ETV Bharat / lifestyle

ଘରେ ବନାନ୍ତୁ ଫ୍ରେସ୍ ଆଲୋଭେରା ଜେଲ - HOMEMADE ALOE VERA GEL

କେଶ ଓ ତ୍ବଚା ପାଇଁ ଲାଭଦାୟକ ଆଲୋଭେରା ଜେଲ । ଆପଣ ବଜାରରୁ ଆଲୋଭେରା ଜେଲ କିଣିବା ଅପେକ୍ଷା ନିଜ ଘରେ ପ୍ରସ୍ତୁତ କରିପାରିବେ । ଜାଣନ୍ତୁ କିପରି

ଘରେ ବନାନ୍ତୁ ଫ୍ରେସ ଆଲୋଭେରା ଜେଲ
ଘରେ ବନାନ୍ତୁ ଫ୍ରେସ ଆଲୋଭେରା ଜେଲ (ETV Bharat)
author img

By ETV Bharat Lifestyle Team

Published : Jan 1, 2025, 2:20 PM IST

ଆଲୋଭେରା ଜେଲ ବହୁ ପୋଷକ ତତ୍ତ୍ବ ଭରପୂର, ଯାହାକି ଉଭୟ ଚର୍ମ ଓ କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ, ମିନେରାଲ, ଏନଜାଇମ ଓ ଆମିନୋ ଏସିଡ ଭଳି ଅନେକ ପୋଷକ ତତ୍ତ୍ବ ରହିଛି । ଏହା ତ୍ବଚାକୁ ମଇଶ୍ଚରାଇଜ କରିବା, ସନବର୍ନ, ବ୍ରଣ ଦୂର କରିବା, ଗ୍ଲୋ ବଢାଇବା, ଡ୍ରାଏନେସରୁ ସୁରକ୍ଷା ଦେବା ଭଳି ବହୁ ଫାଇଦା ଦେଇଥାଏ । ଆଜିକାଲିର ବଢୁଥିବା ପ୍ରଦୂଷଣ ଓ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ତ୍ବଚା ଓ କେଶ ସହିତ ଜଡିତ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି । ଏହିସବୁ ସମସ୍ୟାରୁ ମୁକ୍ତି ପାଇଁ ଆଲୋଭେରା ଜେଲ ବ୍ୟବହାର କରିପାରିବେ । ଏହି ଜେଲ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣରେ ଭରପୂର । ଏହା କେବଳ ବ୍ରଣ ଦୂର କରେ ନାହିଁ ବରଂ ରୁପୀ ସମସ୍ୟା କମାଇବାରେ ସାହାଯ୍ୟ କରେ ।

ସାଧାରଣତଃ ଲୋକମାନେ ବଜାରରୁ ଆଲୋଭେରା ଜେଲ କିଣି ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ କେତେକ କେମିକାଲ ଥାଏ ଯାହା ଆପଣଙ୍କ ତ୍ବଚା ଓ କେଶ ପାଇଁ ହାନିକାରକ ହୋଇପାରେ । ତେଣୁ ଆପଣ ନିଜ ଘରେ ଫ୍ରେସ୍ ଆଲୋଭେରା ଜେଲ ପ୍ରସ୍ତୁତ କରିପାରିବେ । ଜାଣନ୍ତୁ କିପରି

ସାମଗ୍ରୀ:

  • ଆଲୋଭେରା ପତ୍ର
  • ଭିଟାମିନ ସି ଓ ଭିଟାମିନ ଇ କ୍ୟାପ୍‌ସୁଲ
  • ଗୋଟିଏରୁ ଦୁଇ ଚାମଚ ମହୁ

ଆଲୋଭେରା ଜେଲ କିପରି ପ୍ରସ୍ତୁତ କରିବେ:

  • ଆଲୋଭେର ଜେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ତାଜା ଆଲୋଭେରା ପତ୍ର ନିଅନ୍ତୁ ଏବଂ ଏହାକୁ ଥଣ୍ଡା ପାଣିରେ 10ରୁ 15 ମିନିଟ ଯାଏ ଭିଜାଇ ରଖନ୍ତୁ ।
  • ପତ୍ରକୁ ଥଣ୍ଡା ପାଣିରେ ରଖିବା ଦ୍ବାରା ଏଥିରୁ ବାହାରୁଥିବା ହଳଦିଆ ତରଳ ପଦାର୍ଥ ସଫା ହୋଇଯାଏ, ଯାହା ଆଲର୍ଜିର କାରଣ ହୋଇପାରେ ।
  • ତେଣୁ କିଛି ସମୟ ପତ୍ରକୁ ପାଣିରେ ଭିଜାଇ ରଖିବା ପରେ ଏକ ଛୁରୀରେ ଏହାର ଚୋପା କାଟନ୍ତୁ । ପତ୍ରରୁ ଆଲୋଭେରା ରସ ବାହାର କରନ୍ତୁ ।
  • ଏବେ ଆଲୋଭେରା ରସକୁ ଗ୍ରାଇଣ୍ଡରରେ ପେଷ୍ଟ କରନ୍ତୁ ।
  • ଏବେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢି ଏଥିରେ ଭିଟାମିନ ସି, ଇ କ୍ୟାପସୁଲ ଓ ମହୁ ମିଶାନ୍ତୁ ।
  • ଏବେ ଏହି ପେଷ୍ଟକୁ ଭଲ ଭାବେ ମିଶାନ୍ତୁ । ଏହା ଚିକ୍‌କଣ ହୋଇଗଲେ ଆପଣଙ୍କ ଜେଲ୍ ପ୍ରସ୍ତୁତ ହୋଇଯିବ ।

ଆଲୋଭେରା ଜେଲକୁ କିପରି ସଂରକ୍ଷିତ ରଖିବେ:

ନିଜ ଘରେ ପ୍ରସ୍ତୁତ କରିଥିବା ତାଜା ଓ କେମିକାଲ ମୁକ୍ତ ଆଲୋଭେରା ଜେଲକୁ ଏକ ଏୟାରଟାଇଟ କଣ୍ଟେନରରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ । ଏହି ହୋମମେଡ୍ ଜେଲକୁ ଆପଣ 4ରୁ 5 ଦିନ ଯାଏଁ ବ୍ୟବହାର କରିପାରିବେ । ଏହାକୁ ରେଫ୍ରିଜରେଟରରେ ଲମ୍ବା ସମୟ ପର୍ଯ୍ୟନ୍ତ ସଂରକ୍ଷିତ କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: ଦାଗହୀନ ଚମକଦାର ଚେହେରା ଚାହୁଁଛନ୍ତି ? ହଳଦୀରେ ମିଶାଇ ଲଗାନ୍ତୁ ଏହି ଜିନିଷ - TURMERIC FOR SKINCARE ROUTINE

ଏହା ମଧ୍ୟ ପଢନ୍ତୁ: ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ - YOGA FOR MIGRAINE

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.