପତ୍ତନଠାରୁ 50 ଫୁଟ ତଳେ ଅବସ୍ଥିତ ଏହି ଟ୍ରାଜେରୀ 90 ଟନ୍ ଷ୍ଟିଲ୍ ସିଲିଣ୍ଡରରେ ଆବଦ୍ଧ । ଆମେରିକା ପରେ ରହିଛି ଜର୍ମାନୀର ଫ୍ରାଙ୍କଫର୍ଟରେ ଡଏଚ୍ ବୁନ୍ଦେସବ୍ୟାଙ୍କ । ଇଲେକ୍ଟ୍ରୋନିକ ସର୍ଭିଲାନ୍ସ, କଠୋର ପ୍ରବେଶ ନିୟନ୍ତ୍ରଣ ଏବଂ ସ୍ଥାନୀୟ ଏବଂ ଫେଡେରାଲ୍ ସୁରକ୍ଷା ଏଜେନ୍ସି ସହିତ ସମନ୍ୱୟ କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫ୍ରାନ୍ସର ପ୍ୟାରିସରେ ଥିବା ବାଙ୍କେ ଡି ଫ୍ରାନ୍ସ ହେଉଛି ଅନ୍ୟ ଏକ ପ୍ରମୁଖ ଫେଡେରାଲ୍ ସୁନା ଟ୍ରାଜେରୀ । ଉଚ୍ଚ-ସୁରକ୍ଷା ଭାଲ୍ଟ, ସିସିଟିଭି ସିଷ୍ଟମ ଏବଂ ସଶସ୍ତ୍ର ସୁରକ୍ଷାବାହିନୀ ସହିତ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି । ସ୍ୱିଜରଲ୍ୟାଣ୍ଡରେ ବିଆଇଏସ ବ୍ୟତୀତ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଏବଂ ଜୁରିଚ୍ ଭାଲ୍ଟସ୍ ରହିଛି । ଏହି ଟ୍ରାଜେରୀରେ ମଧ୍ୟ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି । ଏଥିରେ ନିରନ୍ତର ମନିଟରିଂ ବ୍ୟବସ୍ଥା ମଧ୍ୟ ରହିଛି ।

ଯଦି ଭାରତ କଥା ଦେଖିବା ତାହେଲେ ଭାରତ ସୁନା ବିଦେଶୀ ଟ୍ରାଜେରୀରେ ରଖିବାର ଏକାଧିକ କାରଣ ରହିଛି । ବିପଦକୁ ହ୍ରାସ କରିବା ଓ ଲିକ୍ୟୁଡିଟିକୁ ନିଶ୍ଚିତ କରିବା ଏହାର ପ୍ରମୁଖ କାରଣ । ଏହାସହ ଆର୍ଥିତ ହିତ ଏବଂ ସୁରକ୍ଷାକୁ ସୁଦୃଢ କରିବା ମଧ୍ୟ ଅନ୍ୟ ଏକ କାରଣ ଅଟେ । ରଣନୈତିକ ଦୃଷ୍ଟିରୁ ଏହାର ସୁନା ହେଲ୍ଡିଂର ଭୌଗୋଳିକ ଅବସ୍ଥାନକୁ ବିବିଧ କରି ଭାରତ କେବଳ ଏହି ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡିକର ସୁରକ୍ଷା ଏବଂ ଉପଲବ୍ଧତାକୁ ଦୃଢ କରେ ନାହିଁ ବରଂ ଆନ୍ତର୍ଜାତୀୟ ଆର୍ଥିକ ଦୃଷ୍ଟିକୋଣ ମଧ୍ୟରେ ଏହାର ସ୍ଥିତିକୁ ଆହୁରି ସୁଦୃଢ କରିଥାଏ ।

ABOUT THE AUTHOR

...view details