ଓଡିଶା

odisha

ETV Bharat / lifestyle

ବର୍ଷା ପାଗରେ ଘରେ ବନାନ୍ତୁ ଆଫଗାନି ଚିକେନ - AFGHANI CHICKEN RECIPE

ଏହି ଶୀତୁଆ ପାଗରେ ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ଆଫଗାନି ଚିକେନ । ଥରେ ଖାଇଲେ ବାରମ୍ବାର ଖାଇବାକୁ ମନ ବଳାଇବେ ।

Etv Bharat
Etv Bharat (Etv Bharat)

By ETV Bharat Lifestyle Team

Published : Dec 22, 2024, 5:26 PM IST

ସବୁଦିନ ଚିକେନର ଗୋଟିଏ ଆଇଟମ ଖାଇ ବିରକ୍ତ ଲାଗିଲାଣି କି ? ଏହି ଶୀତୁଆ ପାଗରେ ଘରେ ପ୍ରସ୍ତୁତ କରିପାରିବେ ରେସ୍ତୋରାଁ ଷ୍ଟାଇଲ ଆଫଗାନି ଚିକେନ । ଗରମ ଗରମ ରୁଟି ସହ ଥରେ ଆଫଗାନି ଚିକେନ ଖାଇଲେ ବାରମ୍ବାର ମନ ବଳାଇବେ । ଖୁବ୍ କମ୍ ସମୟରେ ଚିକେନର ଏହି ଆଇଟମ୍ ତିଆରି ହୋଇଯାଏ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଫଗାନି ଚିକେନ ଓ ଏଥିପାଇଁ କ'ଣ ସାମଗ୍ରୀ ଆବଶ୍ୟକ ହୁଏ ।

ଆବଶ୍ୟକୀୟ ସାମଗ୍ରୀ:

  • ଚିକେନ- ଅଧା କେଜି
  • କଟା ପିଆଜ
  • ଅଦା- ଛୋଟ ଖଣ୍ଡ
  • ରସୁଣ- 10 କୋଲା
  • କଞ୍ଚାଲଙ୍କା- 3ଟି
  • କାଜୁ- 10 କାଜୁ
  • ଧନିଆ ପତ୍ର
  • ପୋଦିନା ପତ୍ର
  • ଧନିଆ, ଜିରା ପାଉଡର
  • ଲୁଣ
  • ବଟର
  • ରିଫାଇନ ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଟା ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, କାଜୁ, ଧନିଆ ପତ୍ର, ପୋଦିନା ପତ୍ରକୁ ମିଶାଇ ପେଷ୍ଟ ବନାନ୍ତୁ ।
  • ଏହି ପେଷ୍ଟରେ ଏବେ ଅଧା କପ୍ ଦହି, ଅଧା କପ୍ ଫ୍ରେସ କ୍ରିମ ନଚେତ କ୍ଷୀର ମଲାଇ, ଗୋଲମରିଚ ଗୁଣ୍ଡ ଓ ଏକ ଛୋଟ ଚାମଚ ଲେମ୍ବୁ ରସ, ଚିକେନ ମସାଲା, ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ମିଶାନ୍ତୁ ।
  • ଏହି ମିଶ୍ରଣରେ ଚିକେନକୁ ପକାଇ ଦୁଇ ଘଣ୍ଟା ଯାଏଁ ଫ୍ରିଜରେ ମ୍ୟାରିନେଟ ହେବା ପାଇଁ ରଖନ୍ତୁ ।
  • ଏବେ କଡେଇରେ ଅଳ୍ପ ବଟର ଓ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ମ୍ୟାରିନେଟ ଦହିରୁ ଚିକେନ ବାହାର କରି ତେଲରେ ପକାଇ ଭାଜନ୍ତୁ ।
  • ଚିକେନ ବାଦାମୀ ରଙ୍ଗ ହୋଇଯିବା ପରେ ଏହାକୁ ଏକ ପ୍ଲେଟରେ ବାହାର କରନ୍ତୁ ।
  • ଏବେ ସେହି ତେଲରେ ଦୁଇଟି ଗୁଜୁରାତି, ଡାଲଚିନି, 4ଟି ଲବଙ୍ଗ, 4ଟି ଗୋଟା ଗୋଲମରିଚ ପକାନ୍ତୁ । ଏବେ ଏଥିରେ ମ୍ୟାରିନେଟ ହୋଇଥିବା ଦହି ମିଶ୍ରଣକୁ ମିଶାନ୍ତୁ ।
  • ମଧ୍ୟମ ଆଞ୍ଚରେ ଏହାକୁ ଭଲ ଭାବେ ଗୋଳାନ୍ତୁ । 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଘୋଡାଇ କଷନ୍ତୁ ।
  • ମସାଲା ତେଲ ଛାଡିବା ପରେ ଏଥିରେ ଚିକେନ ପକାନ୍ତୁ । ଏହା ଉପରେ ଅଳ୍ପ କସୁରୀ ମେଥି ପକାନ୍ତୁ । ଗ୍ରେଭିରେ ନିଜ ହିସାବରେ ପାଣି ଦେଇ ଘୋଡାନ୍ତୁ । ଏହାକୁ 10 ମିନିଟ୍ ଫୁଟିବାକୁ ଦିଅନ୍ତୁ ।
  • ପ୍ରସ୍ତୁତ ହୋଇଯିବ ଆପଣଙ୍କ ସ୍ବାଦିଷ୍ଟ ଆଫଗାନି ଚିକେନ ତରକାରୀ ।

ଏହା ମଧ୍ୟ ପଢନ୍ତୁ: ରବିବାରକୁ କରନ୍ତୁ ମଜାଦାର, ଘରେ ବନାନ୍ତୁ KFC ଷ୍ଟାଇଲ ଫ୍ରାଏଡ ଚିକେନ - FRIED CHICKEN RECIPE

ABOUT THE AUTHOR

...view details