ଓଡିଶା

odisha

ETV Bharat / lifestyle

ଆଜିର ରାଶିଫଳ: କାମରେ ପ୍ରଶଂସା ଓ ପଦୋନ୍ନତି ପାଇବେ ଏହି ରାଶି, ମାନସିକ ଅଶାନ୍ତିରେ ରହିବେ ଏମାନେ - TODAY HOROSCOPE

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

TODAY HOROSCOPE
TODAY HOROSCOPE (Getty Images)

By ETV Bharat Odisha Team

Published : Nov 13, 2024, 12:10 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣଙ୍କ ମାଆଙ୍କ ଠାରୁ ଆପଣ ସାହାଯ୍ୟ ଓ ସହାନୁଭୁତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟାଳୟର କାର୍ଯ୍ୟର ଚାପ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ । ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ପ୍ରଶଂସାରପାତ୍ର ହେବେ । ସରକାରୀ କାର୍ଯ୍ୟରେ ଆପଣ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । ନିଜ ଶରୀରର ଯତ୍ନ ନିଅନ୍ତୁ ।

today horoscope (ARIES)

ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ; ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଦିଆଯାଇଥିବା ଆଜିର କାମ ଶେଷ ନ କରି ଅଧା ଅବସ୍ଥାରେ ଛାଡି ଦିଆଯିବ । କଠିନ ପରିଶ୍ରମ ସଫଳତା ଆଣିପାରେ । ଖର୍ଚ୍ଚ ଉପରେ ନଜର ରଖନ୍ତୁ । ସାବଧାନ ରୁହନ୍ତୁ, ଆପଣଙ୍କ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିମ୍ବା କୌଣସି ଜିନିଷରେ ଆପଣ ନିଜକୁ ସଂପୃକ୍ତ କରିବା ପୂର୍ବରୁ ସତର୍କତା ଅବଲମ୍ୱନ କରନ୍ତୁ ।

today horoscope (TAURUS)

ମିଥୁନ: କାର୍ଯ୍ୟକୁ ସଫଳତା ପୂର୍ବକ ସମାପ୍ତ କରିବା ପାଇଁ ଆପଣ ନିଜର ବୁଦ୍ଧି ଖର୍ଚ୍ଚ କରିବେ। ଅନ୍ୟପକ୍ଷରେ ଆପଣଙ୍କ ବିନୟ ସ୍ୱଭାବରୁ କମ୍ ସୁଫଳ ପାଇବେ। ଆପଣଙ୍କୁ ନିଜର କ୍ଷମତା ଦର୍ଶାଇବାକୁ ହେବ । ଆପଣଙ୍କର ବୁଦ୍ଧିମତା ବଳରେ ଆପଣ ଅନେକ କାର୍ଯ୍ୟ କରିପାରିବେ ଓ ସଫଳତା ପାଇଁ ପରିବାର ହେଉଛି ଭିତ୍ତିଭୂମି । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି ।

today horoscope (GEMINI)

କର୍କଟ: ବିଦେଶରୁ ଶୁଭ କିମ୍ୱା ଖୁସି ଖବର ଆସିବାର ସମ୍ଭାବନା ରହିଛି, ଉଲ୍ଲାସମୟ ଭ୍ରମଣ ହେବ ଏବଂ ଆପଣ ଯାହା ବି କରିବେ, ସେଥିରେ ଭାଗ୍ୟଶାଳୀ ପ୍ରମାଣିତ ହେବେ । ସେଥିପାଇଁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ସନୁଷ୍ଟ ଅନୁଭବ କରିବେ । ଏହି ପୁରସ୍କାର ଗୁଡିକ ନମ୍ରତାର ସହ ଗ୍ରହଣ କରନ୍ତୁ ଏବଂ ଭଗବାନଙ୍କୁ ଅନେକ ଅନେକ ଧନ୍ୟବାଦ ଦିଅନ୍ତୁ । ଆପଣ ନିଜେ ପ୍ରାପ୍ତ କରିଥିବା ଆଶିର୍ବାଦ ମନେ ରଖିବା ନିଜର ମହାନତାର ପରିଚୟ ।

today horoscope (CANCER)

ସିଂହ: ଖର୍ଚ୍ଚ ବଢିପାରେ । ବହୁ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ପୁର୍ବରୁ ଧାର୍ଯ୍ୟ କରାଯାଇଥିବା ଡାକ୍ତରୀ ଚିକିତ୍ସା ପ୍ରଣାଳୀ ଯୋଗୁଁ ଏହି ଖର୍ଚ୍ଚ ହୋଇପାରେ । ଯାହାବି ହେଉ, ଆଗକୁ ଚାଲନ୍ତୁ, କାରଣ ସ୍ୱାସ୍ଥ୍ୟ ହିଁ ପ୍ରଥମ । କାର୍ଯ୍ୟରୁ ଅବକାଶ ନିଅନ୍ତୁ, ଯଦି ଆବଶ୍ୟକ ହୁଏ, ଘରେ ହିଁ ଆପଣଙ୍କ ମିଲ ଖାଇବା ପାଇଁ ଯୋଜନା କରନ୍ତୁ । ମାନସିକ ସ୍ତରରେ, ପ୍ରତିକୂଳ ଭାବନା ଆପଣଙ୍କୁ ଗ୍ରାସ କରିପାରେ ।

today horoscope (LEO)

କନ୍ୟା:ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରନ ରଖନ୍ତୁ, ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶ୍ଆନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ । ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ ।

today horoscope (VIRGO)

ତୁଳା:ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣ ଅତୀତର ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବେ । ଆପଣଙ୍କ ନିକଟରେ ରହିଥିବା କିଛି ମୂଲ୍ୟବାନ ସାମଗ୍ରୀ ପାଇଁ ଆପଣ ଅଧିକ ଆସକ୍ତ ରହିବେ। ବିଭିନ୍ନ ବିଷୟ କୁ ନେଇ ଚିନ୍ତିତ ରହିପାରନ୍ତି ଯଦ୍ୱାରା ଆପଣଙ୍କ ଠାରେ ମାନସିକ ଚାପ ଦେଖାଦେଇପାରେ । ବିଦେଶରୁ ବାନ୍ଧବୀଙ୍କ ଠାରୁ କିମ୍ୱା ନିଜର ସନ୍ତାନ ଠାରୁ ଶୁଭଖବର ପାଇଁ ଆତ୍ମସନ୍ତୋଷ ଲାଭ କରିବେ । ଗ୍ରହର ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି ।

today horoscope (LIBRA)

ବିଛା:ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଶାରୀରିକ ଏବଂ ମାନସିକ ଭାବରେ ଚାର୍ଜ୍‌ଡ୍ ଅପ୍‌ ହୋଇପାରନ୍ତି । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି , ଏବଂ ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ । ଉପାର୍ଜନ, ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦ ପ୍ରମୋଦରେ ସମୟ କାଟି ପାରନ୍ତି ।

today horoscope (SCORPIO)

ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଉଛି ଏବଂ ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଅବଶ୍ୟ, ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି । ଆପଣଙ୍କ ଉଦ୍ୟମ ଓ ଅର୍ଥ ସଙ୍ଗତିର ସବୁ କ୍ଷେତ୍ରରେ ଆବଶ୍ୟକତା ଥିବା ଯୋଗୁଁ ଆପଣ କ୍ଳାନ୍ତି ଅନୁଭବ କରିପାରନ୍ତି । ଆପଣଙ୍କର ଦୃଢ ଇଚ୍ଛାଶକ୍ତି କୌଣସି ଏକ ସିଦ୍ଧାନ୍ତ ନେବାକୁ ବାଧା ଦେଇପାରେ ।

today horoscope (SAGITTARIUS)

ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ, ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କିମ୍ବା ଆଉ ମଧ୍ୟ, କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟଦା ହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍‌ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।

today horoscope (CAPRICORN)

କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ ଯେପରିକି ଚିନ୍ତାର ବାଦଲ ସବୁ ଆପଣଙ୍କ ପାଖରୁ ପଳାଇଯାଇଛି । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀ ମାନଙ୍କ ସହ ଭଲ ସମୟ ବିତାଇ ପାରିବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।

today horoscope (AQUARIUS)

ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ, ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୁରେଇ ରହିବେ । ସେମାନେ କେବଳ ଆପଣଙ୍କ ଉପରକୁ କଳହ ପାଇଁ ମସଲା ଆପଣଙ୍କୁ ଦେବେ ।

today horoscope (PISCES)

ABOUT THE AUTHOR

...view details