ETV Bharat / lifestyle

ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ - YOGA FOR MIGRAINE

ଆଜିକାଲି ଅଧିକାଂଶ ଲୋକେ ମାଇଗ୍ରେନ ସମସ୍ୟାରେ ପୀଡିତ । ଯଦି ଆପଣ ବି ଏହି ଯନ୍ତ୍ରଣା ଭୋଗୁଥାନ୍ତି ତେବେ କିଛି ଯୋଗ ଓ ବ୍ୟାୟାମ ଦ୍ବାରା ଭଲ ହୋଇପାରିବ ।

ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ
ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ (ETV Bharat)
author img

By ETV Bharat Health Team

Published : 12 hours ago

ଆଜିର ଖରାପ ଲାଇଫଷ୍ଟାଇଲ ଲାଗି ଅଧିକାଂଶ ଲୋକେ ମାଇଗ୍ରେନ ବା ଅର୍ଦ୍ଧକପାଳି ସମସ୍ୟାରେ ପୀଡିତ । ମାଇଗ୍ରେନ ଏକ ସାଧାରଣ ସମସ୍ୟା, ଯେଉଁଥିରେ ମୁଣ୍ଡର ଗୋଟିଏ ପାଖ ପ୍ରବଳ ବିନ୍ଧା ହୋଇଥାଏ । କିଛି ପୀଡିତଙ୍କୁ ଅନୁଭବ ହୁଏ କେହି ଯେପରି ମୁଣ୍ଡରେ ଢୋଲ ବଜାଉଛି । ଏହି ସମୟରେ ପୀଡିତଙ୍କୁ ଲାଇଟ୍ ଓ ଆଖପାଖର ଶବ୍ଦ ଅତି ବିରକ୍ତିକର ଲାଗିଥାଏ । ଏଥିସହ ଦେହ ବୁଲାଇବା ଓ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଏ । ଅନେକ ଲୋକଙ୍କ ଧାରଣା ଅଛି, ଏହି ମାଇଗ୍ରେନ ସମସ୍ୟା କେବଳ ଔଷଧ ଦ୍ବାରା ଭଲ ହୋଇପାରିବ । କିନ୍ତୁ ବିଶେଷଜ୍ଞ କୁହନ୍ତି ଯେ, ମାଇଗ୍ରେନରୁ ମୁକ୍ତି ପାଇଁ ଔଷଧ ସହ ଜୀବନଶୈଳୀରେ ପରିବର୍ତ୍ତନ ତଥା ନିୟମିତ ବ୍ୟାୟାମ ଓ ଯୋଗ କରିବା ଲାଭଦାୟକ ହୋଇଥାଏ ।

ମାଇଗ୍ରେନ ପାଇଁ ବ୍ୟାୟାମ:

'ଇଶ ଧ୍ୟାନ କେନ୍ଦ୍ର'ର ମେଡିଟେସନ ପ୍ରଶିକ୍ଷକ ତଥା ଯୋଗ ପ୍ରଶିକ୍ଷକ ଏରିକ ଲୋବୋ କହିଛନ୍ତି ଯେ, ମୁଣ୍ଡବିନ୍ଧା ବିଶେଷକରି ମାଇଗ୍ରେନ ସମସ୍ୟା କ୍ଷେତ୍ରରେ ଯୋଗ ଓ ଅନ୍ୟ କେତେକ ବ୍ୟାୟାମ ଲାଭକାରୀ ହୋଇପାରେ । ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷକଙ୍କ ପରାମର୍ଶ ଓ ନିରୀକ୍ଷଣରେ ଅଭ୍ୟାସ କରିବା ଉଚିତ୍ । ନିୟମିତ ବ୍ୟାୟାମ କରିବା ଦ୍ବାରା ମାଇଗ୍ରେନ ଯନ୍ତ୍ରଣା କମ୍ ହୋଇପାରିବ ।

କ'ଣ କୁହନ୍ତି ବିଶେଷଜ୍ଞ ?

ମାଇଗ୍ରେନରେ ଯୋଗ ଓ ବ୍ୟାୟାମର ଫାଇଦା ନେଇ ଦେଶ ବିଦେଶରେ କରାଯାଇଥିବା ଅନୁସନ୍ଧାନରେ ଦର୍ଶାଯାଇଛି, ବ୍ୟାୟାମ ଶରୀରରେ ଏଣ୍ଡୋର୍ଫିନ (ପ୍ରାକୃତିକ ଯନ୍ତ୍ରଣା ନିବାରକ ହରମୋନ) ଉତ୍ପାଦନ କରିଥାଏ, ଯାହା ଚାପକୁ କମାଇଥାଏ । ଏହି ଚାପ ମାଇଗ୍ରେନ ପାଇଁ ଏକ ସାଧାରଣ ଟ୍ରିଗର ହୋଇପାରେ । ବ୍ୟାୟାମ ଓ ଯୋଗ ଚାପ ହ୍ରାସ କରିବାରେ ସାହାଯ୍ୟ କରେ ।

ଏହାବ୍ୟତୀତ ଲାଇଫଷ୍ଟାଇଲରେ ବ୍ୟାୟାମ ସାମିଲ କରିବା ତଥା ସୁସ୍ଥ ଆହାର ସେବନ କରିବା ଦ୍ବାରା ରକ୍ତ ପ୍ରବାହ ଉନ୍ନତ ହୋଇଥାଏ । ଏହାଦ୍ବାରା ମୁଣ୍ଡବିନ୍ଧା କମିପାରେ । ଯୋଗ ସହ ହାଲୁକା ଓ ମଧ୍ୟମ ତୀବ୍ରତାର ବ୍ୟାୟାମ ମାଇଗ୍ରେନ ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ କରିପାରେ । କିନ୍ତୁ ସବୁ ପ୍ରକାର ବ୍ୟାୟାମ ଓ ଯୋଗାଭ୍ୟାସ ମାଇଗ୍ରେନ ସମସ୍ୟା ପାଇଁ ଲାଭଦାୟକ ହୋଇନଥାଏ । ଏଥିସହ ମାଇଗ୍ରେନ ରୋଗୀ କେଉଁ ପରିସ୍ଥିତିରେ ଓ କେଉଁ ପରିବେଶରେ ଯୋଗ କିମ୍ବା ବ୍ୟାୟାମ କରୁଛି ତାହା ମଧ୍ୟ ଧ୍ୟାନ ରଖିବା ନିହାତି ଜରୁରୀ । କାରଣ ବ୍ୟାୟାମ ସମୟରେ କିଛି ଜରୁରୀ ବିଷୟ ପ୍ରତି ଧ୍ୟାନ ନଦେଲେ ସମସ୍ୟା ଆହୁରି ବଢିପାରେ ।

କେଉଁ ବ୍ୟାୟାମ ଲାଭଦାୟକ ?

ଏରିକ ଲୋବୋ କହିଛନ୍ତି, ମାଇଗ୍ରେନ ପୀଡିତ କିଛି ବିଶେଷ ପ୍ରକାର ଯୋଗ ଅଭ୍ୟାସ ଏବଂ ହାଲୁକା କିମ୍ବା ମଧ୍ୟମ ତୀବ୍ରତା ସମ୍ପନ୍ନ ଷ୍ଟ୍ରେଚିଂ, ହାଲୁକା କାର୍ଡିଓ, ବ୍ରିସ୍କ ୱାକ, ସାଇକେଲିଂ ଓ ସୁଇମିଂ କଲେ ଫାଇଦା ମିଳିଥାଏ । ସେହିପରି ଯଦି ଯୋଗ କଥା କହିବା ତେବେ କିଛି ବିଶେଷ ଯୋଗାସନ ଅଛି ଯାହାର ଅଭ୍ୟାସ ଦ୍ବାରା ମାଇଗ୍ରେନ ଯନ୍ତ୍ରଣା କମ୍ କରିବାରେ ସହାୟକ ହୋଇଥାଏ । ସେଥିମଧ୍ୟରୁ କେତେକ ନିମ୍ନୋଲିଖିତ ଅଟେ

ବାଲାସନ:

ପ୍ରଥମେ ଆଣ୍ଠୁ ମାଡି ବସିବା ପରେ ଗୋଇଠି ଉପରେ ବସନ୍ତୁ ।

ଏବେ ଧୀରେ ଧୀରେ ନିଶ୍ବାସ ଛାଡି ଆଗକୁ ନଇଁପଡନ୍ତୁ ଓ ମଥାକୁ ଭୂମିରେ ଲଗାନ୍ତୁ ।

ଧୀରେ ଧୀରେ ଦୁଇ ହାତକୁ ଆଗକୁ ବଢାନ୍ତୁ ।

ଧୀରେ ଧୀରେ ନିଶ୍ବାସ ନେଇ 1-2 ମିନିଟ୍ ଯାଏ ଏହି ମୁଦ୍ରାରେ ରୁହନ୍ତୁ । 2 ମିନିଟ୍ ପରେ ପୂର୍ବାବସ୍ଥାକୁ ଫେରିଯାଆନ୍ତୁ ।

ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ
ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ (ETV Bharat)

ଅଧୋମୁଖୀ ଶ୍ବାନାସନ

ପ୍ରଥମେ ନିଜ ହାତ ଓ ଗୋଡକୁ ଭୂମିରେ ଲଗାନ୍ତୁ ।

ଶରୀରକୁ ଓଲଟା 'V' ମୁଦ୍ରାକୁ ଆଣନ୍ତୁ । ଏବେ ମୁଣ୍ଡକୁ ତଳକୁ କରି ବେକ ହାଲୁକା କରନ୍ତୁ ।

30 ସେକେଣ୍ଡରୁ 1 ମିନିଟ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରୁହନ୍ତୁ ।

ଶବାସନ:

ଏହି ଅଭ୍ୟାସ ପାଇଁ ପ୍ରଥମେ ପିଠି ପଟେ ଲମ୍ବ ହୋଇ ଶୁଅନ୍ତୁ ।

ଦୁଇ ହାତକୁ ଶରୀରର ଦୁଇ ପାର୍ଶ୍ବରେ ରଖନ୍ତୁ ।

ଧ୍ୟାନ ରଖିବେ ଯେମିତି ଏହି ଅବସ୍ଥାରେ ହାତ ପାପୁଲି ଉପର ପଟକୁ ଥିବ ।

ଏବେ ଆଖି ବନ୍ଦ କରି ଗଭୀର ନିଶ୍ବାସ ନିଅନ୍ତୁ । 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରୁହନ୍ତୁ ।

ସେତୁ ବନ୍ଧାସନ:

ପ୍ରଥମେ ପିଠି ପଟେ ଶୁଅନ୍ତୁ ।

ଏବେ ଆଣ୍ଠୁକୁ ମୋଡି ପାଦକୁ ହିପ୍ ପାଖକୁ ନିଅନ୍ତୁ ।

ଧ୍ୟାନ ରଖିବେ ଯେପରି ଆପଣଙ୍କ ହାତ ଶରୀରର ପାର୍ଶ୍ବରେ ଥିବ ।

ଏବେ ନିଶ୍ବାସ ନେଇ ଧୀରେ ଧୀରେ ନିଜର ଅଣ୍ଟା ଉପରକୁ ଉଠାନ୍ତୁ । ଏହିପରି 20-30 ସେକେଣ୍ଡ ରୁହନ୍ତୁ ।

ବ୍ୟାୟମ ସମୟରେ ସାବଧାନ ରୁହନ୍ତୁ:

ଏରିକ ଲୋବୋ କହିଛନ୍ତି, ମାଇଗ୍ରେନ ପୀଡିତ ବ୍ୟକ୍ତି କୌଣସି ପ୍ରକାର ବ୍ୟାୟାମ କିମ୍ବା ଯୋଗଭ୍ୟାସ ଆରମ୍ଭ କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ଏହାସହିତ କିଛି ବିଷୟ ପ୍ରତି ଧ୍ୟାନ ରଖିବା ମଧ୍ୟ ଜରୁରୀ ।

  • ମାଇଗ୍ରେନ ଯନ୍ତ୍ରଣା ସମୟରେ ବ୍ୟାୟାମ କରନ୍ତୁ ନାହିଁ । ନହେଲେ ସ୍ଥିତି ବିଗିଡିପାରେ ।
  • ପ୍ରଥମେ ହାଲୁକା ବ୍ୟାୟାମରୁ ଆରମ୍ଭ କରନ୍ତୁ । ଅଧିକ ତୀବ୍ରତା ଯୁକ୍ତ ବ୍ୟାୟମ କରନ୍ତୁ ନାହିଁ ।
  • ସବୁବେଳେ ହାଇଡ୍ରେଟ ରୁହନ୍ତୁ । ବ୍ୟାୟାମ କରିବା ପୂର୍ବରୁ ଓ ପରେ ପ୍ରଚୁର ପାଣି ପିଅନ୍ତୁ ।
  • ଯଥେଷ୍ଟ ଆରାମ କରନ୍ତୁ । ନିଦ ଅଭାବ ମାଇଗ୍ରେନ ସମସ୍ୟା ବଢାଇପାରେ । ତେଣୁ ବ୍ୟାୟମ କରିବା ପୂର୍ବରୁ ପର୍ଯ୍ୟାପ୍ତ ଶୁଅନ୍ତୁ ।
  • ଶାନ୍ତ ଓ ଆରାମଦାୟକ ବାତାବରଣରେ ମେଡିଟେସନ କରନ୍ତୁ ।
  • ବ୍ୟାୟାମ କରିବା ପୂର୍ବରୁ ହାଲୁକା ଷ୍ଟ୍ରେଚିଂ କରନ୍ତୁ । ଆରମ୍ଭର 10-15 ମିନିଟ୍ ପର୍ଯ୍ୟନ୍ତ ହାଲୁକା ବ୍ୟାୟମ କରନ୍ତୁ ।
  • ଯଦି କୌଣସି ବ୍ୟାୟାମ ଯୋଗୁଁ ଯନ୍ତ୍ରଣା ବଢେ ତେବେ ତାହାକୁ ବନ୍ଦ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ତଳି ପେଟରେ ଯନ୍ତ୍ରଣା ରହୁଛି କି ? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ - ABDOMINAL PAIN

ଏହା ମଧ୍ୟ ପଢନ୍ତୁ: ମଧୁମେହ ଓ ହୃଦରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ? ଆଜିଠୁ କରନ୍ତୁ ଏହି ଅଭ୍ୟାସ - BENEFITS OF BRISK WALKING

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.