ହାଇଦ୍ରାବାଦ: ଆମେରିକା ଗସ୍ତ ସମୟରେ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଛି ।ଯେଉଁଥିରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ମହତ୍ୱପୂର୍ଣ୍ଣ ବୈଠକରେ ୨ ଦେଶର ନେତା ବାଣ୍ୟିଜିକ ସମ୍ପର୍କ, ଅବୈଧ ପ୍ରବାସୀ ଓ ବିଶ୍ୱ ଶାନ୍ତି ସମେତ ଅନେକ ପ୍ରସଙ୍ଗରେ ବିଚାର ବିମର୍ଷ କରିଛନ୍ତି । ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟ, ସାରା ବିଶ୍ୱର ନଜର କେନ୍ଦ୍ରିତ କରିଛି । ଟ୍ରମ୍ପଙ୍କୁ ଭେଟିବାକୁ ଓ୍ବାଶିଂଟନ ଡିସି ଯାତ୍ରା କରିବାରେ ରାଷ୍ଟ୍ରର ସର୍ବୋଚ୍ଚ ନେତାମାନଙ୍କ ମଧ୍ୟରେ ମୋଦିଙ୍କ ସ୍ଥାନ ଚତୁର୍ଥ । ଏହି ଏଜେଣ୍ଡାରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ।
ଗୁରୁତ୍ୱ ବହନ କରୁଛି ଟ୍ରମ୍ପ-ମୋଦି ଭେଟ:
ପ୍ରଥମତଃ, ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉଲ୍ଲେଖନୀୟ ଭାବରେ ବିସ୍ତାରିତ ହୋଇଛି, ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ଅନ୍ତର୍ଭୁକ୍ତ । ଯେପରିକି ପ୍ରବାସ, ବାଣିଜ୍ୟ, ପ୍ରତିରକ୍ଷା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ (ଇଣ୍ଡୋ- ପାସିଫିକ) କ୍ଷେତ୍ରରେ ଆଞ୍ଚଳିକ ସୁରକ୍ଷା । ଦ୍ୱିତୀୟତଃ, ଟ୍ରମ୍ପଙ୍କ 2.0 କାର୍ଯ୍ୟକାଳରେ ଘରୋଇ ପ୍ରାଥମିକତା ବାହ୍ୟ ସମ୍ପର୍କକୁ ପ୍ରଭାବିତ କରିବ, ବିଶେଷକରି ଭାରତ ଭଳି ପ୍ରମୁଖ ଅଂଶୀଦାରମାନଙ୍କ ସହିତ, ଯେଉଁଠାରେ ଲୋକଙ୍କ ମଧ୍ୟରେ ସମ୍ପର୍କ ଗଭୀର ।
ଦେଶାନ୍ତର ଉପରେ ଟ୍ରମ୍ପରଙ୍କ ଧ୍ୟାନ ଆମେରିକାରେ ଜରୁରୀକାଳୀନ ସମସ୍ୟାଗୁଡ଼ିକୁ ଆହୁରି ଉଜ୍ଜ୍ୱଳ କରିଛି, ଯାହା ଭାରତ ସହିତ ସିଧାସଳଖ ଜଡିତ ନ ଥିଲେ ମଧ୍ୟ ଏହାର ପ୍ରଭାବ ରହିଛି । ଆମେରିକାରେ ଅବୈଧ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ହେବାର ଅନୁମାନ କରାଯାଉଛି । ଏହାଛଡା ଯେଉଁଭଳି ଭାବେ ଆମେରିକାରୁ ସେମାନଙ୍କୁ ପ୍ରତ୍ୟର୍ପଣ କରାଗଲା ତାହା ଅଂଶୀଦାର ଦେଶଗୁଡିକ ମଧ୍ୟରେ କୁଟନୈତିକ ଓ ଜନସମ୍ପର୍କକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ତୃତୀୟତଃ, ଭୂ-ରାଜନୈତିକ ଗତିଶୀଳତା, ଇଣ୍ଡୋ-ପାସିଫିକ ଅଞ୍ଚଳର ସୁରକ୍ଷା ଓ ଏସିଆରେ ଶକ୍ତି ସନ୍ତୁଳନରେ ପରିବର୍ତ୍ତନରେ ଭାରତ- ଆମେରିକା ମଧ୍ୟରେ ଥିବା ଦୃଢ ସମ୍ପର୍କର ବୈଶ୍ୱିକ ପ୍ରଭାବ ପକାଇବ ।
ଆମେରିକା- ଭାରତ ଦ୍ୱିପାକ୍ଷିକ ସମ୍ପର୍କ:
ବିଶ୍ୱର ସ୍ଥିତିକୁ ଦେଖିଲେ, ଭାରତ ପାଇଁ ଆମେରିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମେରିକା ପାଇଁ ଭାରତ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହି ସମସ୍ତ କାରଣ ଆଜି ଆମେରିକା- ଭାରତ ସମ୍ପର୍କରେ ରଣନୀତି ଆହୁରୀ ମଜଭୂତ କରିଛି । ଦୁଇ ଦେଶ ଯେଉଁଭଳି ଭାବେ ବିଭିନ୍ନ ପ୍ରସଙ୍ଗ ଉପରେ କାମ କରୁଛନ୍ତି ତାହାର ବ୍ୟାପକତା ଓ ଗଭୀରତାକୁ ଅନୁଧ୍ୟାନ କେଲ, ଭାରତ- ଆମେରିକା ସମ୍ପର୍କରେ ନିରନ୍ତରତା ବଜାୟ ରହିବ ବୋଲି ଆଶା ରହିଛି । ବାଇଡେନ ପ୍ରଶାସନ ଯେଉଁଠାରୁ ଛାଡ଼ିଥିଲା, ଟ୍ରମ୍ପ ପ୍ରଶାସନ ସେହିଠାରୁ ଆରମ୍ଭ କରିଛି, ପ୍ରତ୍ୟେକ ରାଷ୍ଟ୍ରପତି ଆମେରିକା ନୀତି ଉପରେ ନିଜର ଛାପ ଛାଡିଥାଏ, ବିଶେଷକରି ପ୍ରମୁଖ ଦ୍ୱିପାକ୍ଷିକ ଅଂଶୀଦାରଙ୍କ ସହିତ କାର୍ଯ୍ୟ କ୍ଷେତ୍ରରେ ।
ଏପର୍ଯ୍ୟନ୍ତ, ଟ୍ରମ୍ପ 2.0 ଭାରତକୁ ଏକ ବନ୍ଧୁ ଭାବରେ ଦେଖିଛି, ବିଶେଷକରି ବାଣିଜ୍ୟ ନୀତିରେ ଜାଣିଶୁଣି କୌଣସି ଟାର୍ଗେଟ କରାଯାଇନାହିଁ । ଆମେରିକାର ପଡ଼ୋଶୀ ମେକ୍ସିକୋ ଏବଂ କାନାଡା କିମ୍ବା ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ପରି ଭାରତ ପାଇଁ ଟ୍ରମ୍ପ କୌଣସି ନୂତନ ଶୁଳ୍କ ଲାଗୁ କରିନାହାନ୍ତି । ମେକ୍ସିକୋ, କାନାଡା, ଆର୍ଜେଣ୍ଟିନା ଏବଂ ଜାପାନରୁ ଇସ୍ପାତ ଆମଦାନୀ ଉପରେ 25 ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ସାମ୍ପ୍ରତିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଭାରତକୁ ସ୍ପଷ୍ଟ ଭାବରେ ବାଦ ଦିଆଯାଇଥିଲା । ଆମେରିକାର ଏକ ଅଣ-ମିତ୍ର ଭାବରେ ଭାରତର ଅନନ୍ୟ ସ୍ଥିତି ହୁଏତ ଏକ ବଫର (buffer) ପ୍ରଦାନ କରିଥାଇପାରେ, ଯାହାକୁ ଟ୍ରମ୍ପଙ୍କ ପ୍ରତ୍ୟକ୍ଷ ବାଣିଜ୍ୟ ଦୃଷ୍ଟିକୋଣରୁ ଦୂରେଇ ରଖାଯାଇପାରେ । ଆମେରିକା ସହିତ ଭାରତର ସ୍ଥିତିକୁ ଗଢ଼ି ତୋଳିବା ଏକ ପ୍ରମୁଖ ଭୂ-ରାଜନୈତିକ କାରଣ ହେଉଛି ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍ ପ୍ରତି ଏହାର ରଣନୈତିକ ସ୍ଥିତି । ଗାଜା ଏବଂ ୟୁକ୍ରେନରେ ଯୁଦ୍ଧକୁ ଟ୍ରମ୍ପ ଯେଉଁ ତତ୍ପରତାର ସହିତ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, ତାହା ଚୀନ୍ ପ୍ରଶ୍ନ ଉପରେ ଆଧାରିତ ।
ଟ୍ରମ୍ପଙ୍କ ଆମେରିକାକୁ ମହାନ କରିବା ଲକ୍ଷ୍ୟ: