ଓଡିଶା

odisha

ETV Bharat / lifestyle

ପ୍ରତ୍ୟେକ ଦିନ ସ୍ନାନ କରିବା ଭଲ ନା ଖରାପ ? କଣ କହୁଛନ୍ତି ବିଶେଷଜ୍ଞ - BATHING EVERYDAY IS GOOD OR BAD

ସବୁଦିନ ସ୍ନାନ କରିବା ଭଲ ନା ଖରାପ । କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଜାଣନ୍ତୁ ।

BATHING EVERYDAY IS GOOD OR BAD
BATHING EVERYDAY IS GOOD OR BAD (Getty Images)

By ETV Bharat Odisha Team

Published : Feb 5, 2025, 10:42 PM IST

ହାଇଦ୍ରାବାଦ:ପ୍ରତ୍ୟେକ ଦିନ ସ୍ନାନ କରିବା ଭଲ ନା ଖରାପ, କେବେ ଭାବିଛନ୍ତି କି ? ସବୁଦିନ ସ୍ନାନ କରିବ ଦ୍ବାର ଆମ ଶରୀରରେ କ'ଣ ପ୍ରଭାବ ପଡ଼ିଥାଏ । ଅନେକ ଲୋକ ପ୍ରତିଦିନ ସ୍ନାନ କରିଥାନ୍ତି । କିଛି ଲୋକ ଶରୀର ଦୁର୍ଗନ୍ଦଠାରୁ ବର୍ତ୍ତିବା ପାଇଁ ସ୍ନାନ କରିଥାନ୍ତି ତ ଆଉ କିଛି ସକାଳୁ ଉଠିବା ପରେ ଏହାକୁ ଏକ ରୀତିନୀତି ଭାବରେ କରନ୍ତି । ହେଲେ ବିଶେଷଜ୍ଞମାନେ କହିଛନ୍ତି ଯେ, ସ୍ନାନ କରିବା ଆମେ ରହୁଥିବା ସ୍ଥାନ ବା ଅଞ୍ଚଳ ଉପରେ ନିର୍ଭର କରିଥାଏ । ଯେପରିକି ଆମେରିକାର ଦୁଇ ତୃତୀୟାଂଶ ଲୋକ ପ୍ରତିଦିନ ସ୍ନାନ କରୁଥିବା ବେଳେ ଅଷ୍ଟ୍ରେଲିଆରେ 80 ପ୍ରତିଶତ ଲୋକ ସ୍ନାନ କରିଥାନ୍ତି । ସେହିପରି ଭାରତରେ ଅନେକ ଲୋକ ପ୍ରତିଦିନ ଗାଧୋଇଥାନ୍ତି । କିନ୍ତୁ ଚାଇନାରେ ଅଧାରୁ ଅଧିକ ଲୋକ ସପ୍ତାହରେ ମାତ୍ର ଦୁଇଥର ସ୍ନାନ କରନ୍ତି । ହେଲେ ପ୍ରତିଦିନ ଗାଧୋଇବା ଭଲ କି ? ବାରମ୍ବାର ଗାଧୋଇବାର ଲାଭ କ’ଣ ? ଆସନ୍ତୁ ଜାଣିବା...

BATHING EVERYDAY IS GOOD OR BAD (Getty Images)

ପ୍ରତିଦିନ ସ୍ନାନ କରିବା ଭଲ ନା ଖରାପ ?

ବିଶେଷଜ୍ଞ କହିଛନ୍ତି," ଆମ ଚର୍ମରେ ସାଧାରଣତଃ ଏକ ତେଲିଆ ଆସ୍ତରଣ ରହିଛି । ଚର୍ମରେ ଭଲ ବ୍ୟାକ୍ଟେରିଆ ଏବଂ ମାଇକ୍ରୋ ଅର୍ଗାନିଶମ ମଧ୍ୟ ଅଛି । ତେବେ ବାରମ୍ବାର ସ୍ନାନ କରିବା ଦ୍ବାରା ସେଗୁଡିକ ଧୋଇ ହୋଇଯାନ୍ତି । ଯଦି ଆପଣ ଗରମ ପାଣିରେ ସ୍ନାନ କରୁଛନ୍ତି । ତେବେ ଏହା ଅଧିକ ଧୋଇହେବା ସମ୍ଭାବନା ରହିଥାଏ । ଯାହାଦ୍ବାରା ତ୍ବଚା ଶୁଷ୍କ ହୋଇଯାଏ । ଯଦି ତ୍ବଚା ଶୁଷ୍କ ହୁଏ, ତାହାଲେ ଚର୍ମରେ ଛିଦ୍ର ଏବଂ ଖରାପ ଜୀବାଣୁ ପ୍ରବେଶ କରିପାରେ । ଫଳସ୍ବରୂପ ଚର୍ମ ସମସ୍ୟା ଏବଂ ଆଲର୍ଜି ହେବାର ଆଶଙ୍କା ଅଛି । ଗାଧୋଇବା ସମୟରେ ବ୍ୟବହୃତ ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ଭଲ ବ୍ୟାକ୍ଟେରିଆକୁ ମାରିଦିଏ । "

BATHING EVERYDAY IS GOOD OR BAD (Getty Images)

ସେପଟେ ଅନ୍ୟ କିଛି ବିଶେଷଜ୍ଞ କୁହନ୍ତି," ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ବ୍ୟବହାର କେଲେ ଶରୀରରେ ଥିବା ମୃତକୋଷ ଗୁଡ଼ିକ ଦୂର ହୋଇଥାଏ । ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି । "ଅନ୍ୟପଟେ ଅନେକ ଶିଶୁ ତଥା ଚର୍ମରୋଗ ବିଶେଷଜ୍ଞ ପ୍ରତିଦିନ ଗାଧୋଇବାକୁ ପରାମର୍ଶ ଦିଅନ୍ତିନାହିଁ । ବାରମ୍ବାର ସ୍ନାନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ବୋଲି ସେମାନେ କୁହନ୍ତି । ଯାହା ଏକ ଅନୁଧ୍ୟାନରୁ ଜଣାଯାଇଛି ।

"The effects of daily bathing on the skin's natural moisture barrier" published in the Journal of Investigative Dermatology in 2018.Harvard Health Publication report

କେତେ ଥର ସ୍ନାନ କରିବା ଉଚିତ୍ ?

ସ୍ନାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗୋଟିଏ ପଟେ କିଛି ଡାକ୍ତର କୁହନ୍ତି ଏହାକୁ ପ୍ରତିଦିନ କରିବା ଉଚିତ୍ ଅନ୍ୟପଟେ ଅନ୍ୟମାନେ କୁହନ୍ତି ସପ୍ତାହରେ ଦୁଇ ତିନି ଥର ଯଥେଷ୍ଟ । ଏହା ବ୍ୟକ୍ତିର ଶାରୀରିକ ଅବସ୍ଥା ଏବଂ ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଅଫିସରେ ବସି କାମ କରୁଥିବା ଲୋକଙ୍କ ଅପେକ୍ଷା ଯେଉଁମାନେ ଖରାରେ କାମ କରନ୍ତି । ସେମାନେ ଅଧିକ ଥର ସ୍ନାନ କରିବ ଉଚିତ୍ ।

BATHING EVERYDAY IS GOOD OR BAD (Getty Images)

ଏହା ମଧ୍ୟ ପଢନ୍ତୁ...ପର୍ସରେ ରଖନ୍ତୁ ଏହି ଗଛର ପତ୍ର, ଦୂର ହୋଇଯିବ ଅର୍ଥ ସମସ୍ୟା ! - RELIGIOUS SIGNIFICANCE OF SHAMI

ଏହା ମଧ୍ୟ ପଢନ୍ତୁ...କେତେ ଉପକାରୀ ଅମୃତଭଣ୍ଡା, ଉଚ୍ଚ ରକ୍ତଚାପ ଓ ଡାଇବେଟିସ ରୋଗୀ ଖାଇବେ ନା ନାହିଁ ? - PAPAYA FOR DIABETES AND BP PATIENTS

ଏହା ମଧ୍ୟ ପଢନ୍ତୁ...ମାସ ସାରା ଚା' ପିଇବା ବନ୍ଦ କଲେ କଣ ହେବ ? ଶରୀରକୁ କେତେ ଫାଇଦା ଜାଣନ୍ତୁ ... - BENEFITS OF LEAVING TEA

BATHING EVERYDAY IS GOOD OR BAD (Getty Images)

କେତେ ସମୟ ସ୍ନାନ କରିବା ଉଚିତ୍ ?

ଆମ ମଧ୍ୟରୁ କିଛି ବ୍ୟକ୍ତି ବହୁତ ଲମ୍ବା ସମୟ ଧରି ସ୍ନାନ କରନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ପାଣିରେ ଅଧିକ ସମୟ ବିତାଇବା ଦ୍ବାରା ଚର୍ମ ଏବଂ କେଶ ମଧ୍ୟ ନଷ୍ଟ ହୋଇପାରେ । ପ୍ରାୟ 3-5 ମିନିଟ୍ ପର୍ଯ୍ୟନ୍ତ ଗାଧୋଇବା ଯଥେଷ୍ଟ । ଶରୀରର ପ୍ରତ୍ୟେକ ଅଙ୍ଗକୁ ଘଷନ୍ତୁ ନାହିଁ, କିନ୍ତୁ ବିଶେଷ ଭାବରେ ବାହୁ ଏବଂ ମୁଖ ପରି ସ୍ଥାନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି । ଆମେ ବ୍ୟବହାର କରୁଥିବା ପାଣି ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବାହାରେ ଥଣ୍ଡା ଥିବାରୁ ଅନେକ ଲୋକ ଗରମ ପାଣିରେ ସ୍ନାନ କରନ୍ତି । ଏହା କରିବା ଦ୍ବରା ତ୍ବଚା ଶୀଘ୍ର ଶୁଷ୍କ ପଡ଼ିଯାଏ ।

ପ୍ରତିଦିନ ସାମ୍ପୁ କରିବା ଉଚିତ୍ କି ?

ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତିଦିନ ସାମ୍ପୁ କରିବା ଆବଶ୍ୟକ ନାହିଁ । ସପ୍ତାହରେ ଦୁଇରୁ ତିନିଥର ସାମ୍ପୁ କରିବା ଯଥେଷ୍ଟ । ଯଦି ତୁମର କେଶ ବହୁତ ତେଲିଆ । ତେବେ ତୁମେ ଅଧିକ ଥର ସାମ୍ପୁ କରିବା ଉଚିତ୍ ।

(Disclaimer: ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡ଼ିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ । )

ABOUT THE AUTHOR

...view details