Gray hair:ଚୁଟି ପାଚିବା ଏକ ପ୍ରାକୃତିକ ପ୍ରକ୍ରିୟା । ସାଧାରଣତଃ ବୟସ ବଢିବା ସହ ସବୁ ଲୋକଙ୍କ ଚୁଟି ପାଚିଥାଏ । କିନ୍ତୁ ଏବେ କମ୍ ବୟସରୁ ଯୁବକ/ଯୁବତୀଙ୍କ ଚୁଟି ପାଚି ଯାଉଥିବାର ଦେଖାଯାଉଛି । ଏମିତିକି କଲେଜ ପଢୁଆ ପିଲାମାନେ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି । ତେବେ ଏପରି ସମୟ ପୂର୍ବରୁ ଚୁଟି ପାଚିବା ପଛରେ ବିଭିନ୍ନ କାରଣ ହୋଇପାରେ, ଯଥା- ଜେନେଟିକ୍ସ ବା ଆନୁବଂଶିକ, ମାନସିକ ଚାପ, ଶରୀରରେ ପୋଷକ ତତ୍ତ୍ବର ଅଭାବ । ଆମ ଶରୀରରେ କିଛି ଭିଟାମିନ ଓ ମିନେରାଲର ଅଭାବ ହେଲେ ଚୁଟି ସହ ଜଡିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।
କମ୍ ବୟସରୁ ଚୁଟି ପାଚିବାର ଏକ ବଡ କାରଣ ହେଲା ଭିଟାମିନ ବି12 ଅଭାବ । ଶରୀରରେ ଏହି ଭିଟାମିନ ଅଭାବ ହେଲେ କେଶ ସମସ୍ୟା ଦେଖାଯାଏ । ବି12ର ମୁଖ୍ୟ କାମ ହେଲା ଲୋହିତ ରକ୍ତ କଣିକା (Red blood cells) ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଂଶକୁ ଅକ୍ସିଜେନ ପହଞ୍ଚାଇବା । ଭିଟାମିନ B12 ଅଭାବ ହେବା ଯୋଗୁଁ କେଶକୁ ଅକ୍ସିଜେନ ପହଞ୍ଚିପାରେ ନାହିଁ । ଏହାଦ୍ବାରା ହେୟାର ସେଲ୍ସ ଦୁର୍ବଳ ହେବାକୁ ଲାଗେ । ଦୁର୍ବଳ ସେଲ୍ସ କେଶକୁ କଳା ରଙ୍ଗ ଦେଉଥିବା ମେଲେନିନ ଉତ୍ପାଦନ କରିପାରେ ନାହିଁ । ଏହି କାରଣରୁ ଆପଣଙ୍କ କେଶ ଚୁଟି ଧୀରେ ଧୀରେ ଧଳା ହେବାକୁ ଲାଗେ ।
ଭିଟାମିନ B12 ପାଇଁ କ'ଣ ଖାଇବେ (Foods rich in vitamin B12)
ଶରୀରରେ ଭିଟାମିନ ବି12 ଅଭାବ ପୂରା କରିବା ପାଇଁ ନିମ୍ନୋଲିଖିତ ଖାଦ୍ୟ ସେବନ କରିପାରିବେ:-
- ଦୁଗ୍ଧ ଓ ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ
- ଅଣ୍ଡା
- ଚର୍ବିଯୁକ୍ତ ମାଛ
- ରାଜମା, ଡାଲି, ମଟର
- ଫର୍ଟିଫାଏଡ ଶସ୍ୟ
ଚୁଟି ପାଚିବାରୁ ରୋକ ବି12:
ସମୟ ପୂର୍ବରୁ ଚୁଟି ପାଚିବାକୁ ନେଇ ଏବେ ଅନେକ ଲୋକ ଚିନ୍ତିତ । ସାଧାରଣତଃ ଆନୁବଂଶିକ, ମାନସିକ ଚାପ ଓ ପୋଷକ ତତ୍ତ୍ବ ଅଭାବରୁ ଏହି ସମସ୍ୟା ହେଉଥିବା ଧରାଯାଏ । ଏକ ଅଧ୍ୟୟନରେ କୁହାଯାଇଛି, ଭିଟାମିନ ବି12 ଯୋଗୁଁ ମଧ୍ୟ କେଶ ପାଚିଥାଏ । ଏଥିପାଇଁ ଆପଣ ନିଜ ଡାଏଟରେ ଭିଟାମିନ ବି12 ଯୁକ୍ତ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ସାମିଲ କରିପାରିବେ । ଏହା କମ୍ ବୟସରୁ କେଶ ପାଚିବାକୁ ରୋକିଥାଏ ଓ କେଶର ପ୍ରାକୃତିକ ରଙ୍ଗ ବଜାୟ ରଖିଥାଏ ।
ଭିଟାମିନ ବି12 ଅଭାବ ହେଲେ ଦେଖାଯାଏ ଏହି ଲକ୍ଷଣ: