ଓଡିଶା

odisha

ETV Bharat / opinion

ବ୍ରାଣ୍ଡ ମୋଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ, NDAରେ ସହଯୋଗୀ ଦଳ ଭିତରେ ବଢୁଛି ଅସନ୍ତୋଷ ! - MODI COALITION GOVERNMENT - MODI COALITION GOVERNMENT

Modi Coalition Government: ମୋଦି 3.0 ସରକାର ଆସିବା ସହ ବ୍ରାଣ୍ଡ ମୋଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ସହଯୋଗୀ ଦଳର ସଦସ୍ୟ ସେମାନଙ୍କ ଅଧିକାର ଦାବି କରିବାରେ ଲାଗିଛନ୍ତି । ଏହାକୁ ନେଇ ପଢନ୍ତୁ ପ୍ରଫେସର ପ୍ରବୀଣ ମିଶ୍ରଙ୍କ ଆଲେଖ୍ୟ ।

Modi Coalition Government
Modi Coalition Government (ETV Bharat)

By ETV Bharat Odisha Team

Published : Jun 13, 2024, 9:55 PM IST

ଲେଖକ- ପ୍ରଫେସର ପ୍ରବୀଣ ମିଶ୍ର

ପ୍ରଫେସର, କମ୍ୟୁନିକେସନ ଡିଜାଇନ

ହାଇଦ୍ରାବାଦ: ରାଜନୀତିର ପାଣିପାଗ ସବୁବେଳେ ସମାନ ନଥାଏ । କେତେବେଳେ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ ତ ଆଉ କେତେବେଳେ ହୋଇଥାଏ ବିରାଟ ପରିବର୍ତ୍ତନ । ଠିକ ଯେମିତି ଜୁନ ୪ ରେ ଘଟିଥିବା ଘଟଣା । ଏଥିରୁ ସ୍ପଷ୍ଟ ଯେ, ପରବର୍ତ୍ତୀ ଦିନମାନଙ୍କରେ ଭାରତୀୟ ରାଜନୀତି ବେଶ ରୋଚକ ହେବାକୁ ଯାଉଛି । ରବିବାର ସନ୍ଧ୍ୟାରେ ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ଦେଖିବାକୁ ଗଲେ ମୋଦି ୩.୦ ର ପ୍ରଥମ ପର୍ଯ୍ୟାୟ ଏବଂ ମୋଦି ୩.୦ ମଧ୍ୟରେ କୌଣସି ସମାନତା ନାହିଁ । ଏଥର ମୋଦି କ୍ୟାବିନେଟରେ ସହଯୋଗୀ ଦଳକୁ ସ୍ଥାନ ଦେବାକୁ ବାଧ୍ୟ ହୋଇଛନ୍ତି । ନରେନ୍ଦ୍ର ମୋଦିଙ୍କ ରାଜନୈତିକ କ୍ୟାରିୟର ମୁଖ୍ୟତଃ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତୃତ୍ବ ଉପରେ ପର୍ଯ୍ୟବେସିତ । ଯାହା ମିଳିତ ରାଜନୀତିକୁ ଗୁରୁତ୍ବ ଦେଇନାହିଁ । ୨୦୨୪ ନିର୍ବାଚନ ଫଳାଫଳ ଭାରତରେ ବିଜେପିର ପରିସ୍ଥିତିକୁ ବଦଳାଇ ଦେଇଛି । ଯାହା ଭାରତୀୟ ରାଜନୈତିକ ଇତିହାସରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ।

ବର୍ତ୍ତମାନ ସ୍ଥିତିରେ କ'ଣ ହେବ ?

ସହଯୋଗୀ ଦଳମାନେ ସେମାନଙ୍କର ହକ୍ ପାଇଁ ଦାବି କରୁଛନ୍ତି । ଉଚିତ୍ ବୁଝାମଣାର ଅଭାବ ରହିଲେ ଏହା ମୋଦି ବ୍ରାଣ୍ଡକୁ ପ୍ରଭାବିତ କରିବ । ବର୍ତ୍ତମାନ ପରିସ୍ଥିତିରେ ମୋଦିଙ୍କ ପାଇଁ ବଡ଼ ଆହ୍ବାନ ହେଉଛି ନିଜର ଭାବମୂର୍ତ୍ତିକୁ ବଜାୟ ରଖିବା । ଏହା ବଜାୟ ନରହିପାରିଲେ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇବାର ଆଶଙ୍କା ରହିଛି । ୧୨ ବର୍ଷ ଧରି ସେ ସଂଖ୍ୟା ଗରିଷ୍ଠତା ସହ ଗୁଜୁରାଟକୁ ଶାସନ କରିଥିଲେ । ୧୦ ବର୍ଷ ଧରି ଭାରତରେ ସଂଖ୍ୟା ଗରିଷ୍ଠତା ସହ ଶାସନ କରିଛନ୍ତି । ହେଲେ ଚଳିତ ଥର ସ୍ଥିତି ଭିନ୍ନ ରହିଛି ।

ବ୍ରାଣ୍ଡ ନରେନ୍ଦ୍ର ମୋଦି ୨୦୦୨ ରେ ଗୁଜୁରାଟ ଦଙ୍ଗା ପରେ ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନାଁ ଏତେ ପରିଚିତ ନଥିଲା । ଗୁଜୁରାଟ ମୁଖ୍ୟମନ୍ତ୍ରୀ କେଶୁ ଭାଇ ପଟେଲଙ୍କୁ ହାତରୁ ଶାସନ ଗାଦି ହାତେଇଥିଲେ ମୋଦି । ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘନିଷ୍ଠ ସହଯୋଗୀ ବୋଲି ମଧ୍ୟ କୁହାଯାଏ । ୧୯୯୦ ମସିହା ରାମ ମନ୍ଦିର ରଥଯାତ୍ରା ସମୟରେ ଆଡଭାନୀଙ୍କ ସହ ମିଶି ଗୁରୁ ଦାୟିତ୍ବ ତୁଲାଇଥିଲେ ମୋଦି । ଏହାସହ ୧୯୯୨ ରେ ବାବ୍ରି ମସଜିଦ ମାମଲାରେ ବିଜେପି ଚର୍ଚ୍ଚାକୁ ଆସିଥିଲା ।

୨୦୧୭ରେ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ବିଜେପି ୯୯ ଆସନ ହାତେଇବାରେ ସଫଳ ହୋଇଥିଲା । ଯାହାକି ସଂଖ୍ୟା ଗରିଷ୍ଠତାରୁ ସାମାନ୍ୟ ଅଧିକ ଥିଲା । ଏହା ବିଜେପି ପାଇଁ ସେତେଟା ଉତ୍ସାହଜନକ ପ୍ରଦର୍ଶ ନ ନଥିଲା । ପରେ ପରେ ପ୍ରସିଦ୍ଧ 'ଗୁଜୁରାଟ ମଡେଲ' କାର୍ଯ୍ୟକାରୀ ହେଲା । ପରବର୍ତ୍ତୀ ୫ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଥିଲେ । ଅନେକ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରୁ ଅଧିକାଂଶ ବିଜେପି ଜିତିଥିଲା ଓ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ୯୯ ରୁ ୧୧୨ ଆସନ ବୃଦ୍ଧି ପାଇଲା ।

୨୦୨୨ ମସିହାରେ ବିଜେପି ୧୫୬ ଟି ଆସନରେ ବଡ଼ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଏହା ହେଉଛି ଗୁଜୁରାଟ ଇତିହାସରେ କୌଣସି ଦଳ ଜିତିଥିବା ସର୍ବାଧିକ ସଂଖ୍ୟକ ଆସନ । ତିନି ଦଶନ୍ଧି ମଧ୍ୟରେ କଂଗ୍ରେସ ରାଜ୍ୟରେ ସର୍ବନିମ୍ନ ସଂଖ୍ୟା ହରାଇଛି । ତେବେ ମୋଦି ଏବଂ ଶାହା ଏହି ଗୁଜୁରାଟ ମଡେଲକୁ କେନ୍ଦ୍ରରେ କାର୍ଯ୍ୟକାରୀ କରିପାରିବେ । ଆଉ ଏଥିରେ ଯଦି ସେମାନେ ସଫଳ ନ ହୁଅନ୍ତି, ତେବେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପାଇଁ ଏନଡିଏ ଠିକ୍ ସମୟରେ ପ୍ରଧାନମନ୍ତ୍ରୀଙ୍କ ଚେହେରା ବଦଳାଇବାକୁ ଚିନ୍ତା କରିବାକୁ ବାଧ୍ୟ ହୋଇପାରେ ।

ଏହା ବି ପଢନ୍ତୁ...ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ: ଉଦାରବାଦୀ ୟୁରୋପରେ ବଢୁଛି ଦକ୍ଷିଣପନ୍ଥୀ ସମର୍ଥନ - European Parliament Elections 2024

ଏହା ବ୍ୟତୀତ ବିଜେପିର ଆଭ୍ୟନ୍ତରୀଣ ବିବାଦ ବର୍ତ୍ତମାନ ମୋଦି ଏବଂ ଶାହାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି । ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ବିବାଦ ଅଧିକ ଉଗ୍ର ହେବ । ଶାସନ ଚଳାଇବାକୁ ସରକାରରେ ଯୋଗ୍ୟ ବ୍ୟକ୍ତିଙ୍କ ଅଭାବ ଓ ବିଶେଷ କରି ମୁଦ୍ରାସ୍ଫୀତି, ବେକାରୀ ଏବଂ କୃଷକ ସମସ୍ୟା ସମଗ୍ର ଦେଶରେ ବିରୋଧାଭାଷ ସୃଷ୍ଟି କରିପାରେ । ୨୦୨୪ ଫଳାଫଳରେ ଏନଡିଏ (୪୩.୭%) ଏବଂ ଇଣ୍ଡି ମେଣ୍ଟ (୪୧.୪%) ମଧ୍ୟରେ ମାତ୍ର ୨.୩% ଭୋଟ୍ ଅଂଶ ବ୍ୟବଧାନ ବିଜେପିକୁ ଚିନ୍ତାରେ ପକାଇଛି । ଆଗକୁ ଥିବା ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମୋଦି ବ୍ରାଣ୍ଡ ପାଇଁ ବଡ଼ ପରୀକ୍ଷା ହେବ ।

(ଏହା ଲେଖକଙ୍କ ନିଜସ୍ବ ମତ)

ABOUT THE AUTHOR

...view details