ଓଡିଶା

odisha

ETV Bharat / lifestyle

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ

ନିଜର ଫେଷ୍ଟିଭ ଲୁକ୍‌ ଆକର୍ଷଣୀୟ ତଥା ଷ୍ଟାଇଲିସ୍ କରିବାକୁ ଚାହୁଁଛନ୍ତି ? ଏହିସବୁ ଜୁଏଲାରୀ ସହ ନିଜ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ ।

By ETV Bharat Lifestyle Team

Published : 5 hours ago

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ
ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (Instagram (Sonam Kapoor))

Festive Fashion: ଏବେ ଚାରିଆଡେ ପାର୍ବଣର ମାହୋଲ । ସବୁଠି ମା' ଜଗତଜଗନୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଆଗକୁ ଆସୁଛି କୁମାରପୂର୍ଣ୍ଣିମା, ଦୀପାବଳି ଭଳି ଅନେକ ପର୍ବପର୍ବାଣି । ଏଇ ପାର୍ବଣ ଋତୁ କେବଳ ଏକ ଉତ୍ସବ ସେଲିବ୍ରେସନ ନୁହେଁ, ବରଂ ଏହାଠୁ ଢେର୍ ଅଧିକ । ଏହା ଏକ ଇମୋସନ୍ ବା ଭାବନା ଯାହା ଆମର ମନକୁ ହସଖୁସି ଓ ଉଲ୍ଲାସରେ ଭରିଦିଏ । ରଙ୍ଗୀନ ଆଲୋକମାଳାରେ ସଜ୍ଜା ହୋଇଥିବା ଘର ନାନା ପ୍ରକାରର ପିଠା ମିଠା, ବ୍ୟଞ୍ଜନ ମନ ପୁରା ଖୁସି କରିଦିଏ । ଏହି ଅବସରରେ ସମସ୍ତେ ଭଲ ଲୁକ୍ସ ସହ ଆକର୍ଷଣୀୟ ଦିଶିବାକୁ ଚାହିଁଥାନ୍ତି । ଆଉ ଏ ଫେଷ୍ଟିଭ୍ ଲୁକ୍ ବିନା ଅଳଙ୍କାରରେ ପୁରା ହୋଇପାରେନା । ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ଆମେ ଆପଣଙ୍କ ପାଇଁ ସେମିତି କିଛି ଜୁଏଲାରୀ ପିସ୍ ନେଇଆସିଛୁ ଯାହାକୁ ଆପଣ ନିଜ କଲେକ୍ସନରେ ସାମିଲ କରିପାରିବେ । ଏହି ଜୁଏଲାରୀ ଆପଣଙ୍କ ଏକ ସିମ୍ପୁଲ ଅଥଚ ଷ୍ଟାଇଲିସ୍ ଲୁକ୍ ଦେଇପାରିବ ।

ସିଲଭର ବ୍ରେସଲେଟ

ଏହି ଫେଷ୍ଟିଭ ସିଜନରେ ଆପଣ ଏକ ମିନିମଲ ସିଲଭର ବ୍ରେସଲେଟ୍ ସହ ସିମ୍ପୁଲ ଲୁକ୍ ପାଇପାରିବେ । ଯେଉଁମାନେ ସରଳ କିନ୍ତୁ ଏକ ସୋଫିଷ୍ଟିକେଟେଡ ଷ୍ଟାଇଲ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏହି ବ୍ରେସଲେଟ ଏକ ଭଲ ଅପ୍ସନ । ଏହାସହିତ ଆଉ କିଛି ପିନ୍ଧିବା ଦରକାର ପଡିବନି । ଏହି ବ୍ରେସଲେଟର ଭର୍ସାଟାଇଲ ଡିଜାଇନ ଉଭୟ ଫେଷ୍ଟିଭ ପାର୍ଟି ଓ ପୂଜା ସମାରୋହ ପାଇଁ ପରଫେକ୍ଟ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ଗୋଲ୍ଡ ନୋଥ ସହ ପାରମ୍ପରିକ ଲୁକ୍

ନିଜ ଫେଷ୍ଟିଭ ଆଉଟଫିଟ୍‌ରେ ପାରମ୍ପରିକ ସ୍ପର୍ଶ ଦେବା ପାଇଁ ଆପଣ ସୁନାର ନୋଥ (ଗୋଲ୍ଡ ନୋଜ ପିନ୍) ପିନ୍ଧିପାରିବେ । ଏହି ନୋଥ କେବଳ ସୁନ୍ଦରତା ବଢାଏନି, ଏଥିସହ ଆପଣଙ୍କ ସଂସ୍କୃତି ଓ ପରାମ୍ପରାକୁ ମଧ୍ୟ ଦର୍ଶାଇଥାଏ । ଡିଜାଇନର ଆଉଟଫିଟ୍ ହେଉ ଶାଢୀ ସବୁଥିରେ ଏହା ଫିଟ୍ ଲାଗିବ ଏବଂ ଏକ ଆକର୍ଷକ ଲୁକ୍ ଦେବ । ତେଣୁ ପାର୍ବଣରେ ପାରମ୍ପରିକ ଓ ଆକର୍ଷକ ଦିଶିବାକୁ ଚାହୁଁଥିଲେ ଏହି ଜୁଏଲାରୀ ବ୍ୟବହାର କରିବେ । ଦେଖିବେ କେମିତି ଆପଣଙ୍କ ଫଟୋରେ ଲାଇକ୍ ବର୍ଷା ହେବ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ସିଲଭର ଚେନ୍‌ରେ କ୍ଲାସିକ ଲୁକ୍

ଏହି ପାର୍ବଣ ପୁରୁଷମାନେ ମଧ୍ୟ ନିଜର ଲୁକ୍ସ ଆକର୍ଷକ କରିପାରିବେ । ଏମିତିରେ ସେମାନଙ୍କ ପାଇଁ କ୍ଲାସିକ୍ ସିଲଭର ଚେନ୍ ଏକ ଭଲ ଅପ୍ସନ, ଯାହା ତାଙ୍କର କୁର୍ତ୍ତା ସହ ମେଳ ଖାଇବା ସଙ୍ଗେ ସଙ୍ଗେ ଫେଷ୍ଟିଭ୍ ଲୁକ୍‌କୁ ପୁରା କରିବ । ଏହି ଚେନ୍‌ର ଡିଜାଇନ ପାରମ୍ପରିକ ପୋଷାକରେ ଏକ ସିମ୍ପୁଲ ଟଚ୍ ଦେବ । ତେଣୁ ଯଦି ଆପଣ ବି ଏଇ ପାର୍ବଣରେ ସରଳ କିନ୍ତୁ ଷ୍ଟାଇଲିସ୍ ଲୁକ୍ ତଲାସରେ ଅଛନ୍ତି ତାହେଲେ କୁର୍ତ୍ତା ସହିତ ସିଲଭର ଚେନ୍ ପିନ୍ଧିପାରିବେ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ରୋଜ ଗୋଲ୍ଡ ଜୁଏଲାରୀ

କୌଣସି ପାର୍ବଣ କିମ୍ବା ଉତ୍ସବରେ ସମସ୍ତେ ସୁନ୍ଦର ଦିଶିବାକୁ ଚାହାନ୍ତି, ଖାସ୍ କରି ଯୁବତୀମାନେ । ଏଥିପାଇଁ ଆପଣ ନିଜର ଫେଷ୍ଟିଭ ଲୁ୍‌କରେ ରୋଜ ଗୋଲ୍ଡ ଜୁଏଲାରୀ ଯୋଡିପାରିବେ । ଏହା ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରେ ଓ ପାରମ୍ପରିକ ପୋଷକକୁ ଅଧିକ ଆକର୍ଷଣୀୟ କରିଥାଏ । ଛୋଟ କାନଫୁଲ ଠାରୁ ନେଇ ମୁଦି ପର୍ଯ୍ୟନ୍ତ ଆପଣ କିଛି ବି ରୋଜ ଗୋଲ୍ଡ ଜୁଏଲାରୀ ପିସ୍ ପିନ୍ଧିପାରିବେ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ରୂପା ପାଉଁଜି

ଆପଣ ଡିଜାଇନର ଆଉଟଫିଟ୍ ପିନ୍ଧନ୍ତୁ ଅବା ଲେହେଙ୍ଗା, ଶାଢୀ, ପାଉଁଜି ବିନା ଆପଣଙ୍କ ପାରମ୍ପରିକ ବେଶଭୂଷା ଅଧୁରା । ଏହି ପାର୍ବଣରେ ଆପଣ ଆକର୍ଷଣୀୟ ପୋଷାକ ସହ ରୂପା ପାଉଁଜି ପିନ୍ଧି ନିଜ ଲୁକ୍ ପୁରା କରନ୍ତୁ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ନବରତ୍ନ ପେଣ୍ଡେଣ୍ଟ

ଫେଷ୍ଟିଭ ଲୁକ୍‌ ପାଇଁ ଆପଣ ଆକର୍ଷଣୀୟ ପୋଷାକ ସହ ନବରତ୍ନ ପେଣ୍ଡେଣ୍ଟ ପିନ୍ଧିପାରିବେ । ଏଥିରେ ଥିବା ନଅ ରତ୍ନ ଆମର ପରମ୍ପରା ଓ ସୌଭାଗ୍ୟକୁ ଦର୍ଶାଇଥାଏ । ନବରତ୍ନ ଅଳଙ୍କାର ଭାରତୀୟ ସଂସ୍କୃତିରେ ରାଜକୀୟ ପରମ୍ପରା, ସମ୍ଭାନ୍ତ ଓ ଧନର ପ୍ରତୀକ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ଇଭିଲ ଆଇ ଜୁଏଲାରୀ

ପାର୍ବଣ ଋତୁ ସକାରାତ୍ମକତା ଓ ଉତ୍ସବର ସମୟ ହୋଇଥାଏ, ଯେଉଁଥିରେ ନକରାତ୍ମକତାର କୌଣସି ସ୍ଥାନ ନାହିଁ । ତେଣୁ ଏହି ପାର୍ବଣରେ ଆପଣ ନିଜର ଆଉଟଫିଟ୍ ସହ ଇଭିଲ ଆଇ (Evil Eye) ଜୁଏଲାରୀ ପିନ୍ଧି ଷ୍ଟାଇଲିସ୍ ଲୁକ୍ ସହ ନକରାତ୍ମକ ତତ୍ତ୍ବରୁ ଦୂରେଇ ରହିପାରିବେ ।

ଏହି ଆକର୍ଷଣୀୟ ଜୁଏଲାରୀ ସହ ନିଜ ଫେଷ୍ଟିଭ ଲୁକ୍‌ରେ ଲଗାନ୍ତୁ ଚାରଚାନ୍ଦ (ETV Bharat)

ଏହା ମଧ୍ୟ ପଢନ୍ତୁ:ନବରାତ୍ରିରେ ନିଅନ୍ତୁ ଏମିତି ଲୁକ୍ସ, ଫିଦା ହୋଇଯିବେ ସଭିଏଁ - NavaratrI Day 3 Look

ଏହା ମଧ୍ୟ ପଢନ୍ତୁ:ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବା ପିଲା

ଏହା ମଧ୍ୟ ପଢନ୍ତୁ:ମହାଷ୍ଟମୀ କେବେ ? 10 ନା 11 ଅକ୍ଟୋବର, ଜାଣନ୍ତୁ କନ୍ୟାପୂଜାର ଶୁଭ ମୁହୂର୍ତ୍ତ - Navratri 2024

ABOUT THE AUTHOR

...view details