ETV Bharat / lifestyle

ପତଳା ଅଣ୍ଟା ପାଇଁ କରନ୍ତୁ ଏହି 5 ଏକ୍ସରସାଇଜ - EXERCISES TO REDUCE WAIST FAT

ନିଜର ମୋଟାପାକୁ ନେଇ ଚିନ୍ତିତ ? ପତଳା ଅଣ୍ଟା ପାଇଁ ପ୍ରତିଦିନ କରନ୍ତୁ 5ଟି ଏକ୍ସରସାଇଜ । ଅଧିକ ପଢନ୍ତୁ

ପତଳା ଅଣ୍ଟା ପାଇଁ କରନ୍ତୁ 5 ଏକ୍ସରସାଇଜ
ପତଳା ଅଣ୍ଟା ପାଇଁ କରନ୍ତୁ 5 ଏକ୍ସରସାଇଜ (ETV Bharat)
author img

By ETV Bharat Lifestyle Team

Published : Jan 3, 2025, 8:04 AM IST

ଆଜିର ସମୟରେ ମୋଟାପା ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହାର ପ୍ରମୁଖ କାରଣ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ । ଅଧିକ ଓଜନ ବଢିଲେ ଅଣ୍ଟା ଆଖପାଖରେ ଚର୍ବି ଜମା ହେବାକୁ ଲାଗେ । ଏହି କାରଣରୁ ପୁରା ଲୁକ୍ ବିଗିଡିଯାଏ । ବ୍ୟକ୍ତିତ୍ବ ଉପରେ ମଧ୍ୟ ପ୍ରଭାବ ପଡେ । ଲୋକମାନେ ନିଜ ପସନ୍ଦର ପୋଷାକ ପିନ୍ଧିପାରନ୍ତି ନାହିଁ । ଏହା ତାଙ୍କର ଆତ୍ମବିଶ୍ବାସ କମାଇଥାଏ । ଯଦି ଆପଣ ଶରୀରରେ ଜମା ଫ୍ୟାଟ୍ ବା ଚର୍ବି କମ୍ କରିବାକୁ ନେଇ ଚିନ୍ତିତ ତେବେ ନିୟମିତ କିଛି ଏକ୍ସରସାଇଜ କରନ୍ତୁ ।

ଏହି ଖବରରେ ଆମେ ଆପଣଙ୍କୁ ଏପରି କିଛି ଏକ୍ସରସାଇଜ ବିଷୟରେ ଜଣାଇବୁ ଯାହା ଅଣ୍ଟା ଚର୍ବି କମ୍ କରିବାରେ ସାହାଯ୍ୟ କରିଥାଏ । ଜାଣନ୍ତୁ...

କ୍ରଞ୍ଚେସ (Crunches):

ଏହି ଏକ୍ସରସାଇଜ ପାଇଁ ପ୍ରଥମେ ଉପରକୁ ମୁହଁ କରି ପିଠି ପଟେ ଶୁଅନ୍ତୁ । ଦୁଇ ଆଣ୍ଠୁକୁ ମୋଡନ୍ତୁ ।

ଏବେ ନିଜର ଦୁଇ ହାତକୁ ମୁଣ୍ଡ ପଛରେ ରଖନ୍ତୁ କିମ୍ବା ଛାତିରେ କ୍ରସ କରନ୍ତୁ ।

ନିଶ୍ବାସ ନେଇ ଉପର ଶରୀରକୁ (ମୁଣ୍ଡରୁ ଛାତି ପର୍ଯ୍ୟନ୍ତ) ଉଠାନ୍ତୁ ଓ ପେଟ ଆଡକୁ ମୋଡନ୍ତୁ ।

ପୁଣି ନିଶ୍ବାସ ଛାଡି ତଳକୁ ଆସନ୍ତୁ ।

ଏହି ପ୍ରକ୍ରିୟାକୁ 10ରୁ 15 ଥର କରନ୍ତୁ ।

Crunches
Crunches (ETV Bharat)

ସାଇଡ୍ ପ୍ଲାଙ୍କ (Side plank):

ଏହି ଏକ୍ସରସାଇଜ କରିବା ପାଇଁ ପ୍ରଥମେ ଚଟାଣରେ ଗୋଟିଏ କଡରେ ଶୁଅନ୍ତୁ ।

ଏବେ ଯେଉଁ ପାର୍ଶ୍ବରେ ଶୋଇଛନ୍ତି ସେହି ପାର୍ଶ୍ବର କହୁଣି ମୋଡନ୍ତୁ ଏବଂ ଉପରକୁ ଉଠନ୍ତୁ ।

ଗୋଟିଏ ପାର୍ଶ୍ବରେ ଶରୀରର ସବୁ ଓଜନ ରଖନ୍ତୁ । କହୁଣିରେ ଭାର ଦେଇ ଶରୀରକୁ ଉପରକୁ ଉଠାନ୍ତୁ ।

ଏହି ସମୟରେ ଶରୀର ପୁରା ସିଧା ରହିବା ଦରକାର ।

ପେଟକୁ ଭିତରକୁ କରି 30ରୁ 60 ସେକେଣ୍ଡ ଏହି ଅବସ୍ଥାରେ ରୁହନ୍ତୁ । ପୁଣି ନିଜ ପୂର୍ବ ଅବସ୍ଥାକୁ ଫେରନ୍ତୁ ।

ଏହିପରି ଶରୀରର ଦୁଇ ପାର୍ଶ୍ବରେ କରନ୍ତୁ ।

Side plank
Side plank (ETV Bharat)

ଋଷିଆନ ଟ୍ବିଷ୍ଟ (Russian twist):

ଏହି ଏକ୍ସରସାଇଜ ପାଇଁ ପ୍ରଥମେ ଚଟାଣରେ ବସନ୍ତୁ ।

ଏବେ ଦୁଇ ଗୋଡକୁ ମୋଡି ପାଦକୁ ଚଟଣାରେ ରଖନ୍ତୁ । ଦୁଇ ହାତରେ ଗୋଟିଏ ତକିଆ ଧରନ୍ତୁ ।

ପିଠିକୁ ସାମାନ୍ୟ ପଛକୁ ଠେଲନ୍ତୁ ।

ଏବେ ତକିଆକୁ ଏପାଖରୁ ସେପାଖ ବୁଲାନ୍ତୁ । ଯେପରି ପେଟରେ ମାଂସପେଶୀ ଉପରେ ଚାପ ପଡୁଥିବ ।

ଏହାକୁ 12ରୁ 15 ଥର 3 ସେଟ୍‌ରେ କରନ୍ତୁ ।

exercises to reduce waist fat
exercises to reduce waist fat (ETV Bharat)

ମାଉଣ୍ଟେନ କ୍ଲାଇମ୍ବର (Mountain climber):

ଏଥିପାଇଁ ପ୍ରଥମେ ପେଟ ପଟେ ଶୁଅନ୍ତୁ । ଏବେ ଦୁଇ ହାତ ପାପୁଲି ଓ ଦୁଇ ପାଦର ଆଙ୍ଗୁଠିରେ ଭରା ଦେଇ ଉପରକୁ ଉଠନ୍ତୁ ।

ଏହାପରେ ଦୁଇ ଗୋଡକୁ ଗୋଟିଏ ପରେ ଗୋଟିଏ ଆଗ ପଛ କରନ୍ତୁ ।

3 ସେଟ୍‌ରେ 12ରୁ 15 ଥର ଏହି ଏକ୍ସରସାଇଜ କରନ୍ତୁ ।

Mountain climber
Mountain climber (ETV Bharat)

ବର୍ପିଜ (Burpees):

ଏହି ଏକ୍ସରସାଇଜ କରିବାକୁ ପ୍ରଥମେ ସିଧା ହୋଇ ଛିଡା ହୁଅନ୍ତୁ ଏବଂ ପୁଣି ସ୍କ୍ବାଟ ସ୍ଥିତିକୁ ଯାଆନ୍ତୁ ।

ହାତକୁ ଚଟାଣରେ ରଖି ପାଦକୁ ପଛକୁ ନେଇ ପ୍ଲାଙ୍କ ସ୍ଥିତିକୁ ଆସନ୍ତୁ ।

ପୁଣି ତୁରନ୍ତ ସ୍କ୍ବାଟ ସ୍ଥିତିକୁ ଯାଆନ୍ତୁ ଓ ଉପରକୁ ଡିଅଁନ୍ତୁ ।

ଏହାରୁ 10ରୁ 15 ଥର କରନ୍ତୁ ।

ପତଳା ଅଣ୍ଟା ପାଇଁ କରନ୍ତୁ ଏହି ଏକ୍ସରସାଇଜ
ପତଳା ଅଣ୍ଟା ପାଇଁ କରନ୍ତୁ ଏହି ଏକ୍ସରସାଇଜ (ETV Bharat)

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଆପଣ କୌଣସି ବିଶେଷଜ୍ଞ କିମ୍ବା ନିଜ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.