ଓଡିଶା

odisha

ETV Bharat / lifestyle

ମେକଅପ୍ କରିବା ପରେ ଆଦୌ କରନ୍ତୁନି ଏହି ଭୁଲ୍, ନହେଲେ 30 ବର୍ଷରେ ଦିଶିବେ 50 - AVOID SKINCARE MISTAKES

ଯଦି କମ୍ ବୟସରୁ ଚେହେରାରେ ବୟସାଧିକ ଛାପ ଦେଖାଯାଉଛି ତେବେ ଏହା ହୋଇପାରେ ଆପଣଙ୍କ ଭୁଲ୍ । ଦୀର୍ଘ ଦିନ ଯାଏଁ ଯୁବା ଦିଶିବାକୁ ଚାହୁଁଥିଲେ ଏହି 5 ଭୁଲ୍ କରନ୍ତୁନି ।

avoid these skincare mistakes
avoid these skincare mistakes (ETV Bharat)

By ETV Bharat Lifestyle Team

Published : Dec 12, 2024, 2:06 PM IST

ଆଜିର ଦିନରେ ସୁନ୍ଦର ଓ ଆକର୍ଷଣୀୟ ଦିଶିବାକୁ କିଏ ବା ନ ଚାହେଁ । ଖାସ୍ କରି ସବୁ ମହିଳାଙ୍କ ସ୍ବପ୍ନ ଥାଏ କିପରି ତାଙ୍କର ତ୍ବଚା ସବୁବେଳେ ଯୁବା ଓ ଚମକଦାର ରହିବ । ଏଥିପାଇଁ ଅଧିକାଂଶ ମହିଳା ମହଙ୍ଗା ସ୍କିନକେୟାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ ବେଳେବେଳେ ଆମେ ଏମିତି କିଛି ଭୁଲ୍ ସ୍କିନକେୟାର ରୁଟିନ୍ ଅନୁସରଣ କରିଥାଉ ଯେଉଁ କାରଣରୁ କମ୍ ବୟସରୁ ମୁହଁରେ ରେଖା ଓ ଚର୍ମକୁଞ୍ଚନ ଦେଖାଯାଏ । ଫଳରେ 30 ବର୍ଷ ବୟସରେ ବି ଚେହେରା 50 ଭଳି ନଜର ଆସିଥାଏ । ଚାଲନ୍ତୁ ଏହି ଖବରରେ ଜାଣିବା ସ୍କିନକେୟାର ସହ ଜଡିତ କେଉଁ ସବୁ ଭୁଲ୍ କରିବାରୁ ବର୍ତ୍ତିବେ ।

ମେକଅପ୍ ସହ କେବେ ଶୁଅନ୍ତୁନି:

ଆପଣଙ୍କୁ ଯେତେ କ୍ଲାନ୍ତ ଲାଗୁଥାଉ ନା କାହିଁକି, କେବେବି ମେକଅପ୍ ସହିତ ଶୋଇବାର ଭୁଲ୍ କରିବେନି । ବାହାର ଘରକୁ ଫେରିବା ପରେ ପ୍ରଥମେ ହାତଗୋଡ ଧୁଅନ୍ତୁ । ଏଥିସହ ମୁହଁକୁ ଭଲ ଭାବେ ସଫା କରନ୍ତୁ । କାରଣ ଧୂଳି ଓ ପ୍ରଦୂଷଣରେ ହାତଗୋଡ ଯେତିକି ଅଳିଆ ହୁଏ ସେତିକି ଚେହେରା ମଧ୍ୟ ହୋଇଥାଏ । ମେକଅପ୍ ଯୋଗୁଁ ମୁହଁରେ ଧୂଳି ଲାଗି ରହିଥାଏ । ଆପଣ ଏହି ମେକଅପ୍ ନ ଛଡାଇ ଶୋଇଲେ ମୁହଁରେ ଫାଇନ ଲାଇନ୍ସ ଓ ବ୍ରଣ ସମସ୍ୟା ଦେଖାଯାଏ ।

ସନସ୍କ୍ରିନ ଲଗାଇବା ଭୁଲନ୍ତୁନି:

ଚେହେରାରେ ସବୁବେଳେ ସନସ୍କ୍ରିନ ବ୍ୟବହାର କରନ୍ତୁ । ସନସ୍କ୍ରିନ ନ ଲଗାଇଲେ ତ୍ବଚା ରୁକ୍ଷ ହୋଇପାରେ । ଯାହାଫଳରେ କମ୍ ବୟସରୁ ଚେହେରାରେ ଚର୍ମ କୁଞ୍ଚନ, ହାଇପିଗମେଣ୍ଟେସନ ଭଳି ବୟସାଧିକ ଛାପ ନଜର ଆସିଥାଏ । ତେଣୁ ବାହାରକୁ ବାହାରିବା ପୂର୍ବରୁ ନିଶ୍ଚୟ ସନସ୍କ୍ରିନ ଲଗାନ୍ତୁ । ଏହି କ୍ରିମ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ତ୍ବଚାକୁ ସୁରକ୍ଷା ଦେଇଥାଏ ।

ସକାଳ ସ୍କିନକେୟାର ରୁଟିନ:

ସକାଳୁ ଉଠିବା ପରେ ପ୍ରଥମେ ମୁହଁକୁ କ୍ଲିନଜର ଓ ଫେସୱାଶରେ ଭଲ ଭାବେ ସଫା କରନ୍ତୁ । ଏହାଦ୍ବାରା ମୁହଁରୁ ବ୍ୟାକ୍ଟେରିଆ ଏବଂ ଗତ ରାତିରେ ବ୍ୟବହାର କରିଥିବା କ୍ରିମ/ସିରମ ବାହାରି ଯାଏ । ସ୍କିନରୁ ସବୁ ମଇଳା ସଫା ହୋଇଯାଏ । ଏପରି କଲେ ସମୟ ପୂର୍ବରୁ ଚର୍ମକୁଞ୍ଚନ ଭଳି ସମସ୍ୟା ଦେଖାଯାଏ ନାହିଁ ।

ଏକ୍ସଫୋଲିଏଟ କରିବା ଭୁଲନ୍ତୁନି:

ନିଜ ତ୍ବଚାକୁ ଏକ୍ସଫୋଲିଏଟ କରିବା ଖୁବ୍ ଜରୁରୀ । କାରଣ ଏହାଦ୍ବାରା ସ୍କିନରୁ ଡେଡ୍ ସେଲ୍ସ ବାହାରି ଯାଇଥାଏ । ଡେଡ୍ ସେଲ୍ସ ଯୋଗୁଁ ତ୍ବଚାରେ ବୟସାଧିକ ଛାପ ଦେଖିବାକୁ ମିଳେ । ହେଲେ କେବେ ବି ଆବଶ୍ୟକତାରୁ ଅଧିକ ଏକ୍ସଫୋଲିଏଟ କରନ୍ତୁ ନାହିଁ । ନହେଲେ ଆପଣଙ୍କ ସ୍କିନ ଡ୍ୟାମେଜ ହୋଇପାରେ ।

ବେକ ଓ ବେକ ତଳ କାନ୍ଧକୁ ଭୁଲନ୍ତୁ ନାହିଁ:

ଅନେକ ମହିଳା ନିଜ ସ୍କିନକେୟାର ରୁଟିନରେ କେବଳ ଚେହେରାର ଯତ୍ନ ନେଇଥାନ୍ତି । ହେଲେ ଚେହେରା ସହ ବେକ ଓ ବେକ ତଳ ଏରିଆକୁ ଭୁଲିଯାଆନ୍ତି । ଏପରି ଆଦୌ କରନ୍ତୁ ନାହିଁ । ନହେଲେ ଏସବୁ ଏରିଆରେ ବୟସାଧିକ ଛାପ ନଜର ଆସିଥାଏ । ତେଣୁ ମୁହଁ ସହ ଏସବୁ ସ୍ଥାନକୁ ସଫା ଓ ମଇଶ୍ଚରାଇଜ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ? ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ

ଏହା ମଧ୍ୟ ପଢନ୍ତୁ: କେଶ ସହ ଜମାରୁ କରନ୍ତୁନି ଏହି 7 ଭୁଲ୍, ନହେଲେ ସବୁ ଝଡିଯିବ

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ଅଣଦେଖା କରନ୍ତୁନି ଏସବୁ କଥା, ନହେଲେ ହଇରାଣ ହେବେ

ABOUT THE AUTHOR

...view details