ଓଡିଶା

odisha

By ETV Bharat Odisha Team

Published : Jul 22, 2024, 8:08 PM IST

ETV Bharat / opinion

‘ଅଗ୍ନିପଥ’ ଯୋଜନାର ପୁନଃଅବଲୋକନ - AGNIPATH SCHEME OF INDIA

AGNIPATH SCHEME OF INDIA: ଭାରତୀୟ ସେନାରେ ଭର୍ତ୍ତି ପାଇଁ ମୋଦି ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାର ପୁନଃସମୀକ୍ଷାକୁ ନେଇ ଲେଫ୍ଟନାଣ୍ଟ ଜେନେରାଲ କାମୁଲ୍ଲା ରାମଚନ୍ଦ୍ର ରାଓଙ୍କ ଆଲେଖ୍ୟ ।

ଅଗ୍ନିପଥ ଯୋଜନାର ପୁନଃଅବଲୋକନ
ଅଗ୍ନିପଥ ଯୋଜନାର ପୁନଃଅବଲୋକନ (ETV Bharat Odisha)

ନୂଆଦିଲ୍ଲୀ: ଗ୍ଲୋବାଲ ପାଓ୍ବାର କିମ୍ବା ଶକ୍ତିଶାଳୀ ଆଞ୍ଚଳିକ ଶକ୍ତି ଭାବରେ ଉଭା ହେବା ଲକ୍ଷ୍ୟ, ଦୀର୍ଘ ଅସୁରକ୍ଷିତ ସୀମା କିମ୍ବା ପଡ଼ୋଶୀ ଦେଶ ସହ ଭୌଗୋଳିକ ପ୍ରତିକୂଳ ତଥା ବାଧ୍ୟତାମୂଳକ କାରଣରୁ ବିଭିନ୍ନ ଦେଶ ବୃହତ୍ତ ସେନା ପ୍ରତିଷ୍ଠା କରିବାରେ ଲାଗିଛନ୍ତି । ବିଶାଳ ସେନା ପ୍ରତିଷ୍ଠା କରିବା ସମୟର ଓ ସ୍ଥିତିର ଆବଶ୍ୟକତା ହୋଇଥିବା ବେଳେ ଏଥିରେ ବିଭିନ୍ନ ଆହ୍ବାନ ମଧ୍ୟ ରହିଛି । ଏକ ଅତ୍ୟାଧୁନିକ ବୈଦେଶିକ ନୀତିରେ ଅନେକ ଦେଶ ଅନ୍ତର୍ଜାତୀୟ ଫୋରମରେ ଏହି ସଫେଇ ରଖିଥାନ୍ତି ଯେ, ସେମାନେ କେବଳ ଅନାବଶ୍ୟକ ଭାବେ ନୁହେଁ ବରଂ ପଡୋଶୀ ଦେଶ ମଧ୍ୟ ବାଧ୍ୟତାମୂଳକ କାରଣରୁ ବିଶାଳ ସଶସ୍ତ୍ର ବାହିନୀ ରଖିବାକୁ ବାଧ୍ୟ ହୋଇଛନ୍ତି । ତଥାପି, ଦେଶର ବିକାଶରେ ବିଭିନ୍ନ ଦିଗ ପାଇଁ ବ୍ୟୟ ଅଟକଳ ବଢୁଥିବାରୁ ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ କରିବାକୁ ମଧ୍ୟ ସମୟ ଆସିପାରେ । ଏପରି ସମୟରେ ସଶସ୍ତ୍ର ବାହିନୀର ସଠିକ୍ ସଂଗଠନାତ୍ମକ ଧାରା ବଜାୟ ରଖାଯିବା ମଧ୍ୟ ଜରୁରୀ ହୋଇପଡିଲାଣି ।

ବର୍ତ୍ତମାନ ଦୃଶ୍ୟପଟ୍ଟରେ 2ବର୍ଷ ପୂର୍ବେ ଭାରତୀୟ ସଶସ୍ତ୍ର ବଳରେ ଅସ୍ଥାୟୀ ଭର୍ତ୍ତି ପାଇଁ କାର୍ଯ୍ୟକାରୀ ହୋଇଥିବା ‘ଅଗ୍ନିପଥ’ ଯୋଜନା ବର୍ତ୍ତମାନ ପୁନଃ ସମୀକ୍ଷାକୁ ବିଚାରକୁ ନିଆଯାଇପାରେ । ବିବାଦ ଓ ବିତର୍କ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସରକାର କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ନିଶ୍ଚିତ ଭାବରେ ଏକ ସକରାତ୍ମକ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ସେନାରେ ଭର୍ତ୍ତି ହୋଇ ଦେଶସେବା କରିବାକୁ ଆଶାୟୀ ଯୁବକଙ୍କ ମଧ୍ୟରେ ଏହି ଯୋଜନାର ସର୍ତ୍ତାବଳୀକୁ ନେଇ ଅସନ୍ତୋଷ, ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିରେ ସଶସ୍ତ୍ର ବାହିନୀ ସମ୍ମୁଖୀନ ହେଉଥିବା ଆଭ୍ୟନ୍ତରୀଣ ଜଟିଳତା କିମ୍ବା ବିଜେପି ସରକାର ସହଯୋଗୀମାନଙ୍କ ଦ୍ବାରା କୌଣସି ରାଜନୈତିକ ଚାପ ସୃଷ୍ଟି କରାଯିବା ଏହି ପ୍ରସଙ୍ଗ ପାଇଁ କୌଣସି ପ୍ରାସଙ୍ଗୀକତା ରଖେ ନାହିଁ ।

କାରଣ ବର୍ତ୍ତମାନ ବୈଶ୍ବିକ ସ୍ଥିତିରେ ପ୍ରକୃତ ସମସ୍ୟାଗୁଡିକ ବୁଝିବା ସହ ଉପଯୁକ୍ତ ସମାଧାନ ଖୋଜିବା ଏବଂ ଆଗକୁ ବଢିବାର ଆବଶ୍ୟକତା ନିକଟତର ହୋଇଛି । ଆଶା କରାଯାଏ, ବର୍ତ୍ତମାନ ଏଥିରେ ସରକାର ଯେଉଁ ପରିବର୍ତ୍ତନ କରିବାକୁ ବିଚାର ବିମର୍ଷ କରୁଛନ୍ତି, ତାହା ଏକ ସକରାତ୍ମକ ଓ ଫଳପ୍ରଦ ଫଳାଫଳ ଆଣିବ । ଏହା ସହ ବିଭିନ୍ନ ବର୍ଗ ଦ୍ବାରା ଏହି ଯୋଜନାକୁ ନେଇ ଉଠାଯାଇଥିବା ନକରାତ୍ମକ ଦିଗକୁ ମଧ୍ୟ ଏହି ପରିବର୍ତ୍ତନ ସମାଧାନ ଆଡକୁ ଅଗ୍ରସର କରିବ ।

ବିଫଳତା ଇତିହାସକୁ ଭୁଲିଯିବା ପରମ୍ପରା ଏବେ ଇତିହାସ ହୋଇସାରିଲାଣି, ଏବଂ ଆମେ ପୁନର୍ବାର ଉଦ୍ଭାବନ କରିବାର ଅଭ୍ୟାସରେ ବର୍ତ୍ତମାନ ଅଛୁ । ତେଣୁ, ଆମକୁ ବର୍ତ୍ତମାନର ପରିବର୍ତ୍ତନ ଗୁଡ଼ିକୁ ବୁଝିବା ପୂର୍ବରୁ, ଟିକିଏ ଅତୀତକୁ ଯିବା ମଧ୍ୟ ଜରୁରୀ ହୋଇପଡିଛି । 2004 ମସିହାରେ, ତତ୍କାଳୀନ ସରକାର ଅଜୟ ବିକ୍ରମ ସିଂ କମିଟି (AVSC) ଗଠନ କରିଥିଲେ । ଯାହା ସଶସ୍ତ୍ର ବାହିନୀର ଅଧିକାରୀଙ୍କ କ୍ୟାଡରର ପୁନର୍ଗଠନ ପାଇଁ ସୁପାରିଶ କରିଥିଲା । ଅନ୍ୟ ବିଭିନ୍ନ ସୁପାରିଶ ଅନୁସାରେ, କେନ୍ଦ୍ରୀୟ ଫୋକସ୍ ସପୋର୍ଟ କ୍ୟାଡରର ଏକ୍ଜିଟ୍ ପଲିସି ମଧ୍ୟ ଥିଲା । ସ୍ୱଳ୍ପ ସେବା ଅଧିକାରୀଙ୍କ ଅବସରକୁ ଏକ ଆକର୍ଷଣୀୟ ଏବଂ ଅର୍ଥପୂର୍ଣ୍ଣ ପ୍ରକ୍ରିୟା ସହ ଶେଷ କରିବା ମଧ୍ୟ ଏହି ସୁପାରିଶ ମଧ୍ୟରେ ରହିଥିଲା । ଏହି ପଦକ୍ଷେପ ସ୍ବରୂପ ସେନାରେ ସପୋର୍ଟ କ୍ୟାଡର ବୃଦ୍ଧି ପାଇବ ବୋଲି ସେମାନେ ଆଶା କରିଥିଲେ । ତଥାପି, ସରକାର ସେମାନଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ଏହାକୁ କୌଣସି ପ୍ରକାର ଆଗେଇ ପାରିନଥିଲେ ।

ଏବେ ସେନାରେ ନିୟମିତ ବନାମ ସପୋର୍ଟ କ୍ୟାଡରର 4:1 ଅନୁପାତରେ ରହିଛି । ଏହା ପରେ ସପୋର୍ଟ କ୍ୟାଡରଙ୍କ ପାଇଁ ଅବସରର କିଛି ଭଲ ପଦକ୍ଷେପ ମଧ୍ୟ 5ମ ଏବଂ 6ଷ୍ଠ ବେତନ କମିଶନରେ ପୁନର୍ବାର ସୁପାରିଶ କରାଯାଇଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ଏହା ସ୍ଥଳସେନା, ନୌସେନା ଏବଂ ବାୟୁସେନାର ପ୍ରାୟ 50,000 ଅଧିକାରୀ କ୍ୟାଡରକୁ ପୁନଃନିର୍ମାଣ କରିବା ପାଇଁ ଏହି ଅଜୟ ବିକ୍ରମ ସିଂ କମିଟିର ସୁପାରିଶରେ ଦୃଷ୍ଟି ଦିଆଯାଇଥିଲା । ଆଶ୍ଚର୍ଯ୍ୟର କଥା, ସମାନ ବିଷୟ କେବେବି କାର୍ଯ୍ୟକାରୀ ହୋଇପାରିବ ନାହିଁ । ମୋଦି ସରକାରରେ ଯେବେ ଅଗ୍ନିପଥ ଭର୍ତ୍ତି ମଡେଲ୍ ଉପସ୍ଥାପିତ ହୋଇଥିଲା, ସେତେବେଳେ କୌଣସି ଲିଖିତ ନିଶ୍ଚିତତା ବିନା, ଏହା ଆରମ୍ଭରୁ ବିବାଦୀୟ ହେବା ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ବାରି ହୋଇପଡିଥିଲା । ଏହା ଅତ୍ୟନ୍ତ ଅପ୍ରୀତିକର ହେବ ଓ ପୁନଃସମୀକ୍ଷା କରିବାକୁ ପଡିବ ବୋଲି ଆରମ୍ଭରୁ ଜଣାପଡିଥିଲା ।

ହେଲେ ବୈଶ୍ବିକ ବ୍ୟବସ୍ଥାରେ ବିଶାଳ ସନାର ଆବଶ୍ୟକତା ଓ ଏହାର ସମସ୍ୟାର ସମ୍ମୁଖୀନ ହେବା ମଧ୍ୟ ଏକ ସ୍ବାଭାବିକ ସ୍ଥିତି । ଏବେ ଭାରତ ସରକାର ବିଭିନ୍ନ ଦିଗକୁ ବିତାରକୁ ନେଇ ଦୁଇବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଚର୍ଚ୍ଚିତ ଓ ବିବାଦୀୟ ଯୋଜନାର ପୁନଃସମୀକ୍ଷା କରିବାକୁ ଯାଉଛନ୍ତି । ଯାହା ଏକ ଫଳପ୍ରଦ ସମାଧାନ ବାହାର କରିବ ବୋଲି ଆଶା କରାଯାଉଛି ।

ଲେଫ୍ଟନାଣ୍ଟ ଜେନେରାଲ କାମୁଲ୍ଲା ରାମଚନ୍ଦ୍ର ରାଓ

ପୂର୍ବତନ ମହାନିର୍ଦ୍ଦେଶକ, ମାନବ ସମ୍ବଳ ଓ କାର୍ମିକ ସେବା

ABOUT THE AUTHOR

...view details