ଓଡିଶା

odisha

ETV Bharat / lifestyle

ହେୟାର ଗ୍ରୋଥ ସିରମ ଲଗାଉଛନ୍ତି କି ? ଜାଣିରଖନ୍ତୁ ଏହି ଜରୁରୀ କଥା - HAIR GROWTH SERUM

ଲମ୍ବା ଘନ କେଶ ପାଇଁ ହେୟାର ସିରମ ବ୍ୟବହାର କରୁଛନ୍ତି କି ? ସତରେ କଣ ଏହି ସିରମ ଲଗାଇଲେ କେଶ ବଢିଥାଏ ? ଜାଣନ୍ତୁ ଏନେଇ କ'ଣ କହୁଛନ୍ତି ଏକ୍ସପର୍ଟ

ଘନ କେଶ ପାଇଁ ହେୟାର ଗ୍ରୋଥ ସିରମ ଲଗାଉଛନ୍ତି କି
ଘନ କେଶ ପାଇଁ ହେୟାର ଗ୍ରୋଥ ସିରମ ଲଗାଉଛନ୍ତି କି (ETV Bharat)

By ETV Bharat Lifestyle Team

Published : Jan 1, 2025, 11:51 AM IST

ଆଜିକାଲି ବଜାରରେ ଅନେକ ପ୍ରକାର ହେୟାର ସିରମ ମିଳୁଛି । କେଶର ବୃଦ୍ଧି, ଲମ୍ବା, ଘନ, ମଜଭୁତ କେଶ, ରୁପୀ ଓ ଝଡିବା ସମସ୍ୟା କମ୍ କରିବାକୁ ଦାବି କରୁଥିବା ଏହି ସିରମ ଆଜିକାଲି ପ୍ରାୟ ସବୁ ମହିଳା ଓ ପୁରୁଷ ବ୍ୟବହାର କରୁଛନ୍ତି । କ'ଣ ସତରେ ଏ ପ୍ରକାର ସିରମ କେଶ ଝଡିବା କମାଇବା ଓ କେଶ ବୃଦ୍ଧିରେ ସାହାଯ୍ୟ କରେ ? ଏନେଇ ବିଶେଷଜ୍ଞଙ୍କ କହିବା କଥା, କେତେକ ବିଶେଷ ଗୁଣ ଥିବା ସିରମ ବ୍ୟବହାର କଲେ କେଶ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ । କିନ୍ତୁ ସିରମ୍‌ର ସଠିକ ବ୍ୟବହାର ସହିତ ଅନ୍ୟ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ ।

କ'ଣ କୁହନ୍ତୁ ଏକ୍ସପର୍ଟ ?

ଡର୍ମେଟୋଲୋଜିଷ୍ଟ ଡଃ ଆଶିଷ ଗୁହା କହିଛନ୍ତି, କେଶ ଝଡିବା, ଅଧାରୁ ଛିଡିବା, ନ ବଢିବା ପଛରେ ଅନେକ କାରଣ ଥାଇପାରେ । ସେଥିମଧ୍ୟରୁ ସବୁଠୁ ସାଧାରଣ କାରଣ ହେଲା ମାନସିକ ଚାପ, ହରମୋନାଲ ଅସନ୍ତୁଳନ, ଖରାପ ଖାଦ୍ୟପେୟ, ପୋଷକ ତତ୍ତ୍ବର ଅଭାବ, ଜିନ ଓ ଭୁଲ୍ ହେୟାର କେୟାର ପ୍ରଡକ୍ଟର ବ୍ୟବହାର । ଯଦି ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ, ଆଇରନ ଓ ଭିଟାମିନ ନମିଳେ ତେବେ କେଶ ଝଡିବା ଓ ଏହାର ବିକାଶ ଧିମା ହୋଇପାରେ । ଚାପ ଓ ଚିନ୍ତା କେଶର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ ।

ସେ କହିଛନ୍ତି, କେତେକ ମାମଲାରେ ହେୟାର ଗ୍ରୋଥ ସିରମ ଲାଭଦାୟକ ହୋଇଥାଏ । କିନ୍ତୁ ଏହାର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ କେଶ ଉପରେ ଭିନ୍ନ ଭିନ୍ନ ହୋଇପାରେ । ଯଦି ସିରମରେ ସଠିକ୍ ତତ୍ତ୍ବ ଓ ପୋଷକ ପଦାର୍ଥ ଥାଏ ତେବେ ଏହା କେଶ ମୂଳକୁ ମଜଭୁତ କରିବାରେ ଓ କେଶ ବୃଦ୍ଧିରେ ସାହାଯ୍ୟ କରେ । ସିରମରେ ଥିବା ମିନୋକ୍ସିଡିଲ ବା ବାୟୋଟିନ କେଶ ମୂଳକୁ ପୋଷଣ ଯୋଗାଏ ଯାହାର ପ୍ରଭାବ ଧୀରେ ଧୀରେ ଦେଖାଯାଏ । କିନ୍ତୁ କେବଳ ହେୟାର ଗ୍ରୋଥ ସିରମ ବ୍ୟବହାର କରିଦେଲେ କେଶ ଝଡିବା ସମସ୍ୟାର ସମାଧାନ ହୋଇଯିବନି, ଏଥିପାଇଁ ଉଚିତ୍ ଖାଦ୍ୟପେୟ, ଜୀବନଶୈଳୀ ଓ ଯତ୍ନ ଜରୁରୀ । ଉତ୍ତମ ଖାଦ୍ୟପେୟ ଓ ଜୀବନଶୈଳୀ ଗ୍ରହଣ କଲେ ସିରମ ଭଲରେ କାମ କରିପାରେ ।

ସେ କହିଛନ୍ତି, ଯଦି କେଶର ଗ୍ରୋଥ ଚାହୁଁଛନ୍ତି ତାହେଲେ ପ୍ରଥମେ ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ, ଭିଟାମିନ ଓ ମିନେରାଲରେ ଭରପୂର ଖାଦ୍ୟ ଯେପରିକି ସବୁଜ ପନିପରିବା, ଫଳ, ଡ୍ରାଏଫ୍ରୁଟ୍ସ ଓ ମାଛ ଖାଆନ୍ତୁ । ଏହାସହିତ ଉତ୍ତମ ଜୀବନଶୈଳୀ ଆପଣାଇବା ଆବଶ୍ୟକ । ପର୍ଯ୍ୟାପ୍ତ ନିଦ, ଚାପ କମାଇବା ଓ ନିୟମିତ ବ୍ୟାୟାମ କରିବା ଦ୍ବାରା କେଶ ସୁସ୍ଥ ରଖିବାରେ ସାହାଯ୍ୟ କରେ । କେଶରେ ଠିକ୍ ଭାବେ ସିରମ ବ୍ୟବହାର କରିବା ଜରୁରୀ । ତେବେ ବ୍ୟବହାର କରିବା ପୂର୍ବରୁ ଉକ୍ତ ସିରମରେ ଆପଣଙ୍କୁ ଯେପରି କୌଣସି ଆଲର୍ଜି ନଥାଏ ଯାଞ୍ଚ କରନ୍ତୁ ।

ଧ୍ୟାନ ରଖିବେ:

ଯଦି ଆପଣ ନିଜ କେଶରେ ସିରମ ବ୍ୟବହାର କରୁଛନ୍ତି ତେବେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଜରୁରୀ । ଯେପରିକି- ଠିକ୍ ପ୍ରଡକ୍ଟ ଚୟନ କରନ୍ତୁ । ବଜାରରେ ବିଭିନ୍ନ ପ୍ରକାରର ହେୟାର ଗ୍ରୋଥ ସିରମ ମିଳୁଛି ହେଲେ ସବୁ ପ୍ରଡକ୍ଟର ପ୍ରଭାବ ସମାନ ନଥାଏ । ତେଣୁ ସବୁବେଳେ ଭିଟାମିନ ଇ, ବାୟୋଟିନ ବା ମିନୋକ୍ସିଡିଲ ଭଳି ତତ୍ତ୍ବ ଥିବା ହେୟାର ସିରମ ହିଁ କିଣନ୍ତୁ ।

ଏହାସହିତ ଉତ୍ତମ ଆହାର, ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ନିଜ ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି କେଶ ଝଡିବା ସମସ୍ୟା ଅଧିକ ଦେଖାଯାଏ ତେବେ କୌଣସି ଘରୋଇ ଉପଚାର କରିବା କିମ୍ବା ସିରମ ବ୍ୟବହାର କରିବା ବଦଳରେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:ଜୀବନ ନେଇପାରେ ଯୌନ ସଂଚାରିତ ରୋଗ, ଜାଣନ୍ତୁ କିପରି ହୁଏ ଓ ଏହାର ଲକ୍ଷଣ - SEXUALLY TRANSMITTED DISEASE

ଏହା ମଧ୍ୟ ପଢନ୍ତୁ: ଧୂମପାନ ଛାଡିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆଜିଠୁ କରନ୍ତୁ ଏହି କାମ - QUIT SMOKING TIPS

ABOUT THE AUTHOR

...view details