ETV Bharat / lifestyle

ଧୂମପାନ ଛାଡିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆଜିଠୁ କରନ୍ତୁ ଏହି କାମ - QUIT SMOKING TIPS

ସିଗାରେଟ, ତମାଖୁ ସେବନ ଛାଡିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଲାଇଫଷ୍ଟାଇଲରେ ପରିବର୍ତ୍ତନ ଓ କିଛି ଅଭ୍ୟାସ ମାଧ୍ୟମରେ ଆପଣ ଏହି ନିଶାରୁ ମୁକ୍ତି ପାଇପାରିବେ । ଜାଣନ୍ତୁ କ'ଣ

Quit smoking Tips
Quit smoking Tips (ETV Bharat)
author img

By ETV Bharat Lifestyle Team

Published : 14 hours ago

Updated : 14 hours ago

ଧୂମପାନ ତଥା ତମାଖୁ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ଏହା ଜାଣି ମଧ୍ୟ ଲକ୍ଷ ଲକ୍ଷ ଲୋକେ ଖାସ୍ କରି ଯୁବପିଢି ଏହି ନିଶା କବଳରେ ଛନ୍ଦି ହେଉଛନ୍ତି । ତମାଖୁରେ ନିକୋଟିନ ନାମକ ଏକ ଉପାଦାନ ମିଳିଥାଏ, ଯାହା ନିଶାସକ୍ତ କରିବା ସହ ଶରୀରକୁ ହାନି ପହଞ୍ଚାଏ । ଫଳରେ ଅତ୍ୟଧିକ ତମାଖୁ ସେବନ ଓ ଧୂମପାନ ଯୋଗୁଁ କ୍ୟାନ୍ସର, ହୃଦରୋଗ, ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ଆଶଙ୍କା ବଢିଥାଏ । ତଥାପି ଲୋକମାନେ ଏତେ ମାତ୍ରାରେ ନିଶାସକ୍ତ ହୋଇଥାନ୍ତି ଯେ, ଏହି ଅଭ୍ୟାସ ଛାଡିବା ସେମାନଙ୍କ ପକ୍ଷେ ବହୁତ କଷ୍ଟକର ହୋଇଥାଏ । ଯେଉଁ ଲୋକମାନେ ଅନେକ ବର୍ଷ ହେଲା ଧୂମପାନ ବା ତମାଖୁ ସେବନ କରୁଛନ୍ତି ହଠାତ୍ ସେମାନେ ଏହାର ସେବନ ବନ୍ଦ କରିବା ଦ୍ବାରା ନିକୋଟିନ କ୍ରେଭିଂ (ଲାଳସା), ଛୋଟ କଥା ରାଗିବା, ଚିଡଚିଡା ହେବା, ଅଧିକ ଭୋକ ହେବା ଓ ଡିପ୍ରେସନ ଭଳି ଲକ୍ଷଣମାନ ଅନୁଭବ କରିଥାନ୍ତି । ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମୁଣ୍ଡବିନ୍ଧା, ଥକ୍କା ଲାଗିବା, ମୁଣ୍ଡ ବୁଲାଇବା ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇଥାଏ ।

ଏହି କାରଣରୁ ଅନେକ ସମୟରେ ଧୂମପାନ କରିବାକୁ ଇଚ୍ଛା ହୋଇଥାଏ । ଧୂମାପନ ଓ ତମାଖୁ ସେବନ ବନ୍ଦ କରିବାର ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ପୁଣିଥରେ ଧୂମପାନ କରିବାର ଲାଳସା ବା କ୍ରେଭିଂ ଅନୁଭବ ହୋଇପାରେ । ଆଗାମୀ କିଛି ଦିନ କିମ୍ବା କିଛି ସପ୍ତାହ ପର୍ଯ୍ୟନ୍ତ ଏହା ବାରମ୍ବାର ହୋଇଥାଏ । ହେଲେ ସମୟ ବିତିବା ସହ କ୍ରେଭିଂ ମଧ୍ୟ କମିଯାଏ । ତଥାପି ଧୂମ୍ରାପନ ଛାଡିବାର କିଛି ମାସ କିମ୍ବା ବର୍ଷ ପରେ ବି କେବେକେବେ ସାମାନ୍ୟ କ୍ରେଭିଂ ହୋଇପାରେ । ଏପରି ସ୍ଥିତିରେ ଜାଣନ୍ତୁ କେମିତି ନିଜର ଏହି କ୍ରେଭିଂ ନିୟନ୍ତ୍ରଣ କରିବେ

କିପରି ନିଜର ଧୂମପାନ ଇଚ୍ଛା ନିୟନ୍ତ୍ରଣ କରିବେ:

  • ନିକୋଟିନ ରିପ୍ଲେସମେଣ୍ଟ ପ୍ରଡକ୍ଟ ବ୍ୟବହାର କରନ୍ତୁ କିମ୍ବା ଅନ୍ୟାନ୍ୟ ଔଷଧ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ମନେରଖନ୍ତୁ ଏହି କ୍ରେଭିଂ(ଲାଳସା) କିଛି ସମୟରେ ବନ୍ଦ ହୋଇଯିବ ।
  • ଏପରି କାର୍ଯ୍ୟ ଏବଂ ସ୍ଥିତିରୁ ଦୂରେଇ ରୁହନ୍ତୁ ଯାହା ଆପଣଙ୍କ ଧୂମପାନ ତଥା ତମାଖୁ ଦ୍ରବ୍ୟ ସେବନ ପାଇଁ ଉସକାଉଥିବ ।
  • ଧୂମପାନର ଏକ ବିକଳ୍ପ ଭାବେ ଗାଜର, ସେଓ, ସୁଗାରଲେସ୍ ଗମ୍ ଓ କାଣ୍ଡି ଚୋବାଇବାକୁ ଚେଷ୍ଟା କରନ୍ତୁ । ପାଟିକୁ ବ୍ୟସ୍ତ ରଖିବା ଦ୍ବାରା ଧୂମପାନ କରିବାର ଇଚ୍ଛା ବା ମାନସିକ ଆବଶ୍ୟକତା କମି ଯାଇପାରେ ।
  • ଏହି ଏକ୍ସରସାଇଜ କରନ୍ତୁ: ନାକ ପଟେ ଗଭୀର ନିଶ୍ବାସ ନିଅନ୍ତୁ ଏବଂ ଧୀରେ ଧୀରେ ପାଟି ପଟେ ଛାଡନ୍ତୁ । ଏପରି 10 ଥର ଅଭ୍ୟାସ କରନ୍ତୁ ।

ଧୂମପାନ ଛାଡିବା ପରେ ବା ତମାଖୁ ଦ୍ରବ୍ୟ ସେବନ ବନ୍ଦ କରିବା ପରେ ଆପଣ ବିରକ୍ତି ଓ ଚିଡ୍‌ଚିଡା ଅନୁଭବ କରିପାରନ୍ତି । କାମ କରିବାକୁ ମନ ଲାଗିନପାରେ । ଛୋଟ ଛୋଟ କଥାରେ ରାଗିବା, ଯୁକ୍ତି କରିବା ଭଳି ସମସ୍ୟା ହୋଇପାରେ । ଏକ ଅଧ୍ୟୟନରୁ ଜଣାପଡିଛି, ତମାଖୁ ସେବନ ଛାଡିବା ସହିତ ଜଡିତ ସବୁଠୁ ସାଧାରଣ ନକାରାତ୍ମକ ଭାବନା (negative feelings) ହେଉଛି, ରାଗ, ନିରାଶା ଓ ବିରକ୍ତିଭାବ । ଏହି ଭାବନା ଗୋଟିଏ ସପ୍ତାହ ଯାଏ ଅଧିକ ଅନୁଭବ ହୋଇପାରେ ଏବଂ 2-4 ସପ୍ତାହ ଯାଏଁ ରହିପାରେ । ଜାଣନ୍ତୁ ଏହି ନକାରାତ୍ମକ ଭାବନା କିପରି ନିୟନ୍ତ୍ରଣ କରିବେ:-

  • ମନେରଖନ୍ତୁ ଏହି ଭାବନାଗୁଡିକ କ୍ଷଣସ୍ଥାୟୀ ଅଟେ
  • ଆପଣ ଭଲ ପାଉଥିବା ଶାରିରୀକ ଗତିବିଧିରେ (physical activity) ନିୟୋଜିତ ରୁହନ୍ତୁ ଯେପରିକି-ଚାଲିବା, ନାଚିବା, ଫିଲ୍ମ ଦେଖିବା ଇତ୍ୟାଦି
  • କାଫିନ ସେବନ କମ୍ କରନ୍ତୁ । ସୀମିତ ମାତ୍ରାରେ କଫି, ସୋଡା, ଚା' ପିଅନ୍ତୁ
  • ମେଡିଟେସନ କିମ୍ବା ଅନ୍ୟାନ୍ୟ ରିଲାକ୍ସେସନ ଟେକନିକ୍ ଆପଣାନ୍ତୁ, ଯେପରିକି- ମସାଜ୍ ନେବା, ଉଷୁମ ପାଣିରେ ଗୋଧାଇବା, ନାକ ପଟେ ଗଭୀର ନିଶ୍ବାସ ନେଇ ପାଟି ପଟେ ଛାଡିବା ଭଳି ମେଡିଟେସନ କରିବା

Ref- https://www.cancer.gov/about-cancer/causes-prevention/risk/tobacco/withdrawal-fact-sheet#how-can-i-start-the-day-without-smoking

ଏହା ମଧ୍ୟ ପଢନ୍ତୁ: ବାରମ୍ବାର ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି 5 ସମସ୍ୟାର ସଂକେତ - FREQUENT URINATION

ଏହା ମଧ୍ୟ ପଢନ୍ତୁ: ଦାଗହୀନ ଚମକଦାର ଚେହେରା ଚାହୁଁଛନ୍ତି ? ହଳଦୀରେ ମିଶାଇ ଲଗାନ୍ତୁ ଏହି ଜିନିଷ - TURMERIC FOR SKINCARE ROUTINE

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

Last Updated : 14 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.