ଲେଖକ:- ଜିତେନ୍ଦ୍ର କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଭାରତୀୟ ରାଷ୍ଟ୍ରଦୂତ
ହାଇଦ୍ରାବାଦ:ଭାରତ ମହାସାଗର ହେଉଛି ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ଏବଂ ପ୍ରମୁଖ ସାମୁଦ୍ରିକ ପରିବହନ ଲିଙ୍କ ମଧ୍ୟରୁ ଅନ୍ୟତମ । ଭାରତୀୟ ନୌସେନା ନିଶ୍ଚିତ କରିଛି ଯେ ସାମରିକ ଶକ୍ତି ବହନ କରୁଥିବା କୌଣସି ବି ଦେଶ ଭାରତ ମହାସାଗରର ଅନ୍ୟ ଦେଶ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ନାହିଁ କିମ୍ବା ସେମାନଙ୍କର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିପାରିବେ ନାହିଁ । ତେବେ ମଧ୍ୟ ପୂର୍ବ ସଙ୍କଟ ମଧ୍ୟରେ ଭାରତ ମହାସାଗରରେ ଭାରତର ପ୍ରମୁଖ ଭୂମିକା ରହିଥିବା କହିଛନ୍ତି ଲେଖକ ।
ରଣନୀତିକ ସୁବିଧା ପାଇବା ପାଇଁ ଆମେରିକା ଏବଂ ଚୀନ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏହା କେବଳ ନୌସେନା ଦୃଷ୍ଟିକୋଣରୁ ନୁହେଁ, ବରଂ ବାଣିଜ୍ୟିକ ନାଭିଗେସନ୍, ମତ୍ସ୍ୟଚାଷ ଏବଂ ସମୁଦ୍ର ତଳେ ଖଣିଜ ସମ୍ପଦ ଉତ୍ତୋଳନ ପାଇଁ ମଧ୍ୟ ଏହି ଅଞ୍ଚଳକୁ ଅଧିକ ବିପଜ୍ଜନକ କରିଛି । ସଂଯୁକ୍ତ ରାଷ୍ଟ୍ର ଯେପରିକି ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜାପାନ ଏବଂ ଚୀନର ଛୋଟ ଉପକୂଳ ଦେଶ ଜିବୁଟିରେ ସେମାନଙ୍କର ସାମରିକ ବେସ୍ ଥିବାବେଳେ ଆମେରିକାର ଡିୟାଗୋ ଗାର୍ସିଆରେ ଆଉ ଏକ ସାମରିକ ବେସ୍ ରହିଛି । ୟୁକେ ଏବଂ ମରିସସ୍ ମଧ୍ୟରେ ବିବାଦୀୟ ଚାଗୋସ ଦ୍ବୀପ ସମୂହରେ ଏକ ଦ୍ବୀପ ରହିଛି । ଚୀନର ପରିଚାଳନା ଜିବୁଟିରେ ରହିଛି । ଏହାବାଦ ଗ୍ରେଟ୍ କୋକୋ ଦ୍ବୀପ (ବଙ୍ଗର ନିକୋବର ଦ୍ବୀପଠାରୁ ମାତ୍ର 60 କିମି ଦକ୍ଷିଣ) ଏବଂ ଗ୍ବାଦରରେ ମଧ୍ୟ ଏହାର ଆଧାର ପ୍ରତିଷ୍ଠା କରୁଛି । 1950 ମସିହାରେ ଓମାନ ଦ୍ବାରା ଉପକୂଳବର୍ତ୍ତୀ ସହର ବାଲୁଚିସ୍ତାନ ଭାରତକୁ ଦିଆଯାଇଥିଲା, କିନ୍ତୁ ପରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଫଳସ୍ବରୂପ ଏହାକୁ ପାକିସ୍ତାନ କିଣିଥିଲା ।
ଏହାବାଦ ଚୀନ ଋଣ ବଦଳରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରକୁ ଅକ୍ତିଆର କରିଛି । ଏହାକୁ ସେ ନିଜ ସୈନ୍ୟ ଉଦ୍ଦେଶ୍ୟରେ ନେଇଥିବା ଅନୁମାନ କରାଯାଉଛି । ଚୀନ ଏବେ ମାଳଦ୍ବୀପର କିଛି ଦ୍ବୀପ ଉପରେ ଲୋଲୁପ ଦୃଷ୍ଟି ପକାଇଛି । ଭାରତ ମହାସାଗରରେ ସବୁଠାରୁ ବଡ ଉପକୂଳ (7600 କିଲୋମିଟର) ରହିଥିବାରୁ ଉଦ୍ଧାର ଓ ରିଲିଫ ତଥା ଭାରତ ମହାସାଗରରେ ସୁରକ୍ଷା ପାଇଁ ଭାରତ ପାଖରେ ସବୁଠାରୁ ବଡ଼ ଦାୟିତ୍ବ ରହିଛି । 1987ରେ ଯେତେବେଳେ ମାଳଦ୍ବୀପ ଦଖଲ ହେଲା, ସେତେବେଳେ ଭାରତୀୟ ସଶସ୍ତ୍ର ବାହିନୀ ପ୍ରଥମେ ମାଳଦ୍ବୀପକୁ ସାହାଯ୍ୟ କରିଥିଲା । ମାତ୍ର 4ଘଣ୍ଟା ମଧ୍ୟରେ ଏକ ସମ୍ଭାବ୍ୟ ଆକ୍ରମଣରୁ ଦେଶକୁ ରକ୍ଷା କରିଥିଲା । ସାମ୍ପ୍ରତିକ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଯେତେବେଳେ ସୁନାମି ଭାରତ ମହାସାଗରର ଦେଶକୁ ଗ୍ରାସିବାକୁ ବସିଥିଲା, ସେତେବେଳେ ଭାରତ ନିଜସ୍ବ ଉଦ୍ୟମରେ ସଫଳ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିଥିଲା । ଏହି ଅଞ୍ଚଳର ପ୍ରଭାବିତ ଦେଶମାନଙ୍କୁ ପ୍ରଥମ ରେସପଣ୍ଡର ଭାବରେ ସାହାଯ୍ୟ କରିଥିଲା ।