ଓଡିଶା

odisha

ETV Bharat / opinion

ବୈଶ୍ବିକ ଜଳ ସଙ୍କଟ ଏକ ଆହ୍ବାନ, ଭବିଷ୍ୟତ ପିଢି ପାଇଁ କେତେ ଜରୁରୀ ଜଳ ପରିଚାଳନା - Guardians Of Liquid Legacy

Guardians Of Liquid Legacy: ଭାରତ ଏବଂ ଚୀନ୍ ପରି ଏସୀୟ ବୃହତ ଅର୍ଥନୀତି ଆଗାମୀ ଦିନରେ ଜଳଭାବ ଦ୍ବାରା ପ୍ରଭାବିତ ହୋଇପାରେ । ଆଜି ପୃଥିବୀ ବିଶ୍ୱ ତାପମାତ୍ରା ଏବଂ ଜଳ ସଙ୍କଟ ସହ ସଂଘର୍ଷ କରୁଛି । ଏହାର ମୁକାବିଲା କିପରି ହେବ ତାହା ହେଉଛି ସମସ୍ୟା । ତେବେ ପଢନ୍ତୁ ଏନେଇ ସହକାରୀ ପ୍ରଫେସର ପିଭିଏସ ସାଇଲାଜାଙ୍କ ଆଲେଖ୍ୟ

Guardians Of Liquid Legacy
Guardians Of Liquid Legacy

By ETV Bharat Odisha Team

Published : Apr 24, 2024, 7:50 PM IST

ପିଭିଏସ ସାଇଲାଜା

ସହକାରୀ ପ୍ରଫେସର, ହାଇଦ୍ରାବାଦ

ହାଇଦ୍ରାବାଦ:ପୃଥିବୀରେ ସମସ୍ତ ପ୍ରକାରର ଜୀବନର ଅସ୍ତିତ୍ୱ ପାଇଁ ପ୍ରାକୃତିକ ସମ୍ପଦ ଜରୁରୀ ଅଟେ । ତେବେ ଆଜିକା ସମୟରେ ପ୍ରାକୃତିକ ସମ୍ପଦ ଯେଉଁଭଳି ଭାବେ କ୍ଷୟ ହେବାରେ ଲାଗିଛି, ଏହି କାରଣ ପାଇ ଅନେକ ସମସ୍ୟା ସୃଷ୍ଟି ହେଉଛି । ମାନବ ଜନସଂଖ୍ୟା ବିସ୍ଫୋରଣ ମଧ୍ୟ ମୂଳ ସମସ୍ୟା ଅଟେ । ଆଜି ବିଶ୍ୱ ବିକାଶ ଧାରାରେ ଆଗକୁ ବଢୁଛି । ବିକାଶର ଡାର୍କ ଫେଜରେ ଲୋକେ ପ୍ରକୃତି ସଂରକ୍ଷଣର ଉଦ୍ଦେଶ୍ୟକୁ ଭୁଲି ଯାଉଛନ୍ତି । ଗ୍ଲୋବାଲ ଓ୍ବାର୍ମିଂ ସହିତ ବିଶ୍ବରେ ଜଳାଭାବ ମଧ୍ୟ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି । ଯଦି ଭାରତ କଥା ଦେଖିବା, ତେବେ ଜଳ ଅଧିକାରକୁ ସୁପ୍ରିମକୋର୍ଟ ଏକ ମୌଳିକ ମାନବ ଅଧିକାର ଭାବରେ ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ ସୁନିଶ୍ଚିତ ଜୀବନ ଧାରଣର ଏକ ଅଂଶ ଭାବରେ ବିବେଚିତ କରିଛନ୍ତି । ଗତ ତିନି ଦଶନ୍ଧି ମଧ୍ୟରେ ଜୀବନର ଅଧିକାର ଯଥେଷ୍ଟ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟର ଅଧିକାର, ପରିବେଶ ପରିଷ୍କାର ସହିତ ପରିବେଶ ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।

ବୈଶ୍ବିକ ଜଳ ସଙ୍କଟ ଏକ ସମସ୍ୟା:ପରମ୍ପରା ଗତ ଦୃଷ୍ଟିରୁ ଦେଖିଲେ ପର୍ଯ୍ୟାବରଣ ସହିତ ସମ୍ପୃକ୍ତ ଲଢେଇକୁ ଭିକ୍ଟିମ ଲେସ୍ ଭାବେ ବିବେଚନା କରାଯାଇଥାଏ । କାରଣ ସେମାନେ କୌଣସି ମଣିଷ ବିରୁଦ୍ଧରେ ନିର୍ଦ୍ଦେଶିତ ନୁହଁନ୍ତି । କିନ୍ତୁ ସଂଗଠିତ ପରିବେଶ ଅପରାଧ ହେତୁ ଏହାର ବ୍ୟାପକ କ୍ଷତି ସାମ୍ନାକୁ ଆସେ । ଏହାର ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡିଥାଏ । 1977ରେ ମିଳିତ ଜାତିସଂଘର ଜଳ ସମ୍ମିଳନୀ ସମୟରେ UNO ଏକ ଅର୍ଡର ପାସ୍ କରିଥିଲା । ଏଥିରେ କୁହାଯାଇଥିଲା, ବିକାଶର ସ୍ତର ତଥା ସାମାଜିକ ତଥା ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସମସ୍ତ ଲୋକଙ୍କର ଜଳ ପାଇବାର ଅଧିକାର ରହିଛି । ପାନୀୟ ଜଳର ପରିଣାମ ଏବଂ ଗୁଣାବତ୍ତା ସେମାନଙ୍କର ମୌଳିକ ଅଧିକାରର ଆବଶ୍ୟକତା ସହିତ ସମାନ ହେବା ଉଚିତ । ଜଳ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବିଭିନ୍ନ ବିଚାରରେ ସୁପ୍ରିମକୋର୍ଟ ଭାରତର ସମ୍ବିଧାନର ଧାରା 21କୁ ଗୁରୁତ୍ବ ଦେଇଥାନ୍ତି ।

ବେଙ୍ଗାଲୁରୁରେ ଜଳ ସଙ୍କଟ:ବେଙ୍ଗାଲୁରୁରେ ଜଳ ସଙ୍କଟ ମୁଣ୍ଡବ୍ୟଥାର କାରଣ ସାଜିଛି । ଭାରତର ଏହି ତୃତୀୟ ଜନବହୁଳ ସହରରେ ପ୍ରାୟ 14 ମିଲିୟନ ଲୋକ ବସବାସ କରୁଛନ୍ତି । କିନ୍ତୁ ଜଳ ସଙ୍କଟ ଦେଖାଯିବା ପରେ ବିକଳ୍ପର ବାଟ ଖୋଜୁଥିବା ଦେଖାଯାଇଛି । ସବୁଠୁ ବଡ ସମସ୍ୟା ହେଉଛି ଜୟପୁର, ଇନ୍ଦୋର, ଥାନେ, ଭଦୋଦରା, ଶ୍ରୀନଗର, ରାଜକୋଟ, କୋଟା, ନାଶିକ ଭଳି ସହରଗୁଡିକର ପାଇପଲାଇନରେ ନାଶିକର ଜଳ ଚାହିଦା ଉପଲବ୍ଧ ଉତ୍ସଠାରୁ ଅଧିକ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଭୂତଳ ଜଳ ସ୍ତର (GWL) 2041 ରୁ 2080 ପର୍ଯ୍ୟନ୍ତ ହ୍ରାସ ହେଉଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଜଳ ଅଭାବରୁ ଭାରତ ଏବଂ ଚୀନ୍ ପରି ବୃହତ ଏସୀୟ ଅର୍ଥନୀତି ଅଧିକ ପ୍ରଭାବିତ ହେବ ।

ଏହା ମଧ୍ୟ ପଢନ୍ତୁ:ବିଶ୍ବ ଜଳ ଦିବସ, ପ୍ରତି ବୁନ୍ଦା ସଂରକ୍ଷଣ ଜରୁରୀ - World Water Day

1980 ଦଶକରେ ଦେଶରେ ଜଳ ପରିଚାଳନା ପାଇଁ umbrella bodyର ଗଠନ କରାଯାଇଥିଲା । ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଜାତୀୟ ଜଳ ସମ୍ପଦ ପରିଷଦ (NWRC) କୁହାଯାଉଥିଲା । ଭାରତର ଅନେକ ରାଜ୍ୟଙ୍କର ନିଜସ୍ୱ ଜଳ ନୀତି ରହିଛି । ତାମିଲନାଡୁ ଏବଂ ହିମାଚଳ ପ୍ରଦେଶ ପରି ରାଜ୍ୟଗୁଡିକରେ ଜଳ ନୀତି ରହିଛି । ଅଂଶଗ୍ରହଣକାରୀ ଭୂମିକା କିମ୍ବା ଜଳ ସମ୍ପଦ ଉପରେ ସମ୍ପ୍ରଦାୟ ଭିତ୍ତିକ ନିୟନ୍ତ୍ରଣକୁ ଧ୍ୟାନରେ ରଖଥାଏ । ଏଥି ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜଳ ସମ୍ପଦ ବିକାଶ ସହ ଜଡିତ କାର୍ଯ୍ୟ ଆବଣ୍ଟନକୁ ସମ୍ବିଧାନ ବାଖ୍ୟା କରିଥାଏ । ଏକକ ଆଇନ ଏବଂ ନୀତିର ଅଭାବରେ ଭାରତରେ ଜଳ ପରିଚାଳନା ମୁଖ୍ୟତଃ ଅନିୟନ୍ତ୍ରିତ ରହିଥାଏ । ଜଳ ମାଲିକାନା ଉପରେ ବିଭିନ୍ନ ରାଜ୍ୟର ଭିନ୍ନ ଆଇନଗତ ପଦବୀ ରହିଛି । ଜଳର ବ୍ୟବହାରକୁ ନିୟନ୍ତ୍ରଣ କରିବାର ଅଧିକାର ତଥା ଏହି ଅଧିକାରକୁ କିପରି ବ୍ୟବହାର କରାଯାଏ ସେ ନେଇ ଅନେର ନିୟମ ମଧ୍ୟ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଳ ଉପରେ ସାର୍ବଭୌମତ୍ୱ ଏବଂ ସମ୍ପୂର୍ଣ୍ଣ ଅଧିକାର ଦାବି କରନ୍ତି । ଯେଉଁଠାରେ ବିକାଶ ଏବଂ ପରିଚାଳନା, ନିୟାମକ କାର୍ଯ୍ୟଗୁଡ଼ିକର କାର୍ଯ୍ୟକାରିତା, ଅଭିଯୋଗର ସମାଧାନ ଏବଂ ବିବାଦର ସମାଧାନ ସହିତ ସମସ୍ତ ପ୍ରାସଙ୍ଗିକ କାର୍ଯ୍ୟ ସରକାରଙ୍କ କାର୍ଯ୍ୟନିର୍ବାହୀ ଶାଖା ଦ୍ୱାରା କରାଯାଇଥାଏ, ସେଠାରେ ବିପଦ ଅଧିକ ରହିଥାଏ । ଜଳ ଆବଣ୍ଟନ ଏବଂ ଯୋଗ୍ୟତା ପାଇଁ ନିୟମ ପ୍ରସ୍ତୁତ ଏବଂ ପରିବର୍ତ୍ତନ କରିବାର ନିଷ୍ପତ୍ତି ଏକ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ନିଆଯିବା ଉଚିତ୍ ।

ଗତ କିଛି ବର୍ଷ ମଧ୍ୟରେ ଜଳ କ୍ଷେତ୍ରରେ ଅନେକ ଅଭିନବ ନୀତି ହସ୍ତକ୍ଷେପ ଏବଂ କାର୍ଯ୍ୟକ୍ରମ ହୋଇଛି । ଏକ ସମନ୍ୱିତ ନିୟମ ପାଇଁ ଆଇନଗତ ବିକଳ୍ପ ଗୁଡିକ ବ୍ୟବସ୍ଥିତ ଭାବରେ ଅନୁସନ୍ଧାନ କରିବାର ଏକ ଜରୁରୀ ଆବଶ୍ୟକତା ରହିଛି । ଯାହା ପରିବେଶ ଏବଂ ସାମାଜିକ ବିବିଧତା ତଥା ଭୂତଳ ଜଳ ଏବଂ ଭୂପୃଷ୍ଠ ଜଳ ବ୍ୟବହାର ମଧ୍ୟରେ ଅନ୍ତଃ ସମ୍ପର୍କକୁ ଅନ୍ତର୍ଭୁକ୍ତ କରିବ । ଭୂତଳ ଜଳର ପ୍ରବେଶ ଅତ୍ୟନ୍ତ ଅସମାନ, କାରଣ ଏହା ଜମି ମାଲିକାନା ଏବଂ ଅର୍ଥନୈତିକ କ୍ଷମତା ଉପରେ ନିର୍ଭର କରିଥାଏ । ଜଳର ନିରପେକ୍ଷ ଏବଂ ସମାନ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ଜଳ ଅଧିକାରକୁ ଜମି ଅଧିକାରରୁ ଅଲଗା କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ଏ ବାବଦରେ ଜାତୀୟ ସ୍ତରରେ ଏପର୍ଯ୍ୟନ୍ତ କୌଣସି ପ୍ରୟାସ କରାଯାଇନାହିଁ । ଏହି ଦିଗରେ ଗତି କରୁଥିବା ଏକମାତ୍ର ରାଜ୍ୟ ହେଉଛି ଗୁଜୁରାଟ ରାଜ୍ୟ । ଜଳ ସମ୍ବନ୍ଧୀୟ ଆଇନ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details