ଓଡିଶା

odisha

ETV Bharat / opinion

ସୀମା ପୁନଃନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ - DELIMITATION EFFECTS IN SOUTH

Delimitation Effects: 2026 ରେ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ ପରେ ରାଜନୈତିକ କ୍ଷତି ସହିବେ ଦକ୍ଷିଣ-ଭାରତୀୟ ରାଜ୍ୟ । ଜନସଂଖ୍ୟାବହୁଳ ଉତ୍ତର ଭାରତୀୟ ରାଜ୍ୟ ପାଇବେ ଅଧିକ ଲାଭ । ସୃଷ୍ଟି ହେବ ଉତ୍ତର-ଦକ୍ଷିଣ ବିଭାଜନ ସାନସିକତା । ପଢନ୍ତୁ ରିସର୍ଚ୍ଚ ଫେଲୋ ଦେବେନ୍ଦ୍ର ପୁଲାଙ୍କ ରିପୋର୍ଟ...

ସୀମାନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ
ସୀମାନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ (ETV Bharat Odisha)

By ETV Bharat Odisha Team

Published : Aug 6, 2024, 4:16 PM IST

ହାଇଦ୍ରାବାଦ: କେନ୍ଦ୍ରୀୟ ବଜେଟ-2024ରେ ଦକ୍ଷିଣ-ରାଜ୍ୟ ଆନ୍ଧ୍ର ପ୍ରଦେଶ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ ପାଇଛି । ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ କେନ୍ଦ୍ର ସରକାର 15,000 କୋଟି ଟଙ୍କା ଚଳିତ ବଜେଟରେ ଆବଣ୍ଟିତ କରିଛନ୍ତି । ରାଜ୍ୟର ଜଳସେଚନ ଏବଂ ପାନୀୟ ଜଳର ଆବଶ୍ୟକତା ପାଇଁ ଗୁରୁତ୍ୱପୂର୍ଣ୍ଣ ‘ପୋଲାଭାରାମ ପ୍ରକଳ୍ପ’ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବିଶାଖାପାଟନମ-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର ଏବଂ ହାଇଦ୍ରାବାଦ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡରର ଭିତ୍ତିଭୂମି ବିକାଶ ପାଇଁ ପାଣ୍ଠି ଆବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶରେ ପଛୁଆ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ସୀମାନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ (ETV Bharat Odisha)

ଏଥିସହ ଆର୍ଥିକ ବିକାଶ ପାଇଁ ପୁଞ୍ଜି ବିନିଯୋଗ ପାଇଁ ଅତିରିକ୍ତ ପାଣ୍ଠି ତଥା ଅତ୍ୟାବଶ୍ୟକ ଭିତ୍ତିଭୂମି ପାଇଁ ପାଣ୍ଠି ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ-2014 ଅନୁଯାୟୀ କେନ୍ଦ୍ର ସରକାର ବଜେଟରେ ପ୍ରତିଶୃତି ଦେଇଛନ୍ତି । ଲୋକସଭାରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ର ରୂପରେଖକୁ ବିଚାରକୁ ନେଇ ଦେଖିଲେ, ଏହି ଆବଣ୍ଟନ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ । ଏହା ସ୍ପଷ୍ଟ ଭାବେ ବୁଝାପଡୁଛି ।

ସୀମାନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ (ETV Bharat Odisha)

ଆନ୍ଧ୍ର ଓ ବିହାରକୁ ଅଧିକ ଆବଣ୍ଟନ:-

ଆନ୍ଧ୍ର ପ୍ରଦେଶରେ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ହେଉଛି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ‘ଏନଡିଏ’ ମେଣ୍ଟ ସରକାରର ମୁଖ୍ୟ ସହଯୋଗୀ ଦଳ । କେନ୍ଦ୍ରରେ ‘ଏନଡିଏ’ ମିଳିତ ସରକାରର ସ୍ଥିରତା ଓ ନିମ୍ନସଦନ ଲୋକସଭାରେ ସଂଖ୍ୟା ଗରିଷ୍ଠତା ବଜାୟ ରଖିବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ‘ଟିଡିପି’ ସମର୍ଥନର ନିଶ୍ଚିତ ଆବଶ୍ୟକତା ରହିଛି । ‘ଏନଡିଏ’ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ବିହାରରେ ଏକ ମିଳିତ ସରକାର ଅଛି, ତେଣୁ ବିହାରକୁ ମଧ୍ୟ କେନ୍ଦ୍ରୀୟ ବଜେଟରେ ପର୍ଯ୍ୟାପ୍ତ ଆବଣ୍ଟନ ମିଳିଛି ।

ସୀମାନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ (ETV Bharat Odisha)

ତେଲେଙ୍ଗାନା ଏବଂ ସମୃଦ୍ଧ ରାଜଧାନୀ ହାଇଦ୍ରାବାଦ ପୃଥକ ହେବା ପରେ ଆନ୍ଧ୍ର ପ୍ରଦେଶର ଆର୍ଥିକ ଅବସ୍ଥା ଖରାପ ଥିବା ସତ୍ତ୍ୱେ ବିଗତ ଏକ ଦଶନ୍ଧି ମଧ୍ୟରେ ଏହା କେନ୍ଦ୍ରଠାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇନାହିଁ । ହାଇଦ୍ରାବାଦ ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ରାଜସ୍ୱର 58 ପ୍ରତିଶତ ଯୋଗଦାନ ଦେଉଥିଲା । ତେବେ, ପୂର୍ବବର୍ଷ ତୂଳନାରେ ବର୍ତ୍ତମାନର ବଜେଟ୍ ଆବଣ୍ଟନ ଆଶା କରାଯାଉଥିବାଠାରୁ ବହୁତ ଅଧିକ । ଏହି ପାଣ୍ଠି ଆବଣ୍ଟନ ଏହି ବାସ୍ତବତାକୁ ପ୍ରତିଫଳିତ କରେ ଯେ, ଲୋକସଭାରେ ସଂଖ୍ୟା ଗରିଷ୍ଠତା ଶକ୍ତି ଭାରତର ଯେକୌଣସି ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ ଓ ଭାଗ୍ୟ ନିର୍ଣ୍ଣୟ ମଧ୍ୟ କରିପାରେ । ଏହା ମଧ୍ୟ ସମସ୍ତ ରାଜନୈତିକ ଦଳ, ବିଶେଷକରି ଦକ୍ଷିଣ ଭାରତର ଆଞ୍ଚଳିକ ଦଳଗୁଡିକ ପାଇଁ 2026 ପୁନଃ ସୀମା ନିର୍ଦ୍ଧାରଣ ବେଳେ ବିପଦ ସୃଷ୍ଟି କରିବାର ଆଶଙ୍କାକୁ ବୃଦ୍ଧି କରିଛି ।

ଦକ୍ଷିଣ ରାଜ୍ୟଗୁଡିକ ଉପରେ ସୀମା ପୁନଃ ନିର୍ଦ୍ଧାରଣର ପ୍ରଭାବ:

2026 ମସିହାରେ ହେବାକୁ ଥିବା ପୁନଃ ସୀମା ନିର୍ଦ୍ଧାରଣ ଦକ୍ଷିଣ ରାଜ୍ୟଗୁଡିକ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହି ରାଜ୍ୟଗୁଡିକ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ଦକ୍ଷିଣ ରାଜ୍ୟଗୁଡ଼ିକୁ ରାଜନୈତିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ବର୍ତ୍ତମାନ କ୍ଷତି ସହିବାକୁ ପଡିପାରେ । ବର୍ତ୍ତମାନର ଜନସଂଖ୍ୟା ଆକଳନକୁ ଆଧାର କରି ସଂସଦୀୟ ଆସନ ବଣ୍ଟନ ପାଇଁ ଡିଲିମିଟେସନ ପ୍ରକ୍ରିୟା ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଭଳି ଦକ୍ଷିଣ ରାଜ୍ୟ ପାଇଁ ଆସନ ବା ସଂସଦୀୟ କ୍ଷେତ୍ର ଆବଣ୍ଟନ ସଂଖ୍ୟାକୁ ହ୍ରାସ କରିପାରେ । କାରଣ ଏହି ରାଜ୍ୟଗୁଡ଼ିକର ଜନସଂଖ୍ୟା ଉତ୍ତର ଭାରତୀୟ ରାଜ୍ୟମାନଙ୍କ ତୂଳନାରେ କମ ।

ଆନ୍ଧ୍ର ଓ ତେଲେଙ୍ଗାନାର ସମ୍ଭାବ୍ୟ ଆସନ ଆବଣ୍ଟନ:-

ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ବର୍ତ୍ତମାନ ମିଳିତ ଭାବେ 42ଟି ସିଟ୍ ରହିଛି । ଏହା ଲୋକସଭାର ମୋଟ ଆସନର 7.73 ପ୍ରତିଶତ । କିନ୍ତୁ ପୁନଃ ସୀମା ନିର୍ଦ୍ଧାରଣ ପରେ ଏହି ଦୁଇ ରାଜ୍ୟର ସଂସଦୀୟ ଆସନ ସଂଖ୍ୟା 34କୁ ଖସିପାରେ । ଯାହା ମୋଟ ସଂସଦୀୟ ଆସନ 543ର 6.26 ପ୍ରତିଶତ ହେବ । ଯଦି ସୀମା ପୁନଃ ନିର୍ଦ୍ଧାରଣ ପରେ ଲୋକସଭାରେ ମୋଟ ଆସନ ସଂଖ୍ୟା 848 ବୃଦ୍ଧି ପାଏ, ତେବେ ଉଭୟ ରାଜ୍ୟ 54 ଟି ସିଟ ପାଇପାରନ୍ତି । ଯାହାକି 6.37 ପ୍ରତିଶତ ରହିବ ।

  • ଲୋକସଭାରେ କର୍ଣ୍ଣାଟକର ପ୍ରତିନିଧିତ୍ୱ:-

ସେହିଭଳି 543 ଆସନ ବିଶିଷ୍ଟ ଲୋକସଭାରେ କର୍ଣ୍ଣାଟକର ବର୍ତ୍ତମାନ ପ୍ରତିନିଧିତ୍ୱ ରହିଛି 28 ସିଟ୍ । ଯାହାକି 5.15 ପ୍ରତିଶତ । ଏହା ସୀମା ପୁନଃ ନିର୍ଦ୍ଧା ରଣ ପରେ 26 ସିଟକୁ ହ୍ରାସ ପାଇ 4.79 ପ୍ରତିଶତକୁ ଖସି ପାରେ । ବର୍ଦ୍ଧିତ ଲୋକସଭାର 848 ଟି ସିଟ୍ କ୍ଷେତ୍ରରେ କର୍ଣ୍ଣାଟକ 41ଟି ସିଟ୍ ସହ 4.83 ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

  • କେରଳର ଆସନ ସଂଖ୍ୟା:-

543 ସିଟ୍ ବିଶିଷ୍ଟ ଲୋକସଭାରେ କେରଳର ପ୍ରତିନିଧିତ୍ୱ ରହିଛି 20ଟି ସିଟ୍ । ଯାହାକି 3.68 ପ୍ରତିଶତ । ଏଥି ସହିତ ଲୋକସଭାର ମୋଟ 848 ଟି ସିଟ୍ ମଧ୍ୟରୁ କେବଳ 20 ଟି ସିଟ୍ (2.36 ପ୍ରତିଶତ) ପାଇବା ସମ୍ଭାବନା ରହିଛି ।

  • ତାମିଲନାଡୁର ପ୍ରତିନିଧିତ୍ୱ:-

543 ସିଟ୍ ବିଶିଷ୍ଟ ଲୋକସଭାରେ 39ଟି ସିଟ୍ ସହ 7.18 ପ୍ରତିଶତ ରହିଛି । ଯାହାକି ବର୍ଦ୍ଧିତ ଲୋକସଭାରେ 5.71 ପ୍ରତିଶତକୁ ହ୍ରାସ ପାଇପାରେ । ତାମିଲନାଡୁ 848 ସିଟ୍ ବିଶିଷ୍ଟ ଲୋକସଭାରେ 49ଟି ସିଟ୍ ସହ 5.78 ପ୍ରତିଶତକୁ ହ୍ରାସ ପାଇପାରେ ।

  • ଲାଭବାନ ହେବେ ଉତ୍ତର ଭାରତୀୟ ରାଜ୍ୟ:-

ଅପରପକ୍ଷେ, ଉତ୍ତର ପ୍ରଦେଶ ଏବଂ ବିହାର ପରି ଜନସଂଖ୍ୟାବହୁଳ ଉତ୍ତର-ଭାରତୀୟ ରାଜ୍ୟଗୁଡିକ ସୀମା ପୁନଃ ନିର୍ଦ୍ଧାରଣରେ ଅଧିକ ସଂସଦୀୟ ଆସନ ପାଇବେ ବୋଲି ଆଶା କରାଯାଉଛି । ଉଦାହରଣ ସ୍ୱରୂପ, 543 ସିଟ୍ ବିଶିଷ୍ଟ ଲୋକସଭାରେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ 80 ସିଟ୍ ରହିଛି । ଏହାକୁ ବର୍ତ୍ତମାନର ମୋଟ ଲୋକସଭା ଆସନ ସହ ଆନୁପାତିକ ଭାବେ ଦେଖିଲେ 14.73 ପ୍ରତିଶତ । ଏହି ସଂଖ୍ୟା ପରବର୍ତ୍ତୀ ସମୟରେ 91 ସିଟକୁ ବୃଦ୍ଧି ପାଇଁ 16.76 ପ୍ରତିଶତକୁ ବୃଦ୍ଧି ପାଇପାରେ । 848 ସିଟ୍ ବିଶିଷ୍ଟ ଲୋକସଭା କ୍ଷେତ୍ରରେ ୟୁପି 143 ସିଟ ପାଇ 16.86 ପ୍ରତିଶତ ପାଇପାରେ ।

  • ବିହାରର ବଢିବ ଆସନ:-

ସେହିଭଳି ବିହାରର ପ୍ରତିନିଧିତ୍ୱ 543 ସିଟ୍ ବିଶିଷ୍ଟ ଲୋକସଭାରେ 40ଟି ସିଟ୍ ରହିଛି । ଯାହାର ଅନୁପାତ 7.36 ପ୍ରତିଶତ । ଏହି ସଂଖ୍ୟା 50 ସିଟକୁ ବୃଦ୍ଧି ପାଇଁ 9.21 ପ୍ରତିଶତକୁ ବୃଦ୍ଧି ପାଇପାରେ । 848 ସିଟ୍ ବିଶିଷ୍ଟ ବର୍ଦ୍ଧିତ ଲୋକସଭାରେ ରାଜ୍ୟ 79 ଟି ସିଟ୍ ସହ 9.31 ପ୍ରତିଶତକୁ ବଢିପାରେ ।

ଏହି ପରିବର୍ତ୍ତନ ସୀମା ନିର୍ଦ୍ଧା ରଣ ପ୍ରକ୍ରିୟାର ଅନୁପଯୁକ୍ତ ପ୍ରଭାବକୁ ଆଲୋକିତ କରୁଛି । ଯାହା ସମ୍ଭବତଃ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକର ରାଜନୈତିକ କ୍ଷତି ସହିପାରନ୍ତି । ଏହି ଦକ୍ଷିଣ ରାଜ୍ୟମାନେ ପାରମ୍ପରିକ ଭାବରେ ଦେଶର ଶାସନ ଏବଂ ବିକାଶରେ ଉଚ୍ଚ ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ରାଜନୈତିକ ପ୍ରତିନିଧିତ୍ବର ଅଭାବ ଦକ୍ଷିଣ ରାଜ୍ୟଗୁଡିକ ପାଇଁ ସୁଦୂରପ୍ରସାରୀ ପରିଣାମ ଦେଇପାରେ । ଏହା ଲୋକସଭାରେ ସେମାନଙ୍କର ପ୍ରଭାବକୁ ହ୍ରାସ କରିପାରେ । ଯାହା ସେମାନଙ୍କର ଅନୁକୂଳ ନୀତି ବୁଝାମଣା ଏବଂ କେନ୍ଦ୍ର ସରକାରଙ୍କଠାରୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ବଣ୍ଟନ କରିବାର କ୍ଷମତା ଉପରେ ପ୍ରଭାବ ପକାଇପାରେ ।

  • ଉତ୍ତର-ଦକ୍ଷିଣ ବିଭାଜନ ରାଜନୀତି ଜନ୍ମ ନେବ !

ଏହା ଉତ୍ତର-ଦକ୍ଷିଣ ବିଭାଜନ ରାଜନୀତିକୁ ବୃଦ୍ଧି କରିପାରେ । ଯାହା ଦ୍ ବାରା ଦକ୍ଷିଣ ଭାରତର ଲୋକଙ୍କ ମଧ୍ୟରେ ଆଞ୍ଚଳିକ ତିକ୍ତତା ଅନୁଭବ ହୋଇପାରେ । ଅଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତର ପ୍ରଦେଶକୁ ଅଧିକ ରାଜନୈତିକ ଶକ୍ତି ପ୍ରଦାନ କରିବା ଦ୍ବାରା ମଧ୍ୟ କେନ୍ଦ୍ରୀୟ ସମ୍ବଳ ବଣ୍ଟନର ତିକ୍ତତା ସୃଷ୍ଟି କରିବ । ଏହି ଅସନ୍ତୁଳନ ଦକ୍ଷିଣ ପ୍ରଦେଶର ବିକାଶମୂଳକ ପଦକ୍ଷେପ ଏବଂ ଅର୍ଥନୈତିକ ପ୍ରଗତିକୁ ଦୁର୍ବଳ କରିପାରେ, ସମଗ୍ର ଦେଶରେ ବିକାଶ ଅସମାନତାକୁ ଦିଗକୁ ଠେଲି ଦେଇପାରେ ।

  • ରଣନୈତିକ ସମାଧାନ:

ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ଏହି ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବାକୁ ଦକ୍ଷିଣ ରାଜ୍ୟଗୁଡିକ ମିଳିତ ଭାବେ ବହୁମୁଖୀ ଉପାୟ ଅବଲମ୍ବନ କରିବା ଉଚିତ୍ । ପ୍ରଥମେ, ଦକ୍ଷିଣ ରାଜ୍ୟ ମଧ୍ୟରେ ଏକ ରାଜନୈତିକ ମିଳିତ ମଞ୍ଚ ଗଠନ କରି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଏକ ମିଳିତ ତଥା ସାଧାରଣ ଆଭିମୁଖ୍ୟ ଉପସ୍ଥାପନ କରିବାରେ ସାହାଯ୍ୟ କରିପାରିବା ଉଚିତ । ଆର୍ଥିକ ଅନୁଦାନ, ଶାସନର ଗୁଣବତ୍ତା ଏବଂ ବିକାଶ ଦିଗ ପରି ଜନସଂଖ୍ୟା ପରିସଂଖ୍ୟାନଠାରୁ ଅଧିକ ମାନଦଣ୍ଡକୁ ଆଧାର କରି ପ୍ରତିନିଧିତ୍ୱ ବଜାୟ ରଖିବାକୁ ଏହି ମିଳିତ ମଞ୍ଚ ଲବି କରିବା ଉଚିତ ।

ସମ୍ପାଦକୀୟ...

ABOUT THE AUTHOR

...view details