ନୂଆଦିଲ୍ଲୀ:ଚଳିତ 5 ତାରିଖରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଆମେରିକାର ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେବା ଓ ତ୍ରୁଟି ଖୋଜିବାର ଏକ ବଡ ଓ ବିଚିତ୍ର ଖରାପ ଅଭ୍ୟାସ ରହିଛି । ମାତ୍ର ଏହି ସମୟରେ ଆମେରିକାର ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ କଥା ସର୍ବଦା ଭୁଲିଯାଏ । ନିଜର ଆଭ୍ୟନ୍ତରୀଣ ବ୍ୟାପାରରେ ଅଭାବ ଓ ତ୍ରୁଟି-ବିଚ୍ୟୁତିକୁ ଅଣଦେଖା କରିବାର ଏକ ଖରାପ ଅଭ୍ୟାସ ଆମେରିକାରେ ଯେମିତି ପ୍ରଥମରୁ ରହିଆସଛି କହିଲେ ଭୁଲ ହେବନାହିଁ । ଆମେରିକା ବିଭିନ୍ନ ସମୟରେ ଖୋଲାଖୋଲି ଭାବେ ଅନ୍ୟ ଦେଶର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରେ ଏବଂ ଉକ୍ତ ଦେଶରେ ଶାସନ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଥାଏ । ମାତ୍ର ସମସ୍ତ କ୍ଷେତ୍ରରେ ଏହି ରଣନୀତି ସଫଳ ହୁଏନାହିଁ । ଅନ୍ୟପଟେ ଆମେରିକା ଏହାର ବିପରୀତ ଧାରାରେ ଯାଇ ଅନ୍ୟ ବିରୋଧରେ ଅଭିଯୋଗ କରେ । ଅନ୍ୟ ଦେଶମାନେ ତାର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରନ୍ତି ବୋଲି ଅଭିଯୋଗ କରିବାର ଅଭ୍ୟାସ ମଧ୍ୟ ଆମେରିକାର ବେଶ ପୁରୁଣା ।
- ‘ଇଭିଏମ’ରେ ଭାରତ, ବାଲାଟରେ ଆମେରିକା:-
ଭାରତ ବୈଦ୍ୟୁତିକ ଭୋଟିଂ ମେସିନ (ଇଭିଏମ)ରେ ନିର୍ବାଚନ ପରିଚାଳନା କରୁଛି । ମାତ୍ର ଆମେରିକା ଏବେ ମଧ୍ୟ ନିର୍ବାଚନୀ ପ୍ରକ୍ରିୟା ପାଇଁ ପେପର-ବାଲାଟ ପ୍ରଣାଳୀରେ ଅଟକି ରହିଛି । ଅବଶ୍ୟ ଆମେରିକାର ଜନସଂଖ୍ୟା ଏହାକୁ ଏହି ବ୍ୟବସ୍ଥାକୁ ଜାରି ରଖିବାକୁ ଅନୁମତି ଦେଇଥାଏ ବୋଲି ଓ୍ବାଶିଂଟନ ବାରମ୍ବାର ଦାବି ମଧ୍ୟ କରିଛି । ବୁଥ୍ କ୍ୟାପଚରିଂ ଏବଂ ବାଲାଟ୍ ଷ୍ଟଫିଂକୁ ରୋକିବା ପାଇଁ ଭାରତ ‘ଇଭିଏମ’ ବ୍ୟବହାର ଆରମ୍ଭ କରିଥିଲା । ଯୁକ୍ତରାଷ୍ଟ୍ରରେ ନିର୍ବାଚନ ସମୟରେ ବାରମ୍ବାର ବାଲାଟ ପୋଡି ଦିଆଯାଉଥିବାର ଅଭିଯୋଗ ମଧ୍ୟ ରହିଛି । କିଛି ନିର୍ଦ୍ଦିଷ୍ଟ ଭୋଟର ଗୋଷ୍ଠୀକୁ ଭୋଟିଂରୁ ବିରତ ରଖିବା ପାଇଁ ମତଦାନ ଅଧିକାରୀମାନେ ସମୟ ବନ୍ଦ କରିବାର ଘଣ୍ଟା ପୂର୍ବରୁ ମତଦାନ କେନ୍ଦ୍ର ବନ୍ଦ କରିଥିବାର ଅଭିଯୋଗ ରହିଛି । ମାତ୍ର ଆମେରିକା ସରକାର ଏହାକୁ ଗୁରୁତ୍ବାରୋପ କରିନାହାନ୍ତି ।
- କେଉଁ ଗଣତନ୍ତ୍ରରେ ତ୍ରୁଟି ଅଛି...
ବିଶ୍ବର ବିଭିନ୍ନ ଦେଶରେ ନିର୍ବାଚନୀ ପ୍ରକ୍ରିୟାରେ ମତଦାନ କରିବା ପାଇଁ ବିଭିନ୍ନ କଠିନ ବ୍ୟବସ୍ଥା ରହିଛି । କେବଳ ବୈଧ ପ୍ରମାଣପତ୍ର ଥିବା ନାଗରିକମାନେ ହିଁ ନିର୍ବାଚନରେ ଭୋଟ ଦେଇପାରନ୍ତି । ଅନ୍ୟମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦେବାକୁ ବିଭିନ୍ନ ତଦାରଖ ପ୍ରକ୍ରିୟା ମଧ୍ୟ ରହିଛି । ମାତ୍ର ଆମେରିକାରେ ଏହାର ବିପରୀତ ପନ୍ଥା ଦେଖାଯାଏ । କୌଣସି ଦଳକୁ କ୍ଷମତାକୁ ଆଣିବାକୁ ହେଲେ ଦେଶରେ ଥିବା ପ୍ରବାସୀ ଭୋଟର ବା ଅନ୍ୟ ଦେଶର ପ୍ରବାସୀ ଭୋଟରଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଏ ।
- ଆମେରିକା ମଧ୍ୟ ଏପରି କରିବ କି?
ଭାରତ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଓ ଏହାର ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବାକୁ ବିଶ୍ୱ ପ୍ରତିନିଧୀଙ୍କୁ ଆମନ୍ତ୍ରଣ କରିଥିଲା । ଏହି ନିମନ୍ତ୍ରଣ ଭୋଟିଂ ବ୍ୟବସ୍ଥାରେ ନ୍ୟାୟ ଏବଂ ସ୍ବଚ୍ଛତାର ପ୍ରଦର୍ଶନ ଥିଲା । ଆମେରିକା ମଧ୍ୟ ଏପରି ପଦକ୍ଷେପ ଗ୍ରହଣ କରି ପାରିବ କି ? ଅଭିବ୍ୟକ୍ତିର ସ୍ୱାଧୀନତାର ନୀତିକୁ ଦୃଢ ପାଳନ କରିବାକୁ ଆମେରିକା ସରକାର ଦାବି କରିଆସିଛି । ଖଲିସ୍ତାନୀ ଆନ୍ଦୋଳନର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁକୁ ସୁରକ୍ଷା ଓ ସଂରକ୍ଷଣ ଦେବା ପ୍ରଶ୍ନରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟୀ ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି, ‘‘ ଆମେ ସର୍ବଦା ଆମର ଭାରତୀୟ ବନ୍ଧୁମାନଙ୍କୁ ଅପରାଧ ଉପରେ ଧ୍ୟାନ ଦେବାକୁ କହିଥାଉ । ଯେତେବେଳେ ଆମେ ବିଚାର ପରିବର୍ତ୍ତେ ଅପରାଧ ଉପରେ ଧ୍ୟାନ ଦେବା, ତେବେ ଆମେ ଅଗ୍ରଗତି ଦେଖିପାରିବା ।’’ ଏହାର ଅର୍ଥ ଏହା ହିଁ କୁହାଯାଇପାରେ ଯେ, ଗୁରୁପତନ୍ତ ସିଂ ପନ୍ନୁ କେବଳ ନିଜର ମତ ପ୍ରକାଶ କରୁଥିଲା । ତେଣୁ ଭାରତ ପନ୍ନୁକୁ ସେହି ଧାରଣା ସହ ଗ୍ରହଣ କରିବା ଉଚିତ ।
ଭାରତ-ଚୀନ ସୀମା ଚୁକ୍ତି: ସମ୍ପର୍କ ମଜବୁତ ପାଇଁ ଆହ୍ୱାନ କି? ‘ବ୍ରିକ୍ସ’ ଓ ଭାରତ ଏହା ମଧ୍ୟ ପଢନ୍ତୁ:- ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି |
- ଆମେରିକାରେ ଭିନ୍ନ ଧମକ ନିୟମ:-