ହାଇଦ୍ରାବାଦ: 'ପ୍ରେମ' ଦୁନିଆର ସବୁଠୁ ସୁନ୍ଦର ଭାବନା । ଏହା ଏକ ସ୍ୱର୍ଗୀୟ ଅନୁଭବ । ମନରେ ହଜାର ହଜାର ଆଶା ଜାଗ୍ରତ କରେ । ବଞ୍ଚିବାର ପ୍ରେରଣା ସାଜେ । ଏହା ଏପରି ଏକ ଭାବନା ଯାହା ସୁଖ ବି ଦିଏ ଓ ଦୁଃଖ ବି ଭରିଦିଏ । ଜଣେ ଖାସ ଲୋକଙ୍କ ପ୍ରତି ଥିବା ସ୍ନେହର ବଳିଷ୍ଠ ଅଭିବ୍ୟକ୍ତି ହେଉଛି ପ୍ରେମ । ଏହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରେନା । କାରଣ ଏହା ହେଉଛି ଏକ ଅନନ୍ୟ ଅନୁଭବ । ଏହା କେବଳ ମନ ସହ ମନର ମିଳନ ।
ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ଓ୍ବିକ୍:
ଏହି ଖାସ ଭାବନାକୁ ନିଜ ଖାସ ଲୋକଙ୍କ ସହ ପାଳନ କରିବାକୁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ଓ୍ବିକ । ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ପ୍ରେମ ଦିବସ । ପ୍ରତ୍ୟେକ ଦିନରେ ଥାଏ କିଛି ସ୍ପେଶାଲ ସେଲିବ୍ରେସନ । ପ୍ରେମ ସପ୍ତାହ ଗୋଲାପ ଦିବସଠୁ ଆରମ୍ଭ ହୋଇ ପ୍ରେମ ଦିବସରେ ଶେଷ ହୋଇଥାଏ ।
ଜାଣନ୍ତୁ କେଉଁ ତାରିଖରେ କେଉଁ ଦିବସ କରାଯାଏ ପାଳନ:
ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ପ୍ରେମ ଦିବସ । ଏହି ଦିବସ ଗୁଡିକରେ ପ୍ରେମିକ ପ୍ରେମିକା ପରସ୍ପରକୁ ଉପହାର ଦେଇ ଏହି ଦିନକୁ ସେଲିବ୍ରେଟ କରିଥାନ୍ତି ।
ଫେବୃଆରୀ ୭- ରୋଜ୍ ଡେ (ଗୋଲାପ ଦିବସ)
ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ଫେବୃଆରୀ ହେଉଛି ଗୋଲାପ ଦିବସ (ରୋଜ୍ ଡେ) । ଗୋଲାପ ଫୁଲକୁ ପ୍ରେମର ପ୍ରତୀକ କୁହାଯାଏ । ତେଣୁ ଏହି ଦିନର ପ୍ରେମୀ ଯୁଗଳ ପରସ୍ପରକୁ ଲାଲ୍ ଗୋଲାପ ଦେଇ ପ୍ରେମର ଭାବନାକୁ ପ୍ରକାଶ କରିଥାନ୍ତି ।
ଫେବୃଆରୀ ୮- ପ୍ରପୋଜ ଡେ (ପ୍ରସ୍ତାବ ଦିବସ)
ଗୋଲାପ ଦିବସର ପର ଦିନ ଅର୍ଥାତ୍ ଫେବୃଆରୀ ୮କୁ ପ୍ରପୋଜ ଡେ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀଯୁଗଳ ନିଜ ପ୍ରେମ ଭାବନା ପରସ୍ପର ଆଗରେ ପରିପ୍ରକାଶ କରି ସାରା ଜୀବନ ପାଇଁ ସାଥିରେ ରହିବାକୁ ପ୍ରପୋଜ କରିଥାନ୍ତି ।
ଫେବୃଆରୀ ୯- ଚକୋଲେଟ ଡେ (ଚକୋଲେଟ ଦିବସ)
ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ୍ ଫେବୃଆରୀ ୯ ତାରିଖକୁ ପ୍ରେମୀଯୁଗଳ ଚକୋଲେଟ ଡେ ଭାବେ ପାଳନ କରିଥାନ୍ତି । ଏହି ଦିନ ପ୍ରେମିକ ପ୍ରେମିକା ଉଭୟ ଉଭୟଙ୍କୁ ଚକୋଲେଟ ଦେଇ ନିଜ ପ୍ରେମ ଜୀବନକୁ ଆଗକୁ ବଢାଇବାକୁ ଚେଷ୍ଟା କରିଥାନ୍ତି । ଚକୋଲେଟ ଦେବା ଦ୍ୱାରା ସମ୍ପର୍କ ଆହୁରି ନିବିଡ ହୋଇଥାଏ ।
ଫେବୃଆରୀ ୧୦- ଟେଡ୍ଡି ଡେ (କଣ୍ଢେଇ ଦିବସ)