ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ଅତ୍ୟଧିକ ଖାଆନ୍ତୁ ନାହିଁ । ନିଜ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ । ନଚେତ୍ ଲୋକମାନଙ୍କ ନିକଟରେ ଅପଦସ୍ତ ହେବେ । ତେଣୁ ସତର୍କ ହେବେ ।
ବୃଷ:ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ:ମଜଭୁତ ଶାରିରୀକ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କୁ ଆଜି ସନ୍ତୁଷ୍ଟ ଏବଂ ଆନନ୍ଦମୟ ରହିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବେଶ ଅନୁକୂଳ ରହିବ, ଆପଣ ହୁଏତ ପୁରସ୍କାର ପାଇପାରନ୍ତି କିମ୍ୱା ଅଫିସ୍ ପଦବୀରେ ଉନ୍ନତି ହୋଇପାରେ । ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଫଳପ୍ରଦ ହେବ ଏବଂ ଆପଣ ସେଥିରୁ ଲାଭବାନ ହେବେ । ଧାର୍ମିକ କାର୍ଯ୍ୟରେ ଅତ୍ୟଧିକ ଆସକ୍ତି ରଖିବା ଉଚିତ୍ ହେବନାହିଁ କାରଣ ଏହା ଆପଣଙ୍କୁ କିଛି ପରିମାଣରେ ଆଘାତ ଦେଇପାରେ ।
କର୍କଟ: ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍ ଏବଂ କଣ ଠିକ୍ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ ଆପଣଙ୍କ ପାଇଁ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହିତ ଯାଇ ପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସରକାରୀ ସ୍ତରରୁ ସୁବିଧା ମିଳିପାରେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିଦିନ ଅତ୍ୟନ୍ତ ଭଲ ।
ସିଂହ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ନୁହଁ । ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ଯାହା ବି କରନ୍ତୁ, ସତର୍କତା ଅବଲମ୍ବନ କରିବେ । ଯତ୍ନଶୀଳ ହୁଅନ୍ତୁ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଅକସ୍ମାତ୍ ଖରାପ ହୋଇପାରେ । ଅସୁସ୍ଥତା ଦୃଷ୍ଟିରୁ ଆପଣଙ୍କୁ ହଠାତ୍ ଖର୍ଚ୍ଚ କରିବାକୁ ପଡିପାରେ । ପିଲାଙ୍କ ପାଇଁ ଚିନ୍ତା ବଢିବ। ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ମିଶ୍ରିତ ଫଳ ରହିବ ।
କନ୍ୟା:ଲୋକପ୍ରିୟତା, କ୍ଷମତାରେ ବୃଦ୍ଧି, ପ୍ରଶଂସା ଏବଂ ସାମାଜିକ ଯଶ ଆପଣଙ୍କ ଅପେକ୍ଷାରେ ଅଛି । ଆପଣ କରିଥିବା କଠିନ ପରିଶ୍ରମର ଫଳର ଲାଭ ପାଇବାକୁ ପ୍ରସ୍ତୁତ ରହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ଘରେ ହେଉ ସଂପର୍କ ବଜାୟ ରଖନ୍ତୁ ଏବଂ ସେଥିରେ ଉନ୍ନତି କରନ୍ତୁ । ଆପଣ ନିଜକୁ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ । ଏକ ଗାଡି କିମ୍ୱା ମୂଲ୍ୟବାନ ଅଳଙ୍କାର କିଣି ଆପଣ ନିଜକୁ ପୁରସ୍କୃତ କରିପାରନ୍ତି ।
ତୁଳା:ମୋଟ ଉପରେ, ଆଜି ପାଇଁ ଭଲ ଦିନ ରହିବ । ପରିବାର ଏବଂ ଘର ଦୃଷ୍ଟିକୋଣରୁ ଭଲ ରହିବ ଯେଉଁଠାରେ ଆପଣଙ୍କ ମନପ୍ରାଣ ରହିଛି । ଏହା ଦ୍ୱାରା ମଧ୍ୟ ଆପଣ ମାନସିକ ଶାନ୍ତି ଏବଂ ସ୍ଥିରତା ପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ରରେ କନିଷ୍ଠ ଅଧିକାରୀ, ସହକର୍ମୀ ଏବଂ ପରିଷ୍ଠ ଅଧିକାରୀଙ୍କ ସହିତ ସୌହାର୍ଦପୂର୍ଣ୍ଣ ପରିବେଶ ରହିବ । ଆପଣଙ୍କ ମାନସିକ ସ୍ତର ମଧ୍ୟ ଭଲ ରହିବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ନଚେତ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।
ବିଛା:ଆଜି ଗୃହ ପରିବେଶ ଶାନ୍ତ ରହିବ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇପାରନ୍ତି । ଆପଣ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ ଏବଂ ନିଜର ପ୍ରତିଯୋଗୀଙ୍କୁ କାର୍ଯ୍ୟରେ ପରାସ୍ତ କରି ସଫଳତା ଲାଭ କରିବେ । ଜଣେ ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ କରି ଉତଫୁଲ୍ଲିତ ହେବେ । ମାମୁଁ ଘରୁ ଶୁଭଖବର ପାଇବାର ସମ୍ଭାବନା ଅଛି । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମ୍ପୂର୍ଣ୍ଣ କରିବେ । ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଖର୍ଚ୍ଚର ପରିମାଣ ହ୍ରାସ ପାଇବ । ଜୀବନରେ ଆଉ କଣ ଖୁସିଖବର ଥାଇପାରେ ।
today horoscope (SCORPIO) ଧନୁ:ଆଜି ପାଇଁ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତୁ । ପେଟ ଗୋଳମାଳ କିମ୍ୱା ଅଜୀର୍ଣ୍ଣ ଦୋଷ ପାଇଁ କଷ୍ଟ ଭୋଗିପାରନ୍ତି । ଆପଣ ନିଜର ସନ୍ତାନମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଦିନସାରା ଚିନ୍ତାଗ୍ରସ୍ତ ରହିବେ । ଆପଣଙ୍କର କାର୍ଯ୍ୟର ଅସଫଳତା ପାଇଁ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେବେ । ଆଜି ଆପଣ ନିଜର କ୍ରୋଧକୁ ସଞ୍ଜତ କରି କରନ୍ତୁ । କୌଣସି ଆଲୋଚନାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଖୁସିର କଥା, ଆପଣ ନିଜେ ଆଜି କଳା ଓ ସାହିତ୍ୟ ପ୍ରତି ଅନୁରକ୍ତ ହେବେ । ନିଜର ପ୍ରିୟତମାଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ ।
today horoscope (SAGITTARIUS) ମକର: ଆଜି ଆପଣଙ୍କର ସାମର୍ଥ୍ୟର ଅଭାବ ଏବଂ ନିରୁତ୍ସାହିତ ଭାବ ଶାରୀରିକ ଏବଂ ମାନସିକ ଅସୁସ୍ଥତାର କାରଣ ହୋଇପାରେ । ପରିବାରର ସଦସ୍ୟମାନଙ୍କ ସହ ଝଗଡା ଏହାର ମୁଖ୍ୟ କାରଣ ହୋଇପାରେ । ଆପଣଙ୍କର ଛାତିରେ ଯନ୍ତ୍ରଣା ହୋଇପାରେ କିମ୍ୱା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି । ସାମାଜିକ ଜୀବନରେ ଏପରି ଘଟଣା ଘଟିପାରେ ଯେଉଁଥିପାଇଁ ଆପଣଙ୍କର ପ୍ରତିଷ୍ଠା ଏବଂ ସମ୍ମାନହାନି ହୋଇପାରେ । ନିଜର ମାନସିକ ଅଶାନ୍ତି ପାଇଁ ଆପଣ ଆଜି ନିଜକୁ ଅବସନ୍ନ ଓ ଅସହାୟ ମନେକରି ପାରନ୍ତି । ଜଳ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ ଏବଂ ଖଳ ପ୍ରବୃତ୍ତି ମହିଳାଙ୍କ ପ୍ରଭାବରୁ ଦୂରେଇ ରୁହନ୍ତୁ । ନିଜର ଶେଷାର୍ଦ୍ଧରେ ଧ୍ୟାନରେ ସମୟ ବିତାନ୍ତୁ ଓ ସୁଖନିଦ୍ରା ଯାଆନ୍ତୁ ।
today horoscope (CAPRICORN) କୁମ୍ଭ:ଖୁସିରେ ଆଜି ଦିନଟିକୁ କାଟିବେ । ମାନସିକ ଶାନ୍ତି ଲାଭ କରିବେ ଏବଂ ନିଜକୁ ହାଲୁକା ମନେକରିବେ । ଆପଣ ଆଜି ଚିନ୍ତାମୁକ୍ତ ଥିବାରୁ ଉଲ୍ଳସିତ ହେବେ । ବନ୍ଧୁ ଓ ଭାଇ ଭଉଣୀଙ୍କ ସାନିଧ୍ୟରେ ଆମୋଦ ପ୍ରମୋଦରେ ଦିନଟିକୁ କଟାଇବେ । ଆପଣ ନିଜ ନେତୃତ୍ୱରେ ଏକ ଛୋଟକାଟିଆ ପରିଭ୍ରମଣର ଆୟୋଜନ କରିବେ ଏବଂ ମୌଜ ମଜଲିସ କରିବେ । ନିଜ କାର୍ଯ୍ୟରେ ପ୍ରତିଦ୍ୱନ୍ଦ୍ବୀଙ୍କୁ ପରାଜିତ କରି ସଫଳତା ହାସଲ କରିବେ ।
today horoscope (AQUARIUS) ମୀନ:ଆପଣ ଆଜି ନିଜର ଅର୍ଥର ଟିକନିକ ହିସାବ କରିବାକୁ ପ୍ରାଧାନ୍ୟ ଦେବେ । ଆଜି ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ଠିକ୍ ସମୟରେ ଆପଣଙ୍କର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା ନ କଲେ ଭୁଲବୁଝାମଣା କିମ୍ୱା ଝଗଡାର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ । ଟଙ୍କା ଦିଆନିଆ କାରବାରରେ ନିଜକୁ ସତର୍କ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସଦସ୍ୟମାନଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ନିଜ ମୁଣ୍ଡରେ ମୂଲ୍ୟହୀନ ଚିନ୍ତାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ , ନଚେତ ନିଆଁରେ ଘୃତ ଢାଳିବା ପରି ପରିସ୍ଥିତି ସୃଷ୍ଟି ହୋଇପାରେ ।